ଭୁବନେଶ୍ୱର, ୦୩/୦୫: ବଲାଙ୍ଗୀର ଜିଲ୍ଲା ରହେନଭଟା ଗାଁ ନିକଟ ରେଲ୍ ୱେ ଟ୍ରାକ୍ରେ ପଡ଼ିଛି ଯୁବକଙ୍କ ମୃତଦେହ । ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି ଜିଆରପି ପୋଲିସ । ମୃତ ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ତାଙ୍କ ମୃତ୍ୟୁର କାରଣ ମଧ୍ୟ ଜଣାପଡ଼ି ନାହିଁ ।
ସୂଚନା ମୁତାବକ, ରହେନଭଟା ଗାଁ ନିକଟ ରେଲୱେ ଟ୍ରାକ୍ରେ ଜଣେ ଅଜଣା ଯୁବକଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ ସ୍ଥାନୀୟଲୋକେ । ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ଯୁବକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ସହ ଜିଆରପି ପୋଲିସ ଘଟଣାର ତଦନ୍ତ ଚଳାଇଛି । ତେବେ ରେଲ୍ ୱେ ଟ୍ରାକ୍ରେ ମୃତଦେହ ପଡ଼ି ରହିଥିବା ବେଳେ ଅନତି ଦୂରରେ ଏକ ବୁଲେଟ୍ ଗାଡ଼ି ଥିବା ମଧ୍ୟ ଦେଖିବାକୁ ମିଳିଛି ।