ପ୍ରମୂଖ ଖବର
  • ମନ୍ତ୍ରୀଙ୍କ ଓଏସ୍‌ଡି, ବ୍ୟକ୍ତିଗତ ସଚିବ ନିଯୁକ୍ତି ପାଇଁ ମାର୍ଗଦର୍ଶିକା: ସିସିଆର୍‌ ଭଲ ନ ଥିଲେ ମିଳିବନି ନିଯୁକ୍ତି
  • ||
  • ଅକ୍ଟୋବର୧୦ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ, ଖୋଲା ଜିପ୍‌ରେ ବସି ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ
  • ||
  • ଭିଜିଲାନ୍ସ ପଞ୍ଝାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଫ୍ଲୋରିଡାରୁ ସ୍ପେସ୍‌ଏକ୍ସ ଫାଲକନ୍‌ ରକେଟ୍‌ର ସଫଳ ଲଞ୍ଚ୍, ଗ୍ରହାଣୁ ଉପରେ ଅଧ୍ୟୟନ କରିବ ‘ହେରା ମିଶନ’
  • ||
  • ମଙ୍ଗଳବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ, କାର୍ତ୍ତିକ ମାସ ନୀତି ନିର୍ଘଣ୍ଟରେ ଲାଗିବ ମୋହର
  • ||
  • ମଙ୍ଗଳବାର ଜମ୍ମୁ-କାଶ୍ମୀର ଏବଂ ହରିଆଣା ଭୋଟ ଗଣତି, ମଧ୍ୟାହ୍ନ ସୁଦ୍ଧା ସ୍ପଷ୍ଟହୋଇଯିବ ଜନମତ ଚିତ୍ର
  • ||

ରେଲଓ୍ବେ ଷ୍ଟେସନ୍‌ରେ ଶୋଉଥିବା ଲୋକଙ୍କୁ ପଥରରେ ଛେଚି ଆକ୍ରମଣ:ଦୁଇ ମୃତ, ୩ ଗୁରୁତର

ନାଗପୁର,୭।୧୦;  ରେଲଓ୍ବେ ଷ୍ଟେସନ୍‌ରେ ଶୋଇଥିବା ଲୋକଙ୍କ ଉପରେ ପଥର ଛେଚି ଆକ୍ରମଣ। ଏଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।  ମହାରାଷ୍ଟ୍ରର ନାଗପୁରରେ ରେଲଓ୍ବେ ଷ୍ଟେସନ୍‌ରେ ସୋମବାର ଏଭଳି ଏକ ଘଟଣା ଘଟିଛି। ଆକ୍ରମଣକାରୀ ଜଣକ ମାନସିକ ରୋଗୀ ବୋଲି ଜଣାପଡିଛି। ଖବର ପାଇବା ମାତ୍ରେ ଘଟଣାସ୍ଥଳରେ ପହଁଞ୍ଚି ଯାଇଥିଲା ଜିଆରପି ପୋଲିସର ପାଟ୍ରୋଲିଂ ଟିମ୍। ମୃତକଙ୍କ ପରିଚୟ ୪୦ ବର୍ଷୀୟ ଗୌରବ କୁମାର ବୋଲି ଜଣାପଡିଛି। ତେବେ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନି।

ଗଣେଶଙ୍କ ଘର ତାମିଲନାଡୁ। ଏହାଛଡା ଗୁରୁତର ଆହତ ହୋଇଥିବା ଅନ୍ୟ ତିନିଜଣଙ୍କୁ ସରକାରୀ ମାୟୋ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଆକ୍ରମଣକାରୀର ପରିଚୟ ଜୟରାମ ରାମଅବତାର କେଭଟ ଭାବରେ ଜଣାପଡିଛି। ହତ୍ୟାକାରୀ ଜଣକ ପୋଲିସ ଭୟରେ ସେଠାରୁ ଖସି ଯିବାକୁ ଚେଷ୍ଟା କରିବା ବେଳେ ରେଲଓ୍ବେ ଷ୍ଟାଫ୍‌ ତାଙ୍କୁ ଧରି ନେଇଥିଲେ। ପୋଲିସ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି ଓ ଆଗକୁ ତଦନ୍ତ ଜାରି ରଖିଛି। ନାଗପୁର ସେଣ୍ଟ୍ରାଲ ଷ୍ଟେସନ୍‌ର ସୁରକ୍ଷାକୁ ମଧ୍ୟ ବଢାଇ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.