ଭୁବନେଶ୍ୱର ୦୮/୦୨: ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅସୁସ୍ଥ। ଭୁବନେଶ୍ବର ଏକ ଘରୋଇ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ଆଇସିୟୁରେ ଅଭିନେତା ଉତ୍ତମ ମହାନ୍ତିରେ ଚିକିତ୍ସା ଜାରି ରହିଛି। ସ୍ବାସ୍ଥାବସ୍ଥା ସଙ୍କଟପନ୍ନ ହେବାରୁ ଭେଣ୍ଟିଲେଟ୍ ରଖାଯାଇଥିବା ସୂଚନା ମିଳିଛି। ସେ ଦୀର୍ଘ ଦିନ ହେବ ଅସୁସ୍ଥଥିବା ଜଣାପଡିଛି। ତେବେ ପରିବାର ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ।
ସୂଚନା ମୁତାବିକ, ଆଜି ଉତ୍ତମ ମହାନ୍ତି ନିୟମିତ ସ୍ବାସ୍ଥ ଯାଞ୍ଚ ପାଇଁ ହସ୍ପିଟାଲା ଆସିଥିଲେ। ଏହି ସମୟରେ ହଠାତ୍ ସେ ଗୁରୁତର ହୋଇପଡିଥିଲେ। ତାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ସ୍ବାସ୍ଥାବସ୍ଥା ଅଧିକ ବିଗିଡ଼ିବାରୁ ଭେଣ୍ଟିଲେଟ୍ରେ ତାଙ୍କ ଚିକିତ୍ସା କରାଯାଉଛି। ତେବେ ହସ୍ପିଟାଲ ବୁଲେନିଟ୍ ଆସିବା ପରେ ତାଙ୍କୁ କଣ ହୋଇଛି ବୋଲି ଜଣପାଡିପାରିବ।
ଉଲ୍ଲେଖ ଯୋଗ୍ୟ ଯେ, ଓଲିଉଡ୍ ଦଣ୍ଡା ବାଳୁଙ୍ଗା ରୂପେ ପରିଚିତ ଉତ୍ତମ ମହାନ୍ତି ୧୯୭୭ରେ ସାଧୁ ମେହେରଙ୍କ ନିର୍ଦ୍ଦେଶିତ ‘ଅଭିମାନ’ ଫିଲ୍ମ ଜରିଆରେ ଓଡିଆ ସିନେମା ଜଗତରେ ଡେବ୍ୟୁ କରିଥିଲେ । ଏହାପର ଠାରୁ ଆଉ ପଛକୁ ଫେରିନାହାନ୍ତି ଉତ୍ତମ ମହାନ୍ତି । ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଓଲିଉଡ୍ରେ ଏକ ନୂଆ ଟ୍ରେଣ୍ଡ ସେଟ୍ କରିଥିଲେ ଉତ୍ତମ । ବର୍ତ୍ତମାନ ଯାଏ ୧୩୫ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି ଉତ୍ତମ ମହାନ୍ତି । ଯେଉଁଥିରେ ତାଙ୍କର ନିଖୁଣ ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ଏପିରିକି ଉତ୍ତମ ମହାନ୍ତିଙ୍କ ନିଖୁଣ ଅଭିନୟ ଲାଗି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ପରି ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ତେବେ ଉତ୍ତମଙ୍କ ଅଭିନୀତ ଦଣ୍ଡା ବାଳୁଙ୍ଗା ତାଙ୍କୁ ଘରେ ଘରେ ବେଶ୍ ପରିଚିତ କରିଥିଲା । ୧୯୮୭ ମସିହାରେ ଓଲିଉଡ୍ ରେ କ୍ୱିନ୍ ଅପରାଜିତଙ୍କୁ ବିବାହ କରିଥିଲେ ।