ପ୍ରମୂଖ ଖବର
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

୨୦୦ ଫୁଟ୍ ଖାଇକୁ ଖସିଲା ସିଆରପିଏଫ୍‌ର ବଙ୍କର ଗାଡି, ୩ ଯବାନ ଶହୀଦ ୧୫ ଆହତ

Published By : Rasmita Pradhan | August 7, 2025 12:23 PM

ଜମ୍ମୁ କାଶ୍ମୀର, ୦୭/୦୮ : ଅପରେସନ ସାରି ଫେରିବା ବେଳେ ଅଘଟଣ । ୨୦୦ ଫୁଟ ଖାଇକୁ ଖସିଲା ସିଆରପିଏଫ୍‌ର ବଙ୍କର ଗାଡି। ୩ ସିଆରିଏଫ୍ ଯବାନ ଶହୀଦ, ୧୫ ଆହତ। ଜମ୍ମୁ କାଶ୍ମୀର ଉଧମପୁର ଜିଲ୍ଲା କଣ୍ଡୱା-ବସନ୍ତଗଡ଼ ମାର୍ଗରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

ସୂଚନାନୁଯାୟୀ, ଗୁରୁବାର ସକାଳ ପ୍ରାୟ ସାଢେ ୧୦ଟା ବେଳେ ସିଆରପିଏଫ୍‌ ୧୮୭ ବାଟାଲିଅନର ୨୩ଜଣ ଯବାନ ଏକ ବଙ୍କର ଗାଡି ଯୋଗେ ଅପରେସନରୁ ଫେରୁଥିଲେ। କଣ୍ଡୱା-ବସନ୍ତଗଡ଼ ମାର୍ଗରେ ସେନା ଗାଡି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୩ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। କିଛି ଯବାନଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ରହିଛି। 

ଏହି ଘଟଣାକୁ ନେଇ ଅତିରିକ୍ତ ଏସପି ସନ୍ଦୀପ ଭଟ୍ଟ ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ ଦୁର୍ଘଟଣା ନେଇ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ପୋଷ୍ଟ କରି ଶୋକ ବ୍ୟକ୍ତ କରିଛନ୍ତି। ତ୍ଵରିତ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରାଥମିକ ସୂଚନା ଅନୁଯାୟୀ, ରାସ୍ତା ଖରାପ ଥିବାରୁ ଗାଡି ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିବା କୁହାଯାଉଛି। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛନ୍ତି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.