ପ୍ରମୂଖ ଖବର
  • କୁଜଙ୍ଗ କୋଠିଆସାହି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା , ହାଇଓ୍ବା ମାଡିଯିବାରୁ ବାପା-ଝିଅ ମୃତ
  • ||
  • ରାୟଗଡ଼ା : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀକୁ ଠେଙ୍ଗାରେ ପିଟି ହତ୍ୟା କଲା ସ୍ୱାମୀ
  • ||
  • ବଲାଙ୍ଗୀର : ଜାମପଡା ଜଙ୍ଗଲରୁ ଯୁବକଙ୍କ ମୃତଦେହ ଠାବ, ହତ୍ୟା ଅଭିଯୋଗ
  • ||
  • ରାଜସ୍ଥାନରେ ଭୂକମ୍ପ ଝଟକା,ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ଼
  • ||
  • ଜଷ୍ଟିସ୍‌ ଯଶୱନ୍ତ ବର୍ମାଙ୍କୁ ଶକ୍ତ ଝଟକା; ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ ଆବେଦନ ଖାରଜ୍
  • ||
  • କଟକ : ଅସହ୍ୟ ହେଲା ପ୍ରେମିକଙ୍କ ବ୍ଲାକମେଲ୍! ଫ୍ୟାନ୍‌ରେ ଝୁଲିପଡ଼ିଲେ ଯୁବତୀ
  • ||
  • କଟକ ଏସ୍‌ସିବି ମେଡିକାଲରେ ପହଞ୍ଚିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତଦେହ, କରାଯିବ ବ୍ୟବଚ୍ଛେଦ
  • ||
  • ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମହୁତି ଘଟଣାରେ ଆକ୍ସନ୍, ASI ଶୈଳେନ୍ଦ୍ର ନାରାୟଣ ପଲେଇଙ୍କୁ ବଦଳି ନିର୍ଦ୍ଦେଶ
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଏକନାଥ ସିନ୍ଦେଙ୍କ ନାତି ରୁଦ୍ରାଂଶଙ୍କ ଅଳି, 'ଜେଜେ ଆସିଲା ବେଳେ ମୋଦି ବାବାଙ୍କଠୁ ଫାଇଟର୍ ପ୍ଲେନ୍ ଆଉ ଖେଳନା ଆଣିବ'...

Published By : Rasmita Pradhan | August 7, 2025 11:50 AM

ନୂଆଦିଲ୍ଲୀ, ୦୭/୦୮ : ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ୫ ବର୍ଷର ନାତି ରୁଦ୍ରାଂଶଙ୍କ ଅଳି। 'ଜେଜେ ଆସିଲା ବେଳେ ମୋଦି ବାବାଙ୍କଠୁ ମୋ ପାଇଁ ଫାଇଟର୍ ପ୍ଲେନ୍ ଆଉ ଖେଳନା ଆଣିବ।' ବୁଧବାର ଏକନାଥ ତାଙ୍କ ପରିବାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏହି ସାକ୍ଷାତକାର ସମୟରେ ମୋଦି ରୁଦ୍ରାଂଶଙ୍କ କଥା ପଚାରିଥିଲେ। ରୁଦ୍ରାଂଶଙ୍କୁ ଘରେ ଛାଡ଼ି ଆସିଥିବା ଏକନାଥ କହିଥିଲେ। ଏହା ସହ ନାତିଙ୍କ ଅଳି ବିଷୟରେ ବି କହିଥିଲେ। କୁନି ରୁଦ୍ରାଂଶଙ୍କ କଥା ଶୁଣି ପିଏମ୍ ତାଙ୍କ ହସକୁ ଅଟକାଇ ପାରିନଥିଲେ। 

ସୂଚନାନୁଯାୟୀ, ବୁଧବାର ଏକନାଥ ସିନ୍ଦେ, ପତ୍ନୀ ଲତା ସିନ୍ଦେ, ପୁଅ ଶ୍ରୀକାନ୍ତ ସିନ୍ଦେ ଏବଂ ବୋହୂ ବୃଷାଳୀ ସିନ୍ଦେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ। ଏବେ ଶ୍ରାବଣ ମାସ ଚାଲିଥିବାରୁ ସିନ୍ଦେ ପରିବାର ମୋଦିଙ୍କୁ ଶିବଙ୍କର ଏକ ଫଟୋଚିତ୍ର ଭେଟି ଦେଇଥିଲେ। 'ଅପରେସନ ମହାଦେବ'ର ସଫଳତାର ପ୍ରତୀକ ସ୍ଵରୂପ ଏହି ଭେଟି ଦେଇଥିଲେ। ପହଲଗାମ ଆତଙ୍କୀ ହମଲାରେ ସଂପୃକ୍ତ ଥିବା ଆତଙ୍କୀଙ୍କୁ ନିପାତ କରିବା ପାଇଁ 'ଅପରେସନ ମହାଦେବ' କରାଯାଇଥିଲା। 

ସିନ୍ଦେ ପରିବାର ସହ କୁନି ରୁଦ୍ରାଂଶଙ୍କୁ ନଦେଖି ମୋଦି ତାଙ୍କ ବିଷୟରେ ପଚାରିଥିଲେ। ନାତି ଟୋକାକୁ ଘରେ ଛାଡ଼ି ଆସିଥିବା ଏକନାଥ କହିଥିଲେ। ତାଙ୍କ ଅଳି ବିଷୟରେ ବି ମୋଦିଙ୍କୁ ଜଣାଇଥିଲେ। ରୁଦ୍ରାଂଶଙ୍କ କଥା ଶୁଣି ମୋଦି ଟିକେ ହସି ଦେଇଥିଲେ। ପରେ ରୁଦ୍ରାଂଶଙ୍କ ମଜାଳିଆ ଡିମାଣ୍ଡ୍ ନେଇ ଗଣମାଧ୍ୟମକୁ ଜଣାଇଥିଲେ। ସିନ୍ଦେ କହିଥିଲେ, 'ମୋ ନାତି ଠିକ୍ ଦାବି କରିଛି। ଯୁଦ୍ଧ ବିମାନ ଆମ ପାଇଁ ମଧ୍ୟ ଉପଯୋଗୀ ହୋଇପାରେ। ବିଶେଷକରି ମହାରାଷ୍ଟ୍ର ରାଜନୀତି ଏବଂ ଆଗାମୀ ପୌର ନିର୍ବାଚନ ପାଇଁ।' ତାଙ୍କର ମଜାଦାର ବକ୍ତବ୍ୟ ସ୍ପଷ୍ଟ କରିଥିଲା ଯେ ସେ ନିର୍ବାଚନ ଲଢ଼େଇକୁ ଏକ ଲଢ଼େଇ ଭାବରେ ଦେଖୁଛନ୍ତି।

ଏକନାଥ ସିନ୍ଦେଙ୍କ ଦିଲ୍ଲୀ ଗସ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗୋଟିଏ ମାସ ମଧ୍ୟରେ ଏହା ତାଙ୍କର ତୃତୀୟ ଦିଲ୍ଲୀ ଗସ୍ତ। ଏହି ଅବସରରେ ସେ ସଂସଦ ଭବନରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ସେପଟେ ଉଦ୍ଧବ ଠାକରେଙ୍କ ପରିବାର ମଧ୍ୟ ଦିଲ୍ଲୀରେ ଅଛନ୍ତି। ସେ INDIA ମେଣ୍ଟର ଡିନର ମିଟିଂରେ ସାମିଲ ହେବାକୁ ପହଞ୍ଚିଛନ୍ତି। 




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.