ପ୍ରମୂଖ ଖବର
  • ଗଞ୍ଜାମ: ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ବିଭିନ୍ନ ଦାବି ନେଇ ଗଞ୍ଜାମ ବ୍ଲକ ଘେରାଉ
  • ||
  • ରାଉଲକେଲା: ଦଶାହ କର୍ମ ପାଇଁ ଆସିଥିବା ଯୁବକଙ୍କୁ ତୀର ମାଡ଼,ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି, ଅଭିଯୁକ୍ତ ଫେରାର
  • ||
  • ବୁଧବାର ରାଜ୍ୟ କ୍ୟାବିନେଟର ବୈଠକ, ବିଭିନ୍ନ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ବାଜିପାରେ ମୋହର
  • ||
  • 'ଏ ଜୋକର ଭାରତ ସହ ଲଢିବେ', ଜାଣନ୍ତୁ କେଉଁ ଫଟୋକୁ ନେଇ ପାକିସ୍ତାନ ଉପରେ ବର୍ଷିଲେ ୱୱେସୀ
  • ||
  • ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦେଶ ତଥା ରାଜ୍ୟର ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ନେଇ କଲେ ଆଲୋଚନା
  • ||
  • ଭଦ୍ରକ ଅଲଟ୍ରା ସାଉଣ୍ଡର ତ୍ରୁଟି ପୂର୍ଣ୍ଣ ରିପୋର୍ଟ ଅଭିଯୋ, ମୃତ ଶିଶୁକୁ ଧରି ରାସ୍ତାରୋକ, ଗାଡ଼ି ଚଳାଚଳ ଠପ୍‌
  • ||
  • ଗଞ୍ଜାମ: ବଡ଼ ଆର୍ଜିପଲ୍ଲୀରେ ଡେଙ୍ଗୁ ଆତଙ୍କ: ୧୩ବର୍ଷର ନାବାଳକର ମୃତ୍ୟୁ ଅଭିଯୋଗ, ୮ଜଣ ଆକ୍ରାନ୍ତ
  • ||
  • ନାକଟିଦେଉଳ : ବିଦ୍ୟୁତ୍ ଆଘାତରେ ସ୍ତ୍ରୀ ମୃତ, ସ୍ଵାମୀ ଗୁରୁତର
  • ||
  • ମୁଣ୍ଡ ନୁଆଁଇଲା ପାକିସ୍ତାନ; ଭାରତ ସହ ଶାନ୍ତି ଆଲୋଚନା ଚାହୁଁ କହିଲେ ଶହବାଜ୍ ସରିଫ୍
  • ||
  • ଗଞ୍ଜାମ: ଘର ଆଗରେ ଗଣ୍ଡଗୋଳ କରିବାକୁ ମନା କରିବାରୁ ଯୁବକଙ୍କୁ ଛୁରାମାଡ଼
  • ||
  • ଢ଼େଙ୍କାନାଳ: ବାଇକ୍‌କୁ ଧକ୍କା ଦେଲା ତେଲ ବୋଝେଇ ଟ୍ୟାଙ୍କର , ପତ୍ନୀ ମୃତ, ସ୍ୱାମୀ ଓ ଶିଶୁପୁତ୍ର ଆହତ
  • ||
  • IPL 2025: ଆଜି ସୁପରଜାଏଣ୍ଟ୍‌ସକୁ ଭେଟିବ ରୟାଲ୍‌ ଚ୍ୟାଲେଞ୍ଜର୍ସ, ଟେବୁଲ୍‌ ଟପ୍ପର ଲକ୍ଷ୍ୟରେ ରଜତ ବାହିନୀ
  • ||
  • ଚାଞ୍ଚଲ୍ୟ; ପ୍ରବଚନ ଶୁଣି ଫେରୁଥିଲେ, କାର୍‌ରୁ ମିଳିଲା ପରିବାରର ୭ ଜଣଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ରଥ ଖଳା ହାଲ୍‌ଚାଲ୍...ରଥ ବ୍ରେକ୍‌ ଅଖ ନିର୍ମାଣ ଆରମ୍ଭ, ଚକରେ ଲାଗୁଛି ପନ୍ଦାରି ଚାବି
  • ||
  • ମଙ୍ଗଳବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା,୨୯ ତାରିଖ ବେଳକୁ ମୌସୁମୀ ପହଞ୍ଚିପାରେ
  • ||

ଜଳକ୍ରୀଡ଼ା ବେଳେ ବଡ଼ ଅଘଟଣ, ଅଳ୍ପକେ ବର୍ତ୍ତିଲେ ସୌରଭ ଗାଙ୍ଗୁଲୀଙ୍କ ଭାଇ ଭାଉଜ

Published By : Gurupada Nath | May 25, 2025 10:08 PM

ପୁରୀ,୨୫/୫ :  ପୁରୀ ବେଳାଭୂମିରେ ବେଆଇନ୍ ଭାବେ ଚାଲିଛି ବିଭିନ୍ନ ଜଳକ୍ରୀଡ଼ା। ଶନିବାର ସନ୍ଧ୍ୟାରେ ଏହି ଜଳକ୍ରୀଡ଼ା ବେଳେ ଘଟିଛି ବଡ଼ ଅଘଟଣ, ଯେଉଁଥିରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସ୍ନେହାଶିଷ ଗାଙ୍ଗୁଲି ଏବଂ ତାଙ୍କ ସ୍ତ୍ରୀ ଅର୍ପିତା ଗାଙ୍ଗୁଲି। ଆଉ ଏହି ଦୁଇ ଜଣ ହେଉଛନ୍ତି ଖୋଦ୍ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭାଇ ଓ ଭାଉଜ। ଉପସ୍ଥିତ ଲାଇଫ ଗାର୍ଡ ବୁଡ଼ି ଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରିଥିଲେ। ତେଣୁ ଏଠାରେ ବେଆଇନ୍ ଭାବେ ଚାଲିଥିବା ସାମୁଦ୍ରିକ ଜଳକ୍ରୀଡାକୁ ବନ୍ଦ ପାଇଁ ଦାବି ହୋଇଛି। 

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ଲାଇଟ ହାଉସ ନିକଟ ହୋଟେଲ ସୋନାର ବାଙ୍ଗଲା ସମ୍ମୁଖ ବେଳାଭୂମିରେ ଏହି ଅଭାବନୀୟ ଘଟଣା ଘଟିଥିଲା। ବୋଟ ବ୍ୟବସାୟ କରୁଥିବା ସଂସ୍ଥାର ଅନଭିଜ୍ଞ କର୍ମଚାରୀଙ୍କ ଯୋଗୁ ସ୍ପିଡ ବୋଟଟି ଭାରସାମ୍ୟ ହରାଇ ଗଭୀର ସମୁଦ୍ରରେ ଓଲଟି ପଡିଥିବା ଅଭିଯୋଗ ହୋଇଛି। ଆବଶ୍ୟକ ଗାଇଡଲାଇନ ସ୍କାଏ ରାଇଡର କମ୍ପାନୀ ମାନୁନଥିବା ଅଭିଯୋଗ ହୋଇଛି। ଜିଲ୍ଲା ପ୍ରଶାସନର ବିନା ଅନୁମତିରେ ସ୍କାଏ ରାଇଡର ସଂସ୍ଥା ବିପଦ ଜନକ ଭାବେ ସମୁଦ୍ରରେ ପର୍ଯ୍ୟଟକଙ୍କୁ ନେଇ ଜଳକ୍ରୀଡ଼ା କରାଉଥିବା ଘଟଣା ସାମ୍ନାକୁ ଆସିଛି। 

ତେବେ ସ୍କାଏ ରାଇଡର ସଂସ୍ଥା କିଭଳି ଜିଲ୍ଲା ପ୍ରଶାସନକୁ ବେଖାତିର କରି ପର୍ଯ୍ୟଟକଙ୍କୁ ନେଇ ଓ୍ବାଟର ସ୍ପୋର୍ଟସ ଗେମ୍ ବ୍ୟବସାୟ ଚଳାଇଛି ତା'କୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍କାଏ ରାଇଡର କମ୍ପାନୀ ପଛରେ କେଉଁ ବଡ଼ବଡ଼ିଆ ଅଧିକାରୀଙ୍କ ହାତ ରହିଛି? ଆମେ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇନାହିଁ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.