ପ୍ରମୂଖ ଖବର
  • ପଶ୍ଚିମବଙ୍ଗରୁ ଶିମିଳିପାଳ ଫେରିଲା ବାଘୁଣୀ 'ଜିନ୍ନତ', ଯମୁନାଗଡ଼ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖାଯିବ
  • ||
  • ଖଲ୍ଲିକୋଟରେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ୪ ଜଣଙ୍କୁ ଆକ୍ରମଣ, ମେଡିକାଲରେ ଭର୍ତ୍ତି
  • ||
  • ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ପ୍ରବଳ ଭିଡ଼, ରାତି ସାରା ଚାଲିଛି ମହାପ୍ରଭୁଙ୍କ ଦର୍ଶନ
  • ||
  • ଏମିତି ରହିବ ୨୦୨୫ ରାଜ୍ୟ ପାଣିପାଗ! ଗ୍ରୀଷ୍ମରେ ବାତ୍ୟା ଆଶଙ୍କା, ମୌସୁମୀ ବର୍ଷା ରହିବ ଠିକ୍‌ଠାକ୍‌
  • ||

ରାସ୍ତାକୁ ଓହ୍ଲାଇଲେ ଡ଼ର, ଭିଡ଼ ଭିତରେ ଘଣ୍ଟାଏ ଫସି ରହିଲା ଆମ୍ବୁଲାନ୍ସ

Published By : Anindita | December 29, 2024 2:11 PM

ଭୁବନେଶ୍ବର,୨୯/୧୨:  ପର୍ଯ୍ୟଟନ ଋତୁ, ମହାକାର୍ତ୍ତିକ ମାସ ଓ ସ୍ୱତନ୍ତ୍ର ପର୍ବପର୍ବାଣି ଗୁଡ଼ିକରେ ଏକାମ୍ର କ୍ଷେତ୍ରରେ ଶ୍ରଦ୍ଧାଳୁ ଓ ପର୍ଯ୍ୟଟକଙ୍କ ବିପୁଳ ସମାଗମ ହୋଇଥାଏ । ହେଲେ ଏବେ ଏଠାରେ ସକାଳରୁ ରାତି ସବୁ ବେଳେ ଲୋକ ହାଉଯାଉ । ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ବହୁ ସଂଖ୍ୟାରେ ଯାଆସ କରୁଛନ୍ତି । ଫଳରେ ପ୍ରତ୍ୟହ ଲିଙ୍ଗରାଜ ମାର୍କେଟ କମ୍ପେ୍ଳକ୍ସ ଠାରୁ ବିଦ୍ୟୁତ ଅଫିସ ପର୍ଯ୍ୟନ୍ତ ଅହେତୁକ ଜାମ ରହୁଛି । ଆଜି ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ସନ୍ଧ୍ୟା ବେଳେ ପ୍ରାୟ ୨ ଘଣ୍ଟା ଟ୍ରାଫିକ ଜାମ୍‌ ସ୍ଥିତି ଉପୁଜିଥିଲା । ଏହି ଭିଡ଼ ସମୟରେ ଜଣେ ଗୁରୁତର ରୋଗୀକୁ ହସ୍ପିଟାଲ ନେଇ ଯାଉଥିବା ଆମ୍ବୁଲାନ୍ସ ପ୍ରାୟ ଗୋଟିଏ ଘଣ୍ଟା ଅଟକି ରହିଥିଲା । ଭିଡ଼ ଭିତରୁ ରୋଗୀଙ୍କ ସମ୍ପର୍କୀୟ ଜଣକ ଲୋକଙ୍କୁ ପାଖେଇ ଯିବା ଲାଗି ବହୁ କାକୁତିମିନତି ହୋଇଥିଲେ ା ସ୍ଥାନୀୟ ଲୋକେ ଏହା ଦେଖି ସ୍ୱେଚ୍ଛାକୃତ ଭାବେ ଭିଡ଼କୁ ହଟାଇ ଆମ୍ବୁଲାନ୍ସ ଯିବାର ବ୍ୟବସ୍ଥା କରାଇଥିଲେ ବୋଲି ଶ୍ରୀଲିଙ୍ଗରାଜ ମନ୍ଦିର ନୀତି ସୁପରଭାଇଜର ରାଜ କିଶୋର ମହାପାତ୍ର କହିଛନ୍ତି ।  

ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି ଯେ, ମୁଁ ଆଜି ସନ୍ଧ୍ୟାବେଳେ କିଛି ନିର୍ଦ୍ଦିଷ୍ଟ କାମ ନିମନ୍ତେ ସାମନ୍ତରାପୁର ଯିବା ବେଳେ ଏହି ଭିଡରେ ଦେଢ ଘଣ୍ଟା ଅଟକି ରହିଥିଲି । ଏବେ ପର୍ଯ୍ୟଟନ ଋତୁରେ ଏଠାରେ ଟ୍ରାଫିକ ପୋଲିସ ମୁତୟନ କରାଯିବା ନିତାନ୍ତ ଆବଶ୍ୟକ । ନଚେତ ପ୍ରତିଦିନ ଏମିତି ଘଟଣା ଶୁଣିବାକୁ ମିଳିବ । ଟ୍ରାଫିକ ବିଭାଗ ଏମିତି ଗୁରୁତ୍ୱପୁର୍ଣ୍ଣ ସ୍ଥାନ ଗୁଡିକୁ ଆଦୌ ଅଣଦେଖା କରାଯିବା କଥା ନୁହଁ । କିଛି ସ୍ଥାନୀୟ ଲୋକ କହିଛନ୍ତି ଯେ, ଅନନ୍ତ ବାସୁଦେବ ମନ୍ଦିର ରାସ୍ତାରେ ମଧ୍ୟ ଅବଢ଼ା ବିକ୍ରିବଟା ସମୟରେ ୪ ଚକିଆ ଯାନ ଯାଆସ ଉପରେ କଟକଣା ଲାଗୁ କରାଯିବା ଆବଶ୍ୟକ । କାରଣ ଏହି ସ୍ଥାନ ମଧ୍ୟ ସେହି ୩ ଘଣ୍ଟା ଖୁବ୍‌ ଜାମ ରହୁଛି । ବରାଦି ଅବଢ଼ା ନେବା ଲାଗି ଲୋକେ ନର୍ଦ୍ଦିଷ୍ଟ ଗୋଟିଏ ସ୍ଥାନରେ ଗାଡ଼ି ରଖି ନେଇ ପାରନ୍ତେ । କିନ୍ତୁ ସବୁ ସ୍ଥାନକୁ ଗାଡ଼ି ଆଣି ରଖିବା କାରଣରୁ ରାସ୍ତା ଜାମ ହେଉଛି । ତେଣୁ ଏ ସବୁକୁ ନିୟନ୍ତ୍ରଣ ଓ ଅନୁଧ୍ୟାନ ଲାଗି ମଧ୍ୟ ଟ୍ରାଫିକ ପୋଲିସ ଆବଶ୍ୟକ । ଆସନ୍ତାକାଲି ଠାରୁ ସମସ୍ୟା ଆଉ ରହିବ ନାହିଁ ବୋଲି ଟ୍ରାଫିକ ଡିସିପି ତପନ କୁମାର ମହାନ୍ତି ଆମ ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । 

ପୁରୁଣା ଭୁବନେଶ୍ୱର ଗଙ୍ଗାଯମୁନା କଲୋନିବାସୀଙ୍କ କଷ୍ଟ ସରିବାର ନାହିଁ । କଲୋନିବାସୀ ଗଙ୍ଗାଯମୁନା ମନ୍ଦିରଠାରୁ ବାହାରକୁ ଯିବାର ସମସ୍ତ ରାସ୍ତା ବନ୍ଦ । ଗତ ୨୫ ତାରିଖଠାରୁ ଏହି ଅବ୍ୟବସ୍ଥା ଲାଗି ରହିଛି । ସବୁଠାରୁ ଅଧିକ ହଇରାଣ ହେଉଛନ୍ତି ରୋଗୀ, ରୋଗୀଙ୍କ ସମ୍ପର୍କୀୟ, ବରିଷ୍ଠ ନାଗରିକ । ଶିବରାତ୍ରି, ରୁକୁଣା ରଥ ଯାତ୍ରା ସମୟରେ ଅନ୍ତତଃପକ୍ଷେ ଚାଲି ଚାଲି ଯିବାକୁ ରାସ୍ତା ମିଳେ । ଏବେ କିନ୍ତୁ ଚାଲିବା ବି ଅସମ୍ଭବ । ଶ୍ରୀଲିଙ୍ଗରାଜ ଥାନା ପୁଲିସ୍‌କୁ ଫୋନ୍‌ କଲେ କେହି ଶୁଣୁନାହାନ୍ତି । ଶନିବାର କିଛି ସ୍ଥାନୀୟ ଲୋକ ୧୧୨କୁ କଲ୍‌ କରିଥିଲେ । ସନ୍ଧ୍ୟାରେ ୧୧୨ ଭ୍ୟାନ୍‌ ଆସି ନୂଆ ଲିଙ୍ଗରାଜ ମାର୍କେଟ ସାମ୍‌ନାରେ ଠିଆ ହୋଇ ରହିଲା । ହେଲେ କେହି ପୁଲିସ୍‌ କର୍ମଚାରୀ ଭିଡ଼ ନିୟନ୍ତ୍ରଣ କଲେ ନାହିଁ । ଶନିବାର ଦିନସାରା ଏବଂ ସନ୍ଧ୍ୟାରେ ଏଭଳି ପରିସ୍ଥିତି ହେଲା ଯେ ଲିଙ୍ଗରାଜ ମାର୍କେଟ ଦେଇ ଯାଇଥିବା ଏହି ରାସ୍ତାରେ କେହି ଚାଲିକି ଯିବା ସମ୍ଭବ ହୋଇନଥିଲା । ଗଙ୍ଗାଯମୁନା କଲୋନି ଭିତରକୁ ଆମ୍ବୁଲାନ୍ସ ମଧ୍ୟ ଆସିପାରିଲା ନାହିଁ । ସ୍ଥାନୀୟ କିଛି ଯୁବକ ଠିଆ ହୋଇ ଭିଡ଼ ନିୟନ୍ତ୍ରଣ କରିବା ପରେ ରାସ୍ତାରେ ଯାନବାହନଗୁଡ଼ିକ ଟିକିଏ ହଲଚଲ ହେଲା । ନୂଆ ଲିଙ୍ଗରାଜ ମାର୍କେଟ ଭିତରେ ବସ୍‌ଗୁଡ଼ିକ ରହି ଯାତ୍ରୀମାନେ ପୂରା ମାର୍କେଟକୁ କବ୍‌ଜାକୁ ନେଇଯାଉଛନ୍ତି । ଗଙ୍ଗାଯମୁନା କଲୋନିବାସୀ ତଥା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମାର୍କେଟ ଭିତରକୁ ଯାଇପାରୁ ନାହାନ୍ତି । ପୁଣି ଗଙ୍ଗାଯମୁନା ରାସ୍ତାରେ ଥିବା ହୋଟେଲ ଯୋଗୁ ଉକ୍ତ ରାସ୍ତାରେ ଯିବାଆସିବା ସମ୍ଭବପର ହେଉନାହିଁ । ଏହି ଅବ୍ୟବସ୍ଥାକୁ ସୁଧାରିବା ଦିଗରେ ବିଏମ୍‌ସିର ଜୋନାଲ କମିଶନର କିମ୍ବା ଟ୍ରାଫିକ୍‌ ପୁଲିସ୍‌ ଧ୍ୟାନ ଦେବାକୁ ଲୋକେ ଦାବି କରିଛନ୍ତି ।

  • prameyanews
  • PrameyaOdia
  • prameya
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.