ପ୍ରମୂଖ ଖବର
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଭାରତ ଉପରେ ଟ୍ରମ୍ପଙ୍କ ଦ୍ବିତୀୟ ଟାରିଫ୍ ବମ୍ : ୨୫ ରୁ ୫୦%କୁ ବୃଦ୍ଧି କଲେ ଶୁଳ୍କ, ୨୭ ରୁ ହେବ ଲାଗୁ

Published By : Harapriya Biswal | August 6, 2025 8:13 PM

ନୂଆଦିଲ୍ଲୀ,୬।୮: ଭାତରକୁ  ଆମେରିକାର ଆଉ ଏକ ବଡ଼  ଝଟକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ଯାହା ଧମକ ଦେଇଥିଲେ, ଶେଷରେ ତାହା ହିଁ କଲେ। ଭାରତ ଉପରେ ୨୫% ଅତିରିକ୍ତ ଟାରିଫ୍ ଲଗାଇବା ନେଇ ଆଜି ଘୋଷଣା କରିଛନ୍ତି ଟ୍ରମ୍ପ। ଏହା ସହ ଏବେ ଭାରତ ଉପରେ ଆମେରିକାର ଟାରିଫ୍‌ ୫୦%କୁ ବୃଦ୍ଧି ଘଟିଛି। ରୁଷଠାରୁ ତେଲ କିଣୁଥିବାରୁ ଟ୍ରମ୍ପ ଭାରତ ଉପରେ ଏହି ଅତିରିକ୍ତ ଶୁଳ୍କ ଲଗାଇଛନ୍ତି। 

ଗତ କିଛି ଦିନ ହେବ ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟିକ ବିବାଦ ଦେଖିବାକୁ ମିଳିଥିଲା। ପୂର୍ବରୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପ୍ରଶାସନ ଭାରତ ଉପରେ ରୁଷଠାରୁ ତେଲ କିଣୁଥିବା ନେଇ ଅସନ୍ତେଷ ପ୍ରକାଶ କରିଥିଲେ। ଏନେଇ ଟ୍ରମ୍ପ ମଙ୍ଗଳବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ଘୋଷଣା କରିଥିଲେ। ୨୪ ଘଣ୍ଟା ପୂରଣ ନହେଉଣୁ ଟ୍ରମ୍ପ ଭାରତ ଉପରେ ଲଗାଇଦେଲେ ୨୫% ଅତିରିକ୍ତ ଟାରିଫ୍।  

ଟ୍ରମ୍ପଙ୍କ ଦ୍ବାରା ସାଇନ୍ କରାଯାଇଥିବା ନୂଆ ନିର୍ଦେଶ ଅନୁସାରେ, ଏହି ଟାରିଫ୍ ୨୧ ଦିନ ଭିତରେ ଲାଗୁ କରାଯିବ, ଅର୍ଥାତ ୨୭ ଅଗଷ୍ଟ ୨୦୨୫ ରୁ ଭାରତରୁ ଆମେରିକା ପଠାଯାଉଥିବା ସାମଗ୍ରୀ ଉପ‌ରେ ଏହା ଲାଗୁ ହେବ।  ଯେଉଁ ସାମଗ୍ରୀଗୁଡ଼ିକ ଅଗଷ୍ଟ ୨୭  ପୂର୍ବରୁ ବାହାରି ସାରିଛି ଏବଂ ସେପ୍ଟେମ୍ବର ୧୭  ପୂର୍ବରୁ ଆମେରିକାରେ ପହଞ୍ଚିଛନ୍ତି, ସେଗୁଡ଼ିକୁ ଶୁଳ୍କରୁ ମୁକ୍ତ କରାଯିବ। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଏହି ସବୁ ଟାରିଫ୍ ଅନ୍ୟ ସବୁ ଶୁଳ୍କ ଓ ଟ୍ୟାକ୍ସର ଅତିରିକ୍ତ ହେବ। ତେବେ ଏଥିରେ କିଛି ଖାସ୍ ମାମଲାରେ ଛାଡ ମଧ୍ୟ ଦିଆଯିବ। ଏହା ସହ ଟ୍ରମ୍ପ ଚେତାବନୀ ଦେଇଛନ୍ତି, ଯଦି କୌଣସି ଦେଶ ସିଧାସଳଖ ଭାବରେ ରୁଷଠାରୁ ତେଳ କିଣେ ତେବେ ତା ଉପରେ ଆମେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.