ପ୍ରମୂଖ ଖବର
  • କ୍ରିକେଟର ସବୁ ଫର୍ମାଟକୁ ବାଏ ବାଏ କହିଲେ ପିୟୂଷ ଚାୱଲା
  • ||
  • ଭୁବନେଶ୍ୱର ରେଳ ଭବନ ଠାରେ ଆୟୋଜିତ ନିଯୁକ୍ତି ମେଳାରେ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଅଗଷ୍ଟ ୩ରେ NEET PG, ନୂଆ ତାରିଖ ନେଇ NBEକୁ ସମୟ ଦେଲେ ସୁପ୍ରିମକୋର୍ଟ
  • ||
  • ବିଶ୍ୱର ସର୍ବୋଚ୍ଚ ରେଳ ସେତୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ସବୁ ଋତୁରେ ସହଜ ହେବ ଜମ୍ମୁରୁ ଶ୍ରୀନଗର ଯାତ୍ରା
  • ||
  • RBIର ବଡ଼ ଉପହାର; ଶସ୍ତା ହେବ ଘର-ଗାଡି EMI ,୦.୫୦% କମିଲା ରେପୋ ରେଟ୍
  • ||
  • ବ୍ରହ୍ମପୁର: ବଡ଼ବଜାରର ଥାନା ହରିଡ଼ାଖଣ୍ଡି ପୋଖରୀରୁ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଅନୁଗୁଳ: ଜନ୍ତୁ ଶିକାର ବେଳେ ମାଡି ବସିଲା ବନ ବିଭାଗ, ଜଣେ ଗିରଫ, ୩ କିଲୋ ଜିଆଇ ତାର ଜବତ
  • ||
  • ବାରଙ୍ଗ ଷଣ୍ଢପୁର ନିକଟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଏକ ଟ୍ରକ୍ ସହ ଧକ୍କା
  • ||
  • ବେଙ୍ଗାଲୁରୁ ଦଳାଚକଟା ଘଟଣାରେ ବଡ଼ ଆକ୍ସନ, ଏୟାରପୋର୍ଟରୁ RCB ମାର୍କେଟିଂ ହେଡ୍ ଗିରଫ
  • ||
  • ଅଦିନିଆ ବର୍ଷା କ୍ଷୟକ୍ଷତି ଦାବିରେ ରାସ୍ତା ଅବରୋଧ, କୃଷକ ସଂଗଠନର ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ୯ରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲରେ କରିବାକୁ ପଡ଼ିବ ପଞ୍ଜୀକରଣ
  • ||
  • ଇଂଲଣ୍ଡ ଗସ୍ତରେ ଟିମ୍ ଇଣ୍ଡିଆ, ଶୁଭମନଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍, ବୁମରା ଖେଳିବେ ୩ଟି ଟେଷ୍ଟ
  • ||
  • ବଡ଼ଦେଉଳରେ ରୁକ୍ମିଣୀ ହରଣ ଏକାଦଶୀ ନୀତି, ଅପରାହ୍ଣ ୧ଟାରୁ ସନ୍ଧ୍ୟା ୬ଟା ଦର୍ଶନ କଟକଣା
  • ||
  • ଶୁକ୍ରବାର ବସିବ ରାଜ୍ୟ କ୍ୟାବିନେଟ୍‌ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ବଢିଲା ଟ୍ରମ୍ପ-ମସ୍କ କଳି ; ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାହାନ୍ତି ମସ୍କ, କହିଲେ ଜେଡି ଭାନ୍ସଙ୍କୁ ମିଳୁ ରାଷ୍ଟ୍ରପତି ପଦ
  • ||
  • ଜୁନ୍‌ ୧୨ ଆଗରୁ ଫେରିବନି ମୌସୁମୀ : ଆଗକୁ ଆହୁରି ସିଝାଇବ, ଛଟପଟ କରିବ ତାତି, ଲଘୁଚାପ ହିଁଁ ଭରସା
  • ||

ସୁରକ୍ଷା ନିୟମର ଉଲ୍ଲଂଘନ କରୁଛି ତୁର୍କୀଏ ଏୟାର ଲାଇନ୍ସ, ଡିଜିସିଏ ତଦନ୍ତରୁ ମିଳିଲା ତଥ୍ୟ

Published By : Tapas Panda | June 4, 2025 11:27 PM

Image Courtesy: tv9hindi

ନୂଆଦିଲ୍ଲୀ: ତୁର୍କୀଏ ଏୟାର ଲାଇନ୍ସ ସାଂଘାତିକ ତ୍ରୁଟି କରୁଛି । ଏଥିପାଇଁ ତୁର୍କୀଏ ଏୟାର ଲାଇନ୍ସକୁ ଭାରତର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) କଡ଼ା ଚେତାବନୀ ଦେଇଛି । ଏହା ସୁରକ୍ଷା ମାନଦଣ୍ଡର ଉଲ୍ଲଂଘନ କରିଥିବା ନେଇ ପ୍ରମାଣ ପାଇଛି ଡିଜିସିଏ । ମେ’ ୨୯ରୁ ଜୁନ୍‌ ୨, ୨୦୨୫ ମଧ୍ୟରେ ଦିଲ୍ଲୀ, ହାଇଦ୍ରାବାଦ, ଚେନ୍ନାଇ ଏବଂ ବେଙ୍ଗାଲୁରୁ ବିମାନବନ୍ଦରରେ ତୁର୍କୀଏ ଏୟାର ଲାଇନ୍ସର ଯାତ୍ରୀ ଏବଂ ମାଲବାହୀ ବିମାନର ସୁରକ୍ଷା ସମ୍ବନ୍ଧୀୟ ଯାଞ୍ଚ ପରେ ଡିଜିସିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 

ତଦନ୍ତ ସମୟରେ ଜଣାପଡିଛି ଯେ, ଅନୁମତି ବିନା ତୁର୍କୀ ଏୟାର ଲାଇନ୍ସର ଏକ କାର୍ଗୋ ବିମାନରେ ବିପଦ ଜନକ ବିସ୍ଫୋରକ ପରିବହନ କରାଯାଉଥିଲା । ଭାରତୀୟ ନିୟମ ଅନୁଯାୟୀ ଏହା ନିଷିଦ୍ଧ। ବିମାନ ରକ୍ଷଣାବେକ୍ଷଣ ଇଞ୍ଜିନିୟର (AME) ଙ୍କ ଅନୁପସ୍ଥିତିରେ କେବଳ ଟେକ୍ନିସିଆନଙ୍କ ଦ୍ୱାରା ବିମାନ ଆଗମନ ପ୍ରକ୍ରିୟା କରାଯାଇଥିଲା । ଯାହା ସୁରକ୍ଷା ପ୍ରୋଟୋକଲର ଉଲ୍ଲଂଘନ। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ, ଏୟାର ଲାଇନ୍ସ ଏବଂ ଏହାର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଏଜେଣ୍ଟ (GHA) ମଧ୍ୟରେ କୌଣସି ଚୁକ୍ତିନାମା ନଥିଲା । ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁର ସେଲେବି ଗ୍ରାଉଣ୍ଡ ହ୍ୟାଣ୍ଡଲିଂ ଏଜେନ୍ସି ଆନୁଷ୍ଠାନିକ ହସ୍ତାନ୍ତର ବିନା ସିଢ଼ି, ଟ୍ରଲି, ଷ୍ଟେପ୍ ସିଢ଼ି ଏବଂ ଗ୍ରାଉଣ୍ଡ ପାୱାର ୟୁନିଟ୍ (GPU) ଭଳି ଉପକରଣ ବ୍ୟବହାର କରିଥିଲା, ଯାହା ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲା। 

ସୁରକ୍ଷା ମାନଦଣ୍ଡର ନିରନ୍ତର ଅନୁପାଳନ ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ହେଲେ "ଫଲୋ ଅପ ନୀରିକ୍ଷଣ" ମଧ୍ୟ କରାଯିବ ବୋଲି ଡିଜିସିଏ କହିଛି। ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତିରେ କହିଛି ଯେ, ଭାରତୀୟ ବାୟୁମଣ୍ଡଳରେ ସମସ୍ତ ବିଦେଶୀ ଅପରେଟରଙ୍କ ସୁରକ୍ଷା ଏବଂ ନିୟାମକ ଅନୁପାଳନ ସୁନିଶ୍ଚିତ କରିବାକୁ DGCA ପ୍ରତିବଦ୍ଧ। ତୁର୍କୀଏ ଏୟାର ଲାଇନ୍ସକୁ ଅନ୍ତର୍ଜାତୀୟ ବେସାମରିକ ବିମାନ ଚଳାଚଳ ସଂଗଠନ (ICAO) ମାନଦଣ୍ଡ ଏବଂ DGCA ନିୟମାବଳୀକୁ ସମ୍ପୂର୍ଣ୍ଣ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.