ପ୍ରମୂଖ ଖବର
  • ସମ୍ୱଲପୁର : ନାଗାବଳୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିପଡ଼ିଲା ଗୋଟିଏ ବଗି
  • ||
  • କନ୍ଧମାଳ : ଜଙ୍ଗଲରେ ଅବକାରୀ ବିଭାଗ ସ୍ୱାତନ୍ତ୍ର ସ୍କ୍ୱାର୍ଡର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||
  • କେନ୍ଦୁଝର : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୩ ଆହତ
  • ||
  • ପୁରୀ : ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା, ତଦନ୍ତ କରୁଛି ପୋଲିସ
  • ||
  • ବଲାଙ୍ଗୀର : ସ୍ୱାମୀର ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀର ଜୀବନ, କାରଣ ଅସ୍ପଷ୍ଟ
  • ||
  • ୩ ଦିନ ପରେ ସରଗରମ ହୋଇପାରେ ବିଧାନସଭା, ବିଭିନ୍ନ ପ୍ରସଙ୍ଗକୁ ନେଇ ଗୃହରେ ମୁହାଁମୁହିଁ ହେବେ ବିରୋଧୀ ଏବଂ ଶାସକ
  • ||
  • ଭୁବନେଶ୍ୱର : ଗାଡ଼ି ସାଇଡ୍ ମରାକୁ ନେଇ ଛାତ୍ର ଏବଂ ଅଣଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ, ଉଭୟଙ୍କ ପକ୍ଷରୁ ଖଣ୍ଡଗିରି ଥାନାରେ ଏତଲା
  • ||
  • କଟକ : ଖବରକାଗଜ ବିତରକଙ୍କୁ ପିଟିଲା PCR, ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||

ଆମର ଭାବମୂର୍ତ୍ତୀକୁ ଖରାପ କରିବାକୁ ପ୍ରୟାସ : ଆମେରିକୀୟ ଖବର କାଗଜର ରିପୋର୍ଟକୁ ଭାରତର ଖଣ୍ଡନ

Published By : Prameya | March 31, 2025 9:47 PM

ନୂଆଦିଲ୍ଲୀ : ଭାରତ ସୋମବାର ନ୍ୟୁ ୟର୍କ ଟାଇମ୍ସ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଉପରେ କଡ଼ା ପ୍ରତିକ୍ରିୟା ଦେଇଛି, ଯେଉଁଥିରେ ଦାବି କରାଯାଇ ଥିଲା କି, ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ (ଏଚଏଏଲ) ରୁଷ୍‌କୁ ହତିଆର ସପ୍ଲାଇ କରୁଥିବା ଏକ ବ୍ଲାକଲିଷ୍ଟେଡ୍‌ ଏଜେନ୍ସିକୁ ସମ୍ୱେଦନଶୀଳ ଟେକ୍ନିକୀୟ ଉପକରଣ ବିକ୍ରି କରିଛି। ଭାରତୀୟ ବିଦେଶ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ତଥ୍ୟାତ୍ମକ ଭାବେ ଭୁଲ ଓ ଭ୍ରମାତ୍ମକ କହିବା ସହ ଏହା ରାଜନୀତିକ ଉଦ୍ଦେଶ୍ୟ ପ୍ରଣୋଦିତ କହିଛି। ମନ୍ତ୍ରଣାଳୟ ଅଭିଯୋଗ କରିଛି ଯେ, ରିପୋର୍ଟ ଜାଣିଶୁଣି ମାମଲାକୁ ବିକୃତ କରିଛି ଏବଂ ଭାରତର ଭାବମୂର୍ତ୍ତୀକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରିଛି।

ବିଦେଶ ମନ୍ତ୍ରଣାଳୟ ବୟାନ ଜାରି କରି କହିଛି , ଯେଉଁ ଭାରତୀୟ କମ୍ପାନୀ ଏହି ରିପୋର୍ଟରେ ଉଲ୍ଲେଖିତ ଅଛି, ତାହା ଅନ୍ତରାଷ୍ଟ୍ରୀୟ ରଣନୀତିକ ବାଣିଜ୍ୟ ନିୟନ୍ତ୍ରଣ ଓ ଏଣ୍ଡ-ୟୁଜର ପ୍ରତିବଦ୍ଧତା ଗୁଡ଼ିକର ସଂପୂର୍ଣ୍ଣ ଭାବେ ପାଳନ କରିଛି। ମନ୍ତ୍ରଣାଳୟ ମିଡ଼ିଆ ସଂସ୍ଥା ଗୁଡ଼ିକୁ ଅନୁରୋଧ କରିଛି ଯେ, ସେ କୌଣସି ବି ରିପୋର୍ଟକୁ ପ୍ରକାଶିତ କରିବା ପୂର୍ବରୁ ଉଚିତ ଯାଞ୍ଚ କରୁ , ଯାହା ଏହି ମାମଲାରେ କରାଯାଇ ନାହିଁ।

ଏହି ବିବାଦ ଏହି ସମୟରେ ଉଭା ହୋଇଛି , ଯେତେବେଳେ ନ୍ୟୁ ୟର୍କ ଟାଇମ୍ସ ୨୮ ମାର୍ଚ୍ଚରେ ନିଜ ରିପୋର୍ଟରେ ଦାବି କରିଛି କି ବ୍ରିଟିଶ ଏୟରୋସ୍ପେସ୍‌ ନିର୍ମାତା ଏଚଆର ସ୍ମିଥ୍‌ ଗ୍ରୁପ୍‌ HAL ର ମାଧ୍ୟମରେ ରୁଷ୍‌କୁ ଟେକ୍ନିକୀୟ ଉପକରଣର ସପ୍ଲାଇ କରିଥିଲା। ଏଥିରେ ଟ୍ରାନ୍ସମିଟର୍ସ , କକପିଟ୍‌ ଉପକରଣ ଓ ଅନ୍ୟ ସମ୍ୱେଦନଶୀଳ ଅଂଶ ସାମିଲ ଥିଲା। ଏହା ଦାବି କରାଯାଇଛି କି, ଏହି ଉପକରଣକୁ ରୁଷ୍‌କୁ ବିକ୍ରି ନକରିବାକୁ ବ୍ରିଟେନ ଓ ଆମେରିକା ନିର୍ଦ୍ଦେଶ ଦେଇଥିଲେ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ HAL ଏଚଆର ସ୍ମିଥ୍‌ ଠାରୁ ଆଣିଥିବା ଉପକରଣକୁ ରୁଷ୍‌ର ଏକ ବ୍ଲାକ୍‌ଲିଷ୍ଟେଡ୍‌ ଏଜେନ୍ସି ରୋସୋବୋରୋନଏକ୍ସପୋର୍ଟକୁ ପଠାଇ ଥିଲା।

ଭାରତ ଏହି ମାମଲାକୁ ନେଇ ସ୍ପଷ୍ଟ କରିଛି ଯେ, HALର ବିଜେନେସ ଷ୍ଟ୍ରକଚର ସଂପୂର୍ଣ୍ଣ ରୂପେ ଲିଗାଲ୍‌ ଓ ଟ୍ରାନ୍ସପାରାଣ୍ଟ ଏବଂ ଏହା କୌଣସି ପ୍ରକାରରେ ଅନ୍ତରାଷ୍ଟ୍ରୀୟ ଆଇନର ଉଲ୍ଲଙ୍ଘନ କରି ନଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.