ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ହାଇଡ୍ରୋଜେନ୍ ଟ୍ରେନର ଟ୍ରାଏଲ ରନ୍ ଆରମ୍ଭ, ଘଣ୍ଟା ପ୍ରତି ବେଗ ୧୧୦କିମି

Published By : prameya | April 1, 2025 9:54 AM

ନୂଆଦିଲ୍ଲୀ,୦୧/୦୪:  ଭାରତରେ ଖୁବ୍‌ଶୀଘ୍ର ଚାଲିବାକୁ ଯାଉଛି ହାଇଡ୍ରୋଜେନ୍ ଟ୍ରେନ୍। ଏନେଇ   ଆରମ୍ଭ ହୋଇଛି ଟ୍ରାଏଲ ରନ୍ । ଏହି ଟ୍ରେନର  ଟ୍ରାଏଲ ରନ୍ ହରିୟାଣାର ସୋନିପତ-ଜିନ୍ଦ ରୁଟରେ ଚାଲିଛି। ଏହି ଟ୍ରେନ୍ ଚେନ୍ନାଇର ଇଣ୍ଟିଗ୍ରାଲ୍ କୋଚ୍ ଫ୍ୟାକ୍ଟ୍ରିରେ ନିର୍ମିତ ହୋଇଥିବା ଏଥିରେ ଏକାଥରକେ ୨୬୩୮ ଜଣ ଯାତ୍ରୀଙ୍କୁ ନେଇ ଯିବାର କ୍ଷମତା ରହିଛି। ବିଦ୍ୟୁତ୍ ଏବଂ ଡିଜେଲ ବିନା ଚାଲୁଥିବା ଏହି ଟ୍ରେନ୍ ଅନ୍ୟ ଟ୍ରେନ୍ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।

ହାଇଡ୍ରୋଜେନ୍ ଟ୍ରେନ୍ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ, କାରଣ ଏହାକୁ ଚଳାଇବା ପାଇଁ ବିଦ୍ୟୁତ୍, କୋଇଲା ଏବଂ ଡିଜେଲର ଆବଶ୍ୟକତା ନାହିଁ। ଏହି ଟ୍ରେନରେ ସ୍ୱତନ୍ତ୍ର ପ୍ରକାରର ଇନ୍ଧନ ସେଲ୍ ସ୍ଥାପିତ ହୋଇଛି। ଏହା ହାଇଡ୍ରୋଜେନ୍ ଗ୍ୟାସ୍ ଏବଂ ଅମ୍ଳଜାନ ସାହାଯ୍ୟରେ ବିଦ୍ୟୁତ୍ ଉତ୍ପାଦନ କରି ଚାଲିଥାଏ। ଏହି ରାସାୟନିକ ପ୍ରକ୍ରିୟାରେ, କେବଳ ପାଣି ଏବଂ ଶକ୍ତି ଉତ୍ପାଦନ ହୁଏ, ଯାହା ଯୋଗୁଁ କୌଣସି ପ୍ରଦୂଷଣ ହୁଏ ନାହିଁ। ଏହି ଟ୍ରେନର ପରୀକ୍ଷଣ ସୋନିପତ-ଜିନ୍ଦ ରୁଟରେ ଚାଲିଛି। ଟ୍ରେନର କ୍ଷମତା ୧୨୦୦ ହର୍ସପାୱର୍, ଯାହା ଏକାଥରେ ୨୬୩୮ ଜଣ ଯାତ୍ରୀଙ୍କୁ ନେଇପାରିବ। ବର୍ତ୍ତମାନ, ଭାରତରେ ୨,୮୦୦କୋଟି ଟଙ୍କା ବ୍ୟୟରେ ୩୫ଟି ପରିବେଶ ଅନୁକୂଳ ହାଇଡ୍ରୋଜେନ୍ ଟ୍ରେନ ନିର୍ମାଣ କରାଯାଉଛି।

 ଏହା ମଧ୍ୟ ପଢନ୍ତୁ-  ଏପ୍ରିଲ ପହିଲାରୁ ଏହି ସବୁ ନିୟମରେ ବଡ଼ ପରିବର୍ତ୍ତନ , ଜାଣନ୍ତୁ କ'ଣ?

ଏକ ହାଇଡ୍ରୋଜେନ୍ ଟ୍ରେନରେ ୮ଟି କୋଚ୍ ରହିବ। ଭାରତରେ ନିର୍ମିତ ହାଇଡ୍ରୋଜେନ୍ ଟ୍ରେନ୍ ବିଶ୍ୱର ସବୁଠାରୁ ଲମ୍ବା ଟ୍ରେନ୍। ଏହାର ଗତି ବିଶ୍ୱର ହାଇଡ୍ରୋଜେନ୍ ଟ୍ରେନଗୁଡ଼ିକ ମଧ୍ୟରେ ମଧ୍ୟ ସବୁଠାରୁ ଦ୍ରୁତ। ପରୀକ୍ଷଣ ସମୟରେ, ଟ୍ରେନର ସୁରକ୍ଷା ମାନଦଣ୍ଡ ଏବଂ ବୈଷୟିକ କ୍ଷମତା ପରୀକ୍ଷା କରାଯିବ। ଏହି ଟ୍ରେନ୍ ସ୍ଥାୟୀ ଏବଂ ସ୍ୱଚ୍ଛ ପରିବହନକୁ ପ୍ରୋତ୍ସାହିତ କରିବା ଦିଗରେ ଭାରତୀୟ ରେଳବାଇର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.