ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଉପେନ୍ଦ୍ର ପ୍ରସାଦ ମହଲାଙ୍କ ‘ଇନୋଭେଟିଭ୍‌ ନ୍ୟୁଜମେକର୍ସ ବ୍ଲୁପ୍ରିଣ୍ଟ ଫର ସକ୍ସେସ୍‌’ ଉନ୍ମୋଚିତ

Published By : Prameya | December 11, 2024 9:43 AM

ଭୁବନେଶ୍ୱର,୧୧/୧୨: ଷଷ୍ଠ ରାଜ୍ୟସ୍ତରୀୟ ପୁସ୍ତକ ମହୋତ୍ସବର ୫ମ ଦିନରେ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ପୁସ୍ତକ ଉନ୍ମୋଚନ ପର୍ବ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଉପେନ୍ଦ୍ର ପ୍ରସାଦ ମହଲାଙ୍କ ଦ୍ୱାରା ଲିଖିତ ‘ଇନୋଭେଟିଭ୍‌ ନ୍ୟୁଜ୍‌ମେକର୍ସ ବ୍ଲୁପ୍ରିଣ୍ଟ୍‌ ଫର ସକ୍ସେସ୍‌’ ପୁସ୍ତକ ପାଠକାର୍ପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପ୍ରମେୟ ଓ ନ୍ୟୁଜ୭ ଗ୍ରୁପ ଏଡିଟର୍‌ ଗୋପାଳକୃଷ୍ଣ ମହାପାତ୍ର ଯୋଗଦେଇ ପୁସ୍ତକ ଉନ୍ମୋଚନ କରିଥିଲେ । ସେ କହିଥିଲେ, ସାହିତ୍ୟ ଓ ସାମ୍ବାଦିକତା ପରସ୍ପର ପରିପୂରକ । ଜଣେ ସାମ୍ବାଦିକ ନିଜର ଶବ୍ଦ ଚାତୁରୀ ମାଧ୍ୟମରେ ଭଲ ସାହିତ୍ୟ ଲେଖିପାରିବ । ସେହିପରି ଖବରକାଗଜ କେବେ ବନ୍ଦ ହେବନାହିଁ । ଏହା ବନ୍ଦ ହେବା ଅସମ୍ଭବ । ଯେତେ ପ୍ରତିଯୋଗିତାପୂର୍ଣ୍ଣ ପରିବେଶ ଆସିବ ଖବରକାଗଜ ସେତେ ସୁଦୃଢ଼ ହେବ । ଏହାର ମାନ ସେତେ ବୃଦ୍ଧି ପାଇବ । କାରଣ ଖବରକାଗଜର ସମକକ୍ଷ କେହି ହୋଇପାରିବେ ନାହିଁ । 

ଶ୍ରୀ ମହାପାତ୍ର ଆହୁରି କହିଥିଲେ, ଏହି ପୁସ୍ତକ ସାମ୍ବିଦକତାର ସବୁ ଦିଗକୁ ସ୍ପର୍ଶ କରିପାରିଛି । ଏଭଳି ପୁସ୍ତକ ସମ୍ଭବତଃ କେହି ଲେଖିନାହାନ୍ତି । ଇଲେକ୍ଟ୍ରୋନିକ୍ସ ମିଡିଆ, ସୋସିଆଲ ମିଡିଆ ଏବଂ ପ୍ରିଣ୍ଟ ମିଡିଆ ଭଳି ଅନେକ ବିଭବକୁ ଆଧାର କରି ଏହି ପୁସ୍ତକ ଲେଖାଯାଇଛି । ନୂଆପିଢ଼ିର ସାମ୍ବାଦିକତା କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ପୁସ୍ତକଟି ବହୁତ ଉପାଦେୟ ହେବ । ମୁଖ୍ୟବକ୍ତା ଭାବେ ଲେଖକ ଭୀମ ପୃଷ୍ଟି ଯୋଗଦେଇ ସାମ୍ବାଦିକତା କିଭଳି ଲେଖିବା ଲାଗି ତାଙ୍କୁ ପ୍ରେରଣା ଦେଇଥିଲା ତାହା ଉପରେ ଆଲୋଚନା କରିଥିଲେ । ସୋସିଆଲ ମିଡିଆ ଯୁଗରେ ପ୍ରିଣ୍ଟ ମିଡିଆ ମୁଣ୍ଡ ଟେକି ଛିଡ଼ା ହୋଇଛି । ପ୍ରିଣ୍ଟ ମିଡିଆ ଖବର ପଢ଼ିଲେ ମଣିଷ ମସ୍ତିଷ୍କ ପ୍ରଭାବିତ ହେବ । କିଛି ନୂଆ କରିବା ଲାଗି ଚିନ୍ତା ସୃଷ୍ଟି ହେବ । ସାମ୍ବାଦିକ ଲେଖକ ସ୍ୱାଧୀନ ମତ ଦେଲେ ବାସ୍ତବକଥା ସାହିତ୍ୟରେ ପ୍ରତିଫଳିତ ହେବ ବୋଲି ସେ କହିଥିଲେ । ଉନ୍ମୋଚିତ ପୁସ୍ତକର ଲେଖକ ଶ୍ରୀ ମହଲା ଏହାର ବିଷୟବସ୍ତୁ ଉପରେ ଆଲୋଚନା କରିଥିଲେ । ଏହି ପୁସ୍ତକ ଥିଓରି ଏବଂ ପ୍ରାକ୍ଟିକାଲ ବିଷୟ ଉପରେ ଆଧାରିତ । ଶ୍ରୀ ମହଲା ଲେଖକୀୟ ଅନୁଭୂତି ପ୍ରଦାନ କରି କହିଥିଲେ, ସାମ୍ବାଦିକତା ସତ୍ୟ, ଦୃଢ଼ ଏବଂ ନିରପେକ୍ଷ ନହେଲେ ଗଣତନ୍ତ୍ର ତିଷ୍ଠିପାରିବ ନାହିଁ । ଏହି ପୁସ୍ତକ ସାମ୍ବାଦିକ, ସାମ୍ବାଦିକତା ପଢ଼ୁଥିବା ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ଲେଖକଙ୍କୁ ସାମ୍ବାଦିକତାର ବିଭିନ୍ନ ଦିଗ ବିଷୟରେ ସଚେତନତା କରାଇବ । 

ପେନ୍‌ ଇନ୍‌ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି କହିଥିଲେ, ଏହି ପୁସ୍ତକ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ବିଭିନ୍ନ ବିଭାଗରେ ଶହ ଶହ ପୁସ୍ତକ ଲେଖାଯାଉଛି । କିନ୍ତୁ ନିଜ କର୍ମକ୍ଷେତ୍ରରେ ସାଉଣ୍ଟିଥିବା ଅଭିଜ୍ଞତା ବିଷୟରେ ପୁସ୍ତକ ଲେଖିବା ଲୋକ ବହୁତ କମ୍‌ । ଏଭଳି ପୁସ୍ତକ ଅଧିକରୁ ଅଧିକ ଛପା ଯିବା ଜରୁରି । ଏହି ପୁସ୍ତକ ଠିକ୍‌ ସେହି ଭଳି ଅଭିଜ୍ଞତାକୁ ନେଇ ଲେଖା ହୋଇଛି । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ କବି ପବିତ୍ର ମୋହନ କର । ପୁସ୍ତକ ମେଳାରେ ପ୍ରମେୟ ପକ୍ଷରୁ କୁଇଜ୍‌ ପ୍ରତିଯୋଗିତା ପୁସ୍ତକ ମେଳାରେ ପ୍ରମେୟ ଷ୍ଟଲ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି କୁଇଜ୍‌ ପ୍ରତିଯୋଗିତା । ଏହା ବୁଧବାରଠାରୁ ଆରମ୍ଭ ହୋଇ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ପ୍ରତିଯୋଗିତା । ଠିକ୍‌ ଉତ୍ତର ଦେଉଥିବା ପାଠକମାନଙ୍କୁ ମିଳିବ ଆକର୍ଷଣୀୟ ପୁରସ୍କାର ମିଳିବ ବୋଲି ସୂଚନା ଦିଆଯାଇଛି । 

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.