ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

ପରିବା ବୋଝେଇ ଗାଡ଼ି ସହ ଟ୍ରକର ଧକ୍କା, ୨ଗୁରୁତର

Published By : prameya | April 29, 2025 3:00 PM

ଭୁବନେଶ୍ବର,୨୯/୦୪:ବଲାଙ୍ଗୀରରେ ଦୁର୍ଘଟଣା । ପରିବା ବୋଝେଇ ଗାଡ଼ି ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ଏହି ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗୁରୁତର ଦୁଇ ହେଲେ ରାଜା ସାହୁ ଓ ସିଦ୍ଧାନ୍ତ ହାତୀ ବୋଲି ଜଣାପଡିଛି। 

ସୂଚନା ଅନୁଯାୟୀ, ଟିଟିଲାଗଡ଼ ପଟୁ ଏକ ଟ୍ରକ ଆସୁଥିଲା। ଏହି ସମୟରେ ବଲାଙ୍ଗୀର ପଟୁ ଆସୁଥିବା ଏକ ପରିବା ବୋଝେଇ ପିକ୍‌ଅପ୍‌ ଗାଡ଼ି ସହିତ ଦୁର୍ଘଟଣା ହୋଇଥିଲା । ଯାହା ଫଳରେ ଗାଡିରେ ଥିବା ଦୁଇ ଜଣ ଗୁରୁତର ହୋଇଥିଲେ । ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଉଭୟ ଗୁରୁତରଙ୍କ ଘର କଳାହାଣ୍ଡି ଏମ୍‌ ରାମପୁରରେ , ଉଭୟ ପରିବାର ନେଇ ରାମପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.