ଭୁବନେଶ୍ୱର, ୦୫/୦୫: ବିଦ୍ୟୁତ ସଂସ୍ପର୍ଶରେ ଆସି ଶ୍ରମିକଙ୍କ ମୃତ୍ୟୁ । ଗୋରହାଣ୍ଡି ଜୋରରେ ବ୍ରିଜ୍ ନିର୍ମାଣ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀଙ୍କ ମୃତ୍ୟୁ ଘଟିଛି । ମୃତକ ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଥାନା ଉଲ୍ ଗାଁର ଟଙ୍କଧର ତାର୍ଜନ ବୋଲି ଜଣା ପଡ଼ିଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ କପାସିରାରେ ଏଭଳି ଘଟଣା ଘଟିଛି ।
ସୂଚନା ମୁତାବତ, ଶ୍ରମିକମାନେ ମିଳି ମିଶି କପାସିରା ବ୍ରିଜ୍ ନିର୍ମାଣ କାମ କରୁଥିଲେ । ସେଠାରେ କାମ କରୁଥିବା ବେଳେ ବିଦ୍ୟୁତ ତାରରେ ଲାଗି ଯାଇଥିଲେ ଟଙ୍କଧର । ଏହା ଦେଖି ନିର୍ମାଣ କାମ କରୁଥିବା ଅନ୍ୟ ଦୁଇ ଜଣ ଶ୍ରମିକ ଏକ ଗାଡ଼ି କରି ସଙ୍ଗେ ସଙ୍ଗେ ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷାଣ କରିଥିଲେ । ଏନେଇ ଖବର ପାଇବା ପରେ ଡୁଙ୍ଗୁରିପାଲି ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଥିବା ଜଣାପଡ଼ିଛି ।