ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଆଜିଠୁ ଦେଶରେ ବଡ଼ ପରିବର୍ତ୍ତନ; ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ

Published By : Anindita Ratha | July 1, 2025 8:22 AM

ନୂଆଦିଲ୍ଲୀ,୦୧/୦୭:  ପ୍ରତି ମାସ ପରି, ଜୁଲାଇ ପହିଲାରୁ ଦେଶରେ ଅନେକ ବଡ଼ ପରିବର୍ତ୍ତନ ହୋଇଛି। ଯାହା ପ୍ରତ୍ୟେକ ଘର ବଜେଟ୍ ବିଗାଡ଼ିବା ସହିତ ପକେଟକୁ ପ୍ରଭାବିତ କରିବ । ସରକାରଙ୍କ ତରଫରୁ ଏଲପିଜି ସିଲିଣ୍ଡର ଠାରୁ ଆରମ୍ଭ କରି ଟ୍ରେନ ଟିକେଟ୍ ପର୍ଯ୍ୟନ୍ତ ଅନେକ ନିୟମରେ ପରିବର୍ତ୍ତନ ହୋଇଛି। ତେବେ ଆସନ୍ତୁ ଜାଣିବା ସେହି ଗୁରୁତ୍ୱପୂର୍ଣ୍ଣ ନିୟମଗୁଡ଼ିକ ବିଷୟରେ। 

ଜୁଲାଇ ୧ ରୁ ମହଙ୍ଗା ହେବ ରେଳ ଯାତ୍ରା:

ଦ୍ୱିତୀୟ ଶ୍ରେଣୀ: ରେଳବାଇ ଦ୍ୱିତୀୟ ଶ୍ରେଣୀ ପାଇଁ ପ୍ରତି କିଲୋମିଟର ପିଛା ଅଧା ପଇସା(୫୦ ପଇସା)ର ବୃଦ୍ଧି କରିଛନ୍ତି। ତେବେ ସବୁଠୁ ଖୁସିର କଥା ହେଉଛି ୫୦୦ କିମି ମଧ୍ୟରେ ହେଉଥିବା ଯାତ୍ରା ପାଇଁ କୌଣସି ଦର ବୃଦ୍ଧି ହୋଇନାହିଁ। ୫୦୧-୧୫୦୦ କିମି ମଧ୍ୟରେ ହେଉଥିବା ଯାତ୍ରା ପାଇଁ ୫ ଟଙ୍କା, ୧୫୦୧-୨୫୦୦ କିମି ମଧ୍ୟରେ ହେଉଥିବା ଯାତ୍ରା ପାଇଁ ୧୦ ଟଙ୍କା ଓ ୨୫୦୧-୩୦୦୦ କିମି ମଧ୍ୟରେ ହେଉଥିବା ଯାତ୍ରା ପାଇଁ ୧୫ ଟଙ୍କା ବୃଦ୍ଧି ଘୋଷଣା କରାଯାଇଛି।

ମେଲ/ଏକ୍ସପ୍ରେସ ଟ୍ରେନ ପାଇଁ:  

ଭାରତରେ ଯାତାୟତ କରୁଥିବା ବିଭିନ୍ନ ମେଲ୍ କିମ୍ୱା ଏକ୍ସପ୍ରେସ ଟ୍ରେନର ଦ୍ୱିତୀୟ ଶ୍ରେଣୀ, ସ୍ଲିପର ଶ୍ରେଣୀ ଓ ପ୍ରଥମ ଶ୍ରେଣୀ କୋଟ୍ ରେ ଯାତ୍ରା କରିବା ପାଇଁ ପ୍ରତି କିଲୋମିଟର ପିଛା ୧ ପଇସା ବୃଦ୍ଧି କରାଯାଇଛି। ସେହିଭଳି ମେଲ/ଏକ୍ସପ୍ରେସରେ ଥିବା ଏସି ଚେୟାର କାର, ଏସି ୩-ଟାୟାର/୩-ଇକୋନୋମି, ଏସି ୨-ଟାୟାର, ଏସି ଫାର୍ଷ୍ଟ/ଏକ୍ସକ୍ୟୁଟିଭ କ୍ଲାସ/ଏକ୍ସକ୍ୟୁଟିଭ ଅନୁଭୂତି ଆଦି ଶ୍ରେଣୀ ପାଇଁ ପ୍ରତି କିଲୋମିଟର ପିଛା ୨ ପଇସା ବୃଦ୍ଧି କରାଯାଇଛି।  

କ୍ରେଡିଟ୍ କାର୍ଡ ବିଲ୍ ପେମେଣ୍ଟ ପାଇଁ ନୂଆ ନିୟମ

ଜୁଲାଇ ୧ ତାରିଖରୁ ସରକାରୀ ଏବଂ ଘରୋଇ ବ୍ୟାଙ୍କଗୁଡ଼ିକର କିଛି ନିୟମ ପରିବର୍ତ୍ତନ ହୋଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ନୂତନ କ୍ରେଡିଟ୍ କାର୍ଡ ନିୟମ ଲାଗୁ କରୁଛି। ଏବେ ସମସ୍ତ କ୍ରେଡିଟ୍ କାର୍ଡ ପେମେଣ୍ଟ ଭାରତ ବିଲ୍ ପେମେଣ୍ଟ ସିଷ୍ଟମ୍ ବା BBPS ମାଧ୍ୟମରେ କରିବାକୁ ପଡିବ। ଏହି ନିୟମ ଫୋନ୍ ପେ, କ୍ରେଡ଼୍, ବିଲ୍‌ଡ଼େସ୍କ ଏବଂ ଇନ୍‌ଫିବିମ୍ ଏଭନ୍ୟୁ ଭଳି ଫିନଟେକ୍ ପ୍ଲାଟଫର୍ମକୁ ପ୍ରଭାବିତ କରିବ। ଏପର୍ଯ୍ୟନ୍ତ କେବଳ ୮ଟି ବ୍ୟାଙ୍କ୍ BBPSରେ ବିଲ୍ ପେମେଣ୍ଟ ସକ୍ରିୟ କରିଛନ୍ତି। HDFC ବ୍ୟାଙ୍କ କ୍ରେଡିଟ୍ କାର୍ଡ ଧାରକଙ୍କ ପାଇଁ ଫି ଏବଂ ପୁରସ୍କାର ନୀତିରେ ନୂତନ ପରିବର୍ତ୍ତନ କରିଛି। ଏବେ ମାସିକ ଖର୍ଚ୍ଚ ୧୦,୦୦୦ ଟଙ୍କାରୁ ଅଧିକ ହେଲେ ୧ ପ୍ରତିଶତ ଅତିରିକ୍ତ ଫି' ନିଆଯିବ।

ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ:

ତୈଳ କମ୍ପାନୀଗୁଡ଼ିକ ପୁଣି ଥରେ ବାଣିଜ୍ୟିକ ଏଲପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଛନ୍ତି। ଏଥର ୧୯ କିଲୋଗ୍ରାମ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ ୫୮.୫୦ ଟଙ୍କା ହ୍ରାସ ପାଇଛି। ଏହି ନୂତନ ଦର ୧ ଜୁଲାଇ ଅର୍ଥାତ୍ ଆଜିଠାରୁ ସାରା ଦେଶରେ ଲାଗୁ ହେବ। ଏହା ପରେ ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ଆଜିଠାରୁ ୧୬୬୫ ଟଙ୍କା ହେବ। ୧୪.୨ କିଲୋଗ୍ରାମ ଘରୋଇ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ

ନୂତନ ପାନକାର୍ଡ ତିଆରି ପାଇଁ ଆଧାର ବାଧ୍ୟତାମୂଳକ:

୧ ଜୁଲାଇ, ୨୦୨୫ ରୁ ନୂତନ ପାନକାର୍ଡ ତିଆରି କରିବା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ହେବ। ପୂର୍ବରୁ ଯେ କୌଣସି ବୈଧ ପରିଚୟ ପତ୍ର ଏବଂ ଜନ୍ମ ପ୍ରମାଣପତ୍ର କାମ କରୁଥିଲା, କିନ୍ତୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (CBDT) ଆଧାର ଯାଞ୍ଚକୁ ବାଧ୍ୟତାମୂଳକ କରିଛି।

ପୁରୁଣା ଡିଜେଲ ଗାଡ଼ିଗୁଡ଼ିକୁ ଇନ୍ଧନ ମିଳିବ ନାହିଁ:

୧ ଜୁଲାଇ, ୨୦୨୫ ଠାରୁ ଦିଲ୍ଲୀର ପେଟ୍ରୋଲ ପମ୍ପଗୁଡ଼ିକ ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡ଼ି ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଗାଡ଼ିକୁ ଇନ୍ଧନ ବିକ୍ରି କରିବେ ନାହିଁ। ଏହି ନିୟମ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ  ଦ୍ୱାରା କାର୍ଯ୍ୟକାରୀ କରାଯାଇଛି।

ବୃଦ୍ଧି ପାଇଲା ଜେଟ୍ ଇନ୍ଧନର ମୂଲ୍ୟ:

ଘରୋଇ ବିମାନ ପାଇଁ ଜେଟ୍ ଇନ୍ଧନ ମୂଲ୍ୟରେ ୭.୫% ହ୍ରାସ ଘଟିଛି। ଦିଲ୍ଲୀ ବିମାନବନ୍ଦରରେ ଜେଟ୍ ଇନ୍ଧନ ମୂଲ୍ୟ ପ୍ରତି କିଲୋଲିଟରରେ ୬,୨୭୧.୫ ଟଙ୍କା ବୃଦ୍ଧି ପାଇ ୮୯,୩୪୪.୦୫ ଟଙ୍କା ହୋଇଛି। କୋଲକାତାରେ, ମୂଲ୍ୟ ପ୍ରତି କିଲୋଲିଟରରେ ୬,୪୭୩.୫୨ ଟଙ୍କା ବୃଦ୍ଧି ପାଇ ୯୨,୫୨୬.୦୯ ଟଙ୍କା ହୋଇଛି। ମୁମ୍ବାଇରେ ୭.୬୬%) ଏବଂ ଚେନ୍ନାଇରେ ୭.୬୭% ବୃଦ୍ଧି ଘଟିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.