ପ୍ରମୂଖ ଖବର
  • ଗଞ୍ଜାମ: ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଘେରାଉ
  • ||
  • ରାଉଲକେଲା: ଦଶାହ କର୍ମ ପାଇଁ ଆସିଥିବା ଯୁବକଙ୍କୁ ତୀର ମାଡ଼,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
  • ||
  • ବୁଧବାର ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • 'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ
  • ||
  • ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କଲେ ଆଲୋଚନା
  • ||
  • ଭଦ୍ରକ ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ଅଭିଯୋ, ମୃତ ଶିଶୁକୁ ଧରି ରାସ୍ତାରୋକ, ଗାଡ଼ି ଚଳାଚଳ ଠପ୍‌
  • ||
  • ଗଞ୍ଜାମ: ବଡ଼ ଆର୍ଜିପଲ୍ଲୀରେ ଡେଙ୍ଗୁ ଆତଙ୍କ: ୧୩ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ, ୮ଜଣ ଆକ୍ରାନ୍ତ
  • ||
  • ନାକଟିଦେଉଳ : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
  • ||
  • ମୁଣ୍ଡ ନୁଆଁଇଲା ପାକିସ୍ତାନ; ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ଶହବାଜ୍ ସରିଫ୍
  • ||
  • ଗଞ୍ଜାମ: ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼
  • ||
  • ଢ଼େଙ୍କାନାଳ: ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର , ପତ୍ନୀ ମୃତ, ସ୍ୱାମୀ ଓ ଶିଶୁପୁତ୍ର ଆହତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ
  • ||
  • ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
  • ||
  • ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା,୨୯ ତାରିଖ ବେଳକୁ ମୌସୁମୀ ପହଞ୍ଚିପାରେ
  • ||

ଗଞ୍ଜେଇ କାରବାର ଅଭିଯୋଗରେ ୨ ଅନ୍ତଃରାଜ୍ୟ ଡ଼କାୟତ ସହ ୩ ଗିରଫ

Published By : Prameya | May 22, 2025 3:11 PM

ସୋନପୁର,୨୨/୦୫: ଡକାୟତି ଯୋଜନା ଏବଂ ଗଂଜେଇ କରବାର ଅଭିଯୋଗରେ ସୋନପୁର ପୁଲିସ ୨ ଜଣ ଅନ୍ତଃରାଜ୍ୟ ଡ଼କାୟତ ସମେତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗର ମହମ୍ମଦ ଜୁଲଫିକର ମଣ୍ଡଳ ଓ ଉତ୍ତରପ୍ରଦେଶର ସତୀଶ ଗୌଡ଼ ଏବଂ ଅନ୍ୟ ଜଣେ ଅଭିଯୁକ୍ତ ହେଲେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଥାନା ଆନ୍ତର୍ଗତ କୀର୍ତିପୁର ଗାଁର ଲିପୁନ ମହାକୁର। ଏନେଇ ଆଜି ସୋନପୁର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ  ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଏସପି ନାରାୟଣ ନାଏକ ।

ଏସପି ଶ୍ରୀଯୁକ୍ତ ନାଏକଙ୍କ ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧ ଟା ୫୦ ସମୟରେ ସ୍ଥାନୀୟ ତେଲ ନଦୀ ପାଖ ଲେପ୍ରସି କଲୋନୀ ନିକଟରେ ୮ରୁ ୧୦ ଜଣ ଅସମାଜିକ ବ୍ୟକ୍ତି ଏକାଠି ହୋଇ ଡ଼କାୟତି ଯୋଜନା କରୁଥିଲେ। ଏନେଇ  ଖବର ପାଇ ସୋନପୁର ପୁଲିସ ସେଠାକୁ ଚଢ଼ାଓ କରିଥିଲା।ଚଢ଼ାଉ ପରେ ସେଠାରୁ ୨ଜଣଙ୍କୁ ପୁଲିସ କାବୁ କରିଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ମହମ୍ମଦ ଜୁଲଫିକର ମଣ୍ଡଳ ଓ ସତୀଶ ଗୌଡ଼ଙ୍କୁ  ଗିରଫ କରାଯିବା ସହ ସେଠାରୁ ଗୋଟିଏ ମେଗାଜିନ, ଗୋଟିଏ  ଗୁଳି, ଟର୍ଚ୍ଚ ଲାଇଟ, ଲୁହା ରଡ଼, ଇଟା ଗୁଣ୍ଡ ଆଦି ଜବତ କରାଯାଇଛି। ଏନେଇ ସୋନପୁର ଥାନାରେ ଏକ ମାମଲା ରୁଜୁ କରାଯାଇଛି। ତେବେ ଏହି ମାମଲାର ତଦନ୍ତ ସମୟରେ ଅନ୍ୟ ଅଭିଯୁକ୍ତମାନଙ୍କୁ କାବୁ କରିବା ପାଇଁ ବିଭିନ୍ନ ଜାଗାରେ ରେଡ କରାଯଇଥିଲା।ଏହି କ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପଛପଟ ସାହିର ଗୋଟିଏ ଘରେ ରେଡ କରାଯାଇ ଲିପିନ ମହାକୁରକୁ ଗିରଫ କରାଯାଇଥିଲା ଏବଂ ତାର ନିକଟରୁ ୪କେଜି ଗଞ୍ଜେଇ, ଗୋଟିଏ ପିସ୍ତଲ ଓ ଜୀବନ୍ତ ଗୁଳି ଜବତ ହୋଇଥିଲା। ଏନେଇ ମଧ୍ୟ ଏକ ପୃଥକ ମାମଲା ଲିପୁନ ବିରୁଦ୍ଧରେ ରୁଜୁ କରଯାଇଥିବା ଏସପି ସୂଚନା ଦେଇଛନ୍ତି। ତେବେ ଏହି ଦୁଇଟି ମାମଲାରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ସମ୍ପୃକ୍ତ ରହିଥିବା ଜଣାପଡ଼ିଛି।.ଏନେଇ ତଦନ୍ତ ଚାଲିଥିବା ବେଳେ ଖୁବଶୀଘ୍ର ଅନ୍ୟ ଅଭିଯୁକ୍ତଙ୍କୁ  ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି କେ ହରିପ୍ରସାଦ, ଏସ୍ଡ଼ିପିଓ ପ୍ରତାପ କୁମାର ତ୍ରିପାଠୀ, ଆଇଆଇସି ତାପସ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.