ଢେଙ୍କାନାଳ,୧୬/୦୮: ଢେଙ୍କାନାଳ ସଦର ଥାନା ଶଙ୍କରପୁରଠାରେ ଥିବା ସତ୍ୟ ନାରାୟଣ ଇକୋ ରିସର୍ଟ ସୁଇମିଂ ପୁଲ୍ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଉତ୍ତରାଖଣ୍ଡର ତେଜସ ଆହୁଜା(୨୩ ବର୍ଷ) ବୋଲି ଜଣାପଡ଼ିଛି । ଶନିବାର ସକାଳୁ ସନ୍ଦେହଜନକ ଅବସ୍ଥାରେ ଅଗ୍ନିଶମ ବାହିନୀ ମୃତଦେହ ଉଦ୍ଧାର କରିଛି ।
ସୂଚନାନୁସାରେ, ଉତ୍ତରାଖଣ୍ଡରୁ ୫ ଜଣ ପର୍ଯ୍ୟଟକ ଶୁକ୍ରବାର ସତ୍ୟ ନାରାୟଣ ଇକୋ ରିସର୍ଟରେ ରହିଥିଲେ । ମାତ୍ର ଶନିବାର ଭୋର ୫ରେ ତେଜସ ସୁଇମିଂ ପୁଲ୍ରେ ବୁଡିଯାଇଥିବା ନେଇ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ପହଞ୍ଚି ସୁଇମିଂ ପୁଲ୍ରୁ ମୃତଦେହ ଉଦ୍ଧାର କରି ସ୍ଥାନୀୟ ଆଠଗଡ ହସ୍ପିଟାଲକୁ ପଠାଇଥିଲା । ତେବେ ତାଙ୍କ ମୃତ୍ୟୁ କିଭଳି ହେଲା, ତାହା ସ୍ପଷ୍ଟ ହୋଇନାହିଁ । ଏ ସମ୍ପର୍କରେ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।