ପ୍ରମୂଖ ଖବର
  • ଗଞ୍ଜାମ: ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଘେରାଉ
  • ||
  • ରାଉଲକେଲା: ଦଶାହ କର୍ମ ପାଇଁ ଆସିଥିବା ଯୁବକଙ୍କୁ ତୀର ମାଡ଼,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
  • ||
  • ବୁଧବାର ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • 'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ
  • ||
  • ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କଲେ ଆଲୋଚନା
  • ||
  • ଭଦ୍ରକ ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ଅଭିଯୋ, ମୃତ ଶିଶୁକୁ ଧରି ରାସ୍ତାରୋକ, ଗାଡ଼ି ଚଳାଚଳ ଠପ୍‌
  • ||
  • ଗଞ୍ଜାମ: ବଡ଼ ଆର୍ଜିପଲ୍ଲୀରେ ଡେଙ୍ଗୁ ଆତଙ୍କ: ୧୩ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ, ୮ଜଣ ଆକ୍ରାନ୍ତ
  • ||
  • ନାକଟିଦେଉଳ : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
  • ||
  • ମୁଣ୍ଡ ନୁଆଁଇଲା ପାକିସ୍ତାନ; ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ଶହବାଜ୍ ସରିଫ୍
  • ||
  • ଗଞ୍ଜାମ: ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼
  • ||
  • ଢ଼େଙ୍କାନାଳ: ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର , ପତ୍ନୀ ମୃତ, ସ୍ୱାମୀ ଓ ଶିଶୁପୁତ୍ର ଆହତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ
  • ||
  • ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
  • ||
  • ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା,୨୯ ତାରିଖ ବେଳକୁ ମୌସୁମୀ ପହଞ୍ଚିପାରେ
  • ||

୨୭ରେ ଲଘୁଚାପ, ୭ ଦିନ ପ୍ରବଳ ବର୍ଷିବ: ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭାରି ବର୍ଷା ସମ୍ଭାବନା

Published By : Prameya | May 26, 2025 7:40 AM

ଭୁବନେଶ୍ୱର,୨୬/୦୫: ୨୭  ତାରିଖରେ ପଶ୍ଚିମ କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି  ହୋଇପାରେ । ଏହା ପ୍ରଭାବରେ ରାଜ୍ୟରେ ଭଲବର୍ଷା ହେବ । କିଛି ସ୍ଥାନରେ ଭାରି ବର୍ଷା ହୋଇପାରେ । ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ  ପ୍ରବଳ ବର୍ଷା ସମ୍ଭାବନା ଅଛି। ପାଣିପାଗ ବିଭାଗ ଏହାକୁ ନେଇ ସତର୍କ କରାଇଛି । 

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ତେବେ ବାତ୍ୟା ନେଇ ଆଇଏମ୍‌ଡି କୌଣସି  ପୂର୍ବାନୁମାନ କରିନି । କିନ୍ତୁ ସୋସିଆଲ ମିଡିଆରେ  ବାତ୍ୟା ହେବା ନେଇ ଅନେକ ଗୁଜବ ବୁଲୁଛି ।  ଏହାକୁ କେହି ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ ଅପିଲ୍‌ କରିଛନ୍ତି । ମୌସୁମୀ ପହଞ୍ଚିବାରେ କିଛି ସମୟ ଲାଗିବ । ମୌସୁମୀ ଏବେ କେରଳ ଛୁଇଁବା ପରେ ଆଗକୁ ବଢୁଛି । ଦକ୍ଷିଣ ଭାରତ ଓ ଉତ୍ତର  ପୂର୍ବାଞ୍ଚଳ ରାଜ୍ୟରେ ମୌସୁମୀ ପହଞ୍ଚିବା ପରେ  ଓଡ଼ିଶା ଆସିବ । ଏ ନେଇ ଆଗକୁ ସ୍ପଷ୍ଟ ସୂଚନା  ଦିଆଯିବ ବୋଲି ସେ କହିଛନ୍ତି । ତେବେ ଆସନ୍ତା  ୩ଦିନରେ ମୁମ୍ବାଇ, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶର  କିଛି ସ୍ଥାନକୁ ମୌସୁମୀ ଅଗ୍ରସର ପାଇଁ ପାଗ  ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ  ବିଭାଗ(ଆଇଏମଡି) ଆକଳନ କରିଛି । 

ସୋମବାର ଲଘୁଚାପ ପ୍ରଭାବରେ  ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତସିଂହପୁର, ସୁନ୍ଦରଗଡ଼,  ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼,  ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,  ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର,  କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା,  କୋରାପୁଟ ଓ ମାଲକାନଗିରିରେ ଘଡ଼ଘଡ଼ି ସହ  ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ  ପବନ ବହିବାର ସମ୍ଭାବନା ବି ଅଛି । 

ମଙ୍ଗଳବାର(୨୭ ତାରିଖ) ଗଞ୍ଜାମ,  ଗଜପତି, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ ଓ  କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । ଏହି  ସବୁ ସ୍ଥାନକୁ ଛାଡ଼ି ନବରଙ୍ଗପୁର, ନୂଆପଡ଼ା,  ବଲାଙ୍ଗୀର, ବୌଦ୍ଧ, ସୋନପୁର, ନୟାଗଡ଼,  ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା  କଳାହାଣ୍ଡି, କନ୍ଧମାଳ ଓ କୋରାପୁଟରେ ବର୍ଷା  ଓ ଘଡ଼ଘଡ଼ି ସମ୍ଭାବନା ଅଛି । ୪୦ରୁ ୫୦ କିମି  ବେଗରେ ପବନ ବି ବହିବ । 

ବୁଧବାର ( ୨୮ ତାରିଖ) ପୁରୀ, ଖୋର୍ଦ୍ଧା,  ଗଞ୍ଜାମ, ଗଜପତି, ରାୟଗଡ଼ା,କୋରାପୁଟ, ମାଲକାନଗିରିରେ ପ୍ରବଳ ବର୍ଷା  ହୋଇପାରେ । ବାଲେଶ୍ୱର, ଭଦ୍ରକ, ଯାଜପୁର,  କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ସୁନ୍ଦରଗଡ଼,  ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼,  ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ,  ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,  ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି,  କନ୍ଧମାଳ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ ଓ  ମାଲକାନଗିରିରେ ଝଡ଼ ବର୍ଷା ହୋଇପାରେ । ବର୍ଷା  ସାଙ୍ଗକୁ ଘଡ଼ଘଡ଼ି ବି ହୋଇପାରେ । 

ଗୁରୁବାର ବା ୨୯  ତାରିଖରେ ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ,  ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ଭାରି ବର୍ଷା  ସମ୍ଭାବନା ଅଛି । ୩୦, ୩୧ ଓ ୧ ତାରିଖରେ ଉତ୍ତର  ଓଡ଼ିଶାର ବିଭିନ୍ନ ସ୍ଥାନରେ ଭାରି ବର୍ଷା ହୋଇପାରେ ବୋଲି  ପାଣିପାଗ ବିଭାଗ ଆକଳନ କରିଛି । 

ଗତ ୨୪ ଘଣ୍ଟାରେ  କୋରାପୁଟ ଲମତାପୁଟରେ ୮୦.୨ ମିମି ବର୍ଷା ହୋଇଛି । କେନ୍ଦ୍ରାପଡ଼ା ମହାକାଳପଡ଼ାରେ ୮୦ମିମି, ଢେଙ୍କାନାଳ  ଭୁବନରେ ୬୮, ଗଞ୍ଜାମ ପାତ୍ରପୁରରେ ୬୩, କଟକ  ନରସିଂହପୁରରେ ୬୦,ଜଗତସିଂହପୁର ତିର୍ତ୍ତୋଲରେ  ୫୮, କଟକ ନିଶ୍ଚିତକୋଇଲିରେ ୫୭, ନବରଙ୍ଗପୁର  ରାଇଘରରେ ୫୨, ସୁନ୍ଦରଗଡ଼ ଗୁରୁଣ୍ଡିଆରେ ୫୦,  ବାଲେଶ୍ୱର ବାହାନଗାରେ ୪୭ ଓ କୁଜଙ୍ଗରେ ୪୭ମିମି  ବର୍ଷା ରେକର୍ଡ ହୋଇଛି । 

ରବିବାର ସକାଳୁ ସନ୍ଧ୍ୟା  ଭିତରେ ପାରାଦୀପରେ ସର୍ବାଧିକ ୩୫.୪ ମିମି ବର୍ଷା  ହୋଇଛି । ରାୟଗଡ଼ାରେ ୩୧ମିମି, ବାଲେଶ୍ୱରରେ ୧୨.୫  ଓ ଜଗତସିଂହପୁରରେ ୧୦ମିମି ବର୍ଷା ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.