ପ୍ରମୂଖ ଖବର
  • ଗଞ୍ଜାମ: ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଘେରାଉ
  • ||
  • ରାଉଲକେଲା: ଦଶାହ କର୍ମ ପାଇଁ ଆସିଥିବା ଯୁବକଙ୍କୁ ତୀର ମାଡ଼,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
  • ||
  • ବୁଧବାର ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • 'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ
  • ||
  • ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କଲେ ଆଲୋଚନା
  • ||
  • ଭଦ୍ରକ ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ଅଭିଯୋ, ମୃତ ଶିଶୁକୁ ଧରି ରାସ୍ତାରୋକ, ଗାଡ଼ି ଚଳାଚଳ ଠପ୍‌
  • ||
  • ଗଞ୍ଜାମ: ବଡ଼ ଆର୍ଜିପଲ୍ଲୀରେ ଡେଙ୍ଗୁ ଆତଙ୍କ: ୧୩ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ, ୮ଜଣ ଆକ୍ରାନ୍ତ
  • ||
  • ନାକଟିଦେଉଳ : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
  • ||
  • ମୁଣ୍ଡ ନୁଆଁଇଲା ପାକିସ୍ତାନ; ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ଶହବାଜ୍ ସରିଫ୍
  • ||
  • ଗଞ୍ଜାମ: ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼
  • ||
  • ଢ଼େଙ୍କାନାଳ: ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର , ପତ୍ନୀ ମୃତ, ସ୍ୱାମୀ ଓ ଶିଶୁପୁତ୍ର ଆହତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ
  • ||
  • ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
  • ||
  • ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା,୨୯ ତାରିଖ ବେଳକୁ ମୌସୁମୀ ପହଞ୍ଚିପାରେ
  • ||

ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ବାଜା ଗାଡ଼ି: ୨ ମୃତ, ୨୫ ଆହତ

Published By : Harapriya Sethi | May 23, 2025 8:11 AM

ସୁବର୍ଣ୍ଣପୁର ,୨୩/୦୫: ସୁବର୍ଣ୍ଣପୁର ଜିଲ୍ଲା ଦେଇ ଯାଇଥିବା ସୋନପୁର- ବଲାଙ୍ଗୀର NH-୫୭ର ହରଡ଼ଖୋଲ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିଲା ଦୁଲଦୁଲି ବାଜା ଗାଡ଼ି । ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି । ମୃତକ ହେଲେ ମଣ୍ଟୁ ଛତ୍ରିଆ ଓ ସୁଦାମ ଶିକା । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । 

ସୂଚନା ମୁତାବକ, ବରଗଡ଼ ଜିଲ୍ଲାର ତୁରା ଗାଁର ଦିଲଖୁସ୍ ଦୁଲଦୁଳି ବାଜା ଗାଡ଼ି ଗୁରୁବାର ରାମପୁରରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡାକୁ ଏକ ବାହାଘର କାର୍ଯ୍ୟକ୍ରମରେ ଯାଇଥିଲା । ସେଠାରେ ପ୍ରସେଶନ୍ ସାରି ଭୋର୍‌ରୁ କଳାହାଣ୍ଡି ଫେରୁଥିଲା । ଏହି ସମୟରେ ହରଡ଼ଖୋଲ ଛକ ନିକଟରେ ଏକ ଟ୍ରକ୍‌କୁ ସାଇଡ୍ ଦେବାକୁଯାଇ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଏହି ଗାଡ଼ିରେ ଯାତ୍ରା କରୁଥିବା ୨୫ଜଣ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ହରଡ଼ଖୋଲ ପୋଲିସ ପହଞ୍ଚି ତନାଘନା କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.