ପ୍ରମୂଖ ଖବର
  • ଗଞ୍ଜାମ: ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଘେରାଉ
  • ||
  • ରାଉଲକେଲା: ଦଶାହ କର୍ମ ପାଇଁ ଆସିଥିବା ଯୁବକଙ୍କୁ ତୀର ମାଡ଼,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
  • ||
  • ବୁଧବାର ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • 'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ
  • ||
  • ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କଲେ ଆଲୋଚନା
  • ||
  • ଭଦ୍ରକ ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ଅଭିଯୋ, ମୃତ ଶିଶୁକୁ ଧରି ରାସ୍ତାରୋକ, ଗାଡ଼ି ଚଳାଚଳ ଠପ୍‌
  • ||
  • ଗଞ୍ଜାମ: ବଡ଼ ଆର୍ଜିପଲ୍ଲୀରେ ଡେଙ୍ଗୁ ଆତଙ୍କ: ୧୩ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ, ୮ଜଣ ଆକ୍ରାନ୍ତ
  • ||
  • ନାକଟିଦେଉଳ : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
  • ||
  • ମୁଣ୍ଡ ନୁଆଁଇଲା ପାକିସ୍ତାନ; ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ଶହବାଜ୍ ସରିଫ୍
  • ||
  • ଗଞ୍ଜାମ: ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼
  • ||
  • ଢ଼େଙ୍କାନାଳ: ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର , ପତ୍ନୀ ମୃତ, ସ୍ୱାମୀ ଓ ଶିଶୁପୁତ୍ର ଆହତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ
  • ||
  • ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
  • ||
  • ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା,୨୯ ତାରିଖ ବେଳକୁ ମୌସୁମୀ ପହଞ୍ଚିପାରେ
  • ||

ସାବିତ୍ରୀ ଅମାବାସ୍ୟା : ସ୍ଵାମୀଙ୍କ ଦୀର୍ଘାୟୁ ମନାସି ବ୍ରତ ପାଳୁଛନ୍ତି ସଧବା, ବିଭିନ୍ନ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ଼

Published By : Rasmita Pradhan | May 26, 2025 8:24 AM

ଭୁବନେଶ୍ୱର, ୦୬/୦୫ : ଆଜି ସାବିତ୍ରୀ ଅମାବାସ୍ୟା। ଓଡ଼ିଆ ଘରର ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରନ୍ତି। ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରନ୍ତି। ହିନ୍ଦୁ ମହିଳାମାନେ ପ୍ରତିବର୍ଷ ଏହି ଦିନକୁ ବଡ଼ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି । ପରମ୍ପରା ଅନୁସାରେ ଓଷା ପାଇଁ ମହିଳାମାନେ ନୂଆ ଶାଢ଼ୀ, ଚୁଡ଼ି, ଫଳମୂଳ, ପୂଜା ସାମଗ୍ରୀ ଧରି ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତି । କେହି କେହି ଘରେ ବ୍ରାହ୍ମଣଙ୍କୁ ଡାକି ପୂଜା କରନ୍ତି । 

ସକାଳୁ ସାବିତ୍ରୀମାନେ ଥାଳିରେ ପୂଜା ସାମଗ୍ରୀ ସଜାନ୍ତି। ଶଙ୍ଖା, ସିନ୍ଦୁର, ସାଲୁକନା, ନାଲି ଚୁଡ଼ି, କଳା ଚୁଡି, ବ୍ରତ, ତୁଳା, କଳାମାଳି, କାଠ, ପାନିଆ, ପାଟ ଫୁଲି, ମଥା ବାସ, ଦର୍ପଣ ପରି ସମସ୍ତ ଜିନିଷ ପୂଜା ଲାଗି ଦରକାର ହେଇଥାଏ। ଆଜି ପୂଜା ଲାଗି ବ୍ୟବହାର ହେବାକୁ ଥିବା କଳା ଓ ନାଲି ଚୁଡି ୨ଟାକୁ ୫ଟଙ୍କା ଅଳତା ୧୦ଟଙ୍କା, ଗୁଆ ୩ଟଙ୍କା, ବ୍ରତ ୩ଟଙ୍କା, ସିନ୍ଦୁର ଫରୁଆ ୫ରୁ ୧୦ଟଙ୍କା, ଅଇନା ୩ଟଙ୍କା, ହରିଡା, ବାହାଡା ୩ଟଙ୍କା, ପାନିଆ ୧୦ଟଙ୍କା ଦାମ୍‌ ରହିଛି । କିଛି ବୋପାରୀ ପଲିଥିନ୍‌ରେ ସବୁ ସାମଗ୍ରୀ ପ୍ୟାକ କରି ଧରାଇ ଦେଇ ଏକ ପ୍ରକାରର ଦାମ୍‌ ସ୍ଥିର କର ଦେଇଛନ୍ତି । ସବୁ ପୁଜା ସମାଗ୍ରୀ ଥିବା ପୁଟୁଳି ଦାମ୍‌ ୧୦୦ଟଙ୍କା ରହିଛି ।

ସଧବା ନାରୀଙ୍କର ବିଶ୍ୱାସ ରହିଛି ଯେ, ସାବିତ୍ରୀ ବ୍ରତ ଦିନ ଜଣେ ନାରୀ, କିନ୍ନର ଦିଦିମାନେ ପୂଜା କରିଥିବା ଭୋଗ ସେବନ କଲେ କିମ୍ବା ଶଙ୍ଖା ସିନ୍ଦୂରକୁ ପରିଧାନ କଲେ ତାଙ୍କ ସ୍ୱାମୀ ଦୀର୍ଘାୟୁ ହୋଇଥାନ୍ତି। କେବଳ ସେଥିପାଇଁ କିଛି ସଧବା ମହିଳା କିନ୍ନର ପୂଜା କରୁଥିବା ସ୍ଥାନକୁ ଯାଇ ସେଠାରେ ସେମାନଙ୍କର ଆଶୀର୍ବାଦ କାମନା କରିବା ସହ ଶଙ୍ଖା, ସିନ୍ଦୂର ମାଗିଥାନ୍ତି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.