ପ୍ରମୂଖ ଖବର
  • ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା , କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ
  • ||
  • ଲର୍ଡସ୍ ଟେଷ୍ଟ: ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ଅଲଆଉଟ୍, ଭାରତ ଆଗରେ ୧୯୩ ରନର ବିଜୟ ଲକ୍ଷ୍ୟ
  • ||
  • ନିର୍ବାଚନ ପୂର୍ବରୁ ନୀତୀଶ କୁମାରଙ୍କ ବଡ଼ ଘୋଷଣା, ଆସନ୍ତା ୫ ବର୍ଷ ମଧ୍ୟରେ ଏକ କୋଟି ଚାକିରି ଦେବେ ସରକାର
  • ||
  • ଆଇପିଏସ୍ ସୋନାଲି ମିଶ୍ର ଆରପିଏଫର ପ୍ରଥମ ମହିଳା ମହାନିର୍ଦ୍ଦେଶକ
  • ||
  • କୋଲାକାତା ଆଇଆଇଏମରେ ଦୁଷ୍କର୍ମ ମାମଲା, ତଦନ୍ତ ଲାଗି ଏସ୍ଆଇଟି ଗଠିତ
  • ||
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାସ୍ତାରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ, ଲୋକେ ହନ୍ତସନ୍ତ

Published By : Harapriya Sethi | July 10, 2025 1:52 PM

ରେଢ଼ାଖୋଲ, ୧୦/୦୭: ସମ୍ୱଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ବଡ଼କୁଡା ଗ୍ରାମ ନିକଟ ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାରେ ୪ଦିନ ହେବ ଏକ ତେନ୍ତୁଳି ଗଛ ପଡିରହିଛି । ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । 

ସୂଚନା ମୁତାବକ, ବଡ଼କୁଡା ଗାଁ ଅଞ୍ଚଳରେ ଆଜକୁ ପ୍ରାୟ ଏକ ମାସରୁ ଉର୍ଦ୍ଧ୍ୱ ହେବ ବର୍ଷା ଲାଗି ରହିଛି । ତେବେ ୪ଦିନ ପୂର୍ବରୁ ବଡ଼କୁଡା ଗାଁ ନିକଟରେ ଥିବା ଏକ ବିଶାଳକାୟ ତେନ୍ତୁଳି ଗଛ ରାସ୍ତା ଉପରେ ଟଳି ପଡିଥିଲା । ଏନେଇ ଗାଁଲୋକେ ପ୍ରଶାସନକୁ ଜଣାଇବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ଟଳି ପଡ଼ିଥିବା ଗଛର ଅଗ୍ରଭାଗର କିଛି ଅଂଶ କାଟି ଥିଲେ ମଧ୍ୟ୍ୟ ଗଛର ବଡ ଗଣ୍ଡିକୁ କାଟି ନଥିବାରୁ ରାସ୍ତାରେ ଯାନବାହାନ ଚଳାଚଳ ସମ୍ପୂର୍ଣ ଭାବେ ବନ୍ଦ ହୋଇ ଯାଇଛି । ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମବାସୀ, ସ୍କୁଲ, କଲେଜର ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଗାଁକୁ ଆମ୍ବୁଲାନ୍ସ ଆସି ପାରୁ ନଥିବାରୁ ଜନସାଧାରଣ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏନେଇ ବିଡିଓ ରାଜେନ୍ଦ୍ର ନାରାୟଣ ସେନାପତିଙ୍କୁ ଯୋଗାଯୋଗ କରିବାରୁ ରାସ୍ତାରୁ ଗଛକୁ ହଟାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି । ଖୁବ୍‌ ଶୀଘ୍ର ଯାତାୟାତ ସ୍ୱାଭାବିକ ହେବ ବୋଲି ସେ କହିଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.