ରାଉରକେଲା,୧୬/୦୫: ଆସନ୍ତୁ ସମସ୍ତେ ପରାକ୍ରମ ରାଲିରେ ସାମିଲ ହେବା। ଆମ ତ୍ରିରଙ୍ଗା ତିନୋଟି ରଙ୍ଗରୁ ବେଶ୍ ଊର୍ଦ୍ଧ୍ୱରେ। ଏହା ଆମ ସହିଦଙ୍କ ରକ୍ତ, ଆଗାମୀ ପିଢ଼ି ପିଲାଙ୍କ ଭବିଷ୍ୟତ ଏବଂ ମହାନ୍ ଭାରତବର୍ଷର ଆତ୍ମା। ଆମେ ରାଉରକେଲାକୁ ତ୍ରିରଙ୍ଗା ସାଗରରେ ପରିଣତ କରିବା; ଯାହା ଭାରତ ମାତା ପାଇଁ ଆମେ ସମସ୍ତେ ଏକଜୁଟ ଥିବାର ପ୍ରତୀକ ସ୍ୱରୂପ ଏକ ଗୌରବମୟ ଯାତ୍ରା ହେବ ବୋଲି କହିଛନ୍ତି ସାଂସଦ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ।
ସୁନ୍ଦରଗଡ଼ ମାଟିର ସନ୍ତାନ ଓ ସାଂସଦ ଭାବେ ସେ ନିଜେ ରାଉରକେଲାର ଆବାଳବୃଦ୍ଧବନିତାଙ୍କ ସହ ଚାଲିବେ ବୋଲି ରାଉରକେଲାବାସୀଙ୍କ ଉଦ୍ଦେଶ୍ୟରେ ଦେଇଥିବା ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି ଜୁଏଲ । ଏହି ପରାକ୍ରମ ରାଲି ଆସନ୍ତା ୧୭ ତାରିଖ, ଶନିବାର ପୂର୍ବାହ୍ନ ୯ଟାରେ ଏହା ରାଉରକେଲାର ବିର୍ସା ଛକରୁ ବାହାରି ପାନପୋଷ ଛକ ଯାଏଁ ଯିବ । ସମସ୍ତଙ୍କୁ ଯୋଗ ଦେବା ପାଇଁ ଜୁଏଲ ନିବେଦନ କରିଛନ୍ତି ।