ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ମୁହାଁମୁହିଁ ଧକ୍କା ହେଲା ୨ ସେନା ହେଲିକପ୍ଟର; ୫ ଯବାନ ମୃତ, ଜଣେ ଗୁରୁତର

Published By : Tapas Panda | December 9, 2024 7:05 PM

ନୂଆଦିଲ୍ଲୀ: ତୁର୍କୀ ଆକାଶରେ ଭୟଙ୍କର ଦୁର୍ଘଟଣା । ଦୁଇଟି ସେନା ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଥିବା ଜଣାପଡ଼ିଛି । ଏହି ଦୁର୍ଘଟଣାରେ ଗୋଟିଏ ହେଲିକପ୍ଟରରେ ଥିବା ୫ ଜଣ ଯବାନଙ୍କ ଜୀବନ ଯାଇଥିବା ବେଳେ ଅନ୍ୟ ହେଲିକପ୍ଟରକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଯାଇଛି । ସ୍ଥାନୀୟ ଗଣମାଧ୍ୟମ ଏନଟିଭି ଅନୁସାରେ, ଦୁର୍ଘଟଣାରେ ଅନ୍ୟ ଜଣେ ଯବାନ ଗୁରୁତର ହୋଇଛନ୍ତି । 

ସେଠାକାର ଗଭର୍ଣ୍ଣର ଅବଦୁଲ୍ଲା ଇରିନଙ୍କ କହିବା ଅନୁଯାୟୀ, ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ବ୍ରିଗେଡିୟର ଜେନେରାଲ୍‌ ମଧ୍ୟ ସାମିଲ ଅଛନ୍ତି । ସେ ବିମାନ ସ୍କୁଲର ପ୍ରଭାରୀ ଥିଲେ । ତେ‌ବେ ମଝି ଅକାଶରେ ଦୁଇ ହେଲିକପ୍ଟର ମୁହାଁମୁହିଁ ହେବା ପଛର କାରଣ ସଂପର୍କରେ ଜଣାପଡ଼ି ନାହିଁ । ଗଭର୍ଣ୍ଣର ଇରିନ୍‌ଙ୍କ ଅନୁସାରେ, ଘଟଣା ସଂପର୍କରେ ତଦନ୍ତ ଆରମ୍ଭ ହୋଇଯାଇଛି । 

ତୁର୍କୀର ପ୍ରତିରକ୍ଷା ମନ୍ତ୍ରୀ ମଧ୍ୟ ଏହି ଦୁର୍ଘଟଣା ସଂପର୍କରେ ସୂଚନା ଦେଇ କହିଛନ୍ତି, ୫ ଜଣ ଯବାନଙ୍କ ଦୁଃଖଦ ମୃତ୍ୟୁ ଘଟିଛି ଏବଂ ଜଣେ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ତୁର୍କୀ ସେନାର ଦୁଇ UH-1 ପ୍ରିଶିକ୍ଷଣ ହେଲିକପ୍ଟର ମୁହାଁମୁହିଁ ଧକ୍କା ହୋଇଥିଲା । ଏନେଇ ଋଷ ଗଣମାଧ୍ୟମରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।  ଏହି ଭିଡିଓରେ, ପାହାଡ଼ିଆ ଅଞ୍ଚଳ ଧୂଆଁମୟ ହୋଇଥିବା ବେଳେ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିବା ଦେଖିବାକୁ ମିଳିଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.