ପ୍ରମୂଖ ଖବର
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଆସନ୍ତା ୯ ତାରିଖରେ ଟ୍ରେଡ୍‌ ୟୁନିୟନର ୧୨ ଘଣ୍ଟିଆ ହରତାଳ ଡାକରା

Published By : Bijay Swain | July 7, 2025 7:39 PM

ନବରଙ୍ଗପୁର, ୭/୭(ଆପ୍ର): ଆସନ୍ତା ୯ ଜୁଲାଇରେ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନର ଦେଶବ୍ୟାପି ହରତାଳ ଡାକରାରୁ ସମର୍ଥନ କରି ନବରଙ୍ଗପୁର ଜିଲ୍ଲାରେ ମଧ୍ୟ ୬ଟି ଟ୍ରେଡ ୟୁନିୟନ୍ ଓ ୮ଟି ସଂଗଠନ ପକ୍ଷରୁ ୧୨ଘଣ୍ଟିଆ ହରତାଳ ଡାକରା ଦିଆଯାଇଛି । ଏନେଇ ପୂର୍ତ୍ତବଙ୍ଗଳା ଠାରେ ଆୟୋଜିତ ଟ୍ରେଡ ୟୁନିୟନ ଓ ସଂଗଠନ ଗୁଡିକ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯାଇଛି। 

ସିଆଇଟିୟୁ ଜିଲ୍ଲା ସଂପାଦକ ରାଜେଶ ଜାନୀ, ଆଇଏନଟିୟୁସିର ଜିଲ୍ଲାସଭାପତି ବିଘ୍ନରାଜ ନାୟକ, ଏଆଇଟିୟୁସିର ଜିଲ୍ଲାସଭାପତି ସନାତନ ସାହୁ, ଟିୟୁସିସ ଜିଲ୍ଲାସଭାପତି ସୁଶାନ୍ତ କୁମାର ସୁନା, ଏଆଇକେଏସ୍ ଜିଲ୍ଲାସଂପାଦକ ଦେବରାଜ ନାଗ, ଡିଓ୍ବାଇଏଫଆଇ ସଦସ୍ୟ ଦୟାନିଧୂ ସୁନା, ରାଷ୍ଟ୍ରୀୟ କିଷାନମଜଦୂର ମହାସଂଘ ଜିଲ୍ଲାସପାଦକ ଭଗବାନ ବୈରାଗୀ, ଖ୍ରୀଷ୍ଟିୟାନ ମାଇନୋରେଟି ଜିଲ୍ଲାସଭାପତି ସୁଧୂର ପାତ୍ର, ଓଡିଶା ଆଦିବାସୀ ଅଧିକାର ମଞ୍ଚ ଜିଲ୍ଲାସଭାପତି ନୂଆଁ ଖାଉ ଭତ୍ରା, ଓଡିଶା କୃଷକ ସଭା ଜିଲ୍ଲାସଭାପତି ଧରମଦାସ ଭତା, ଜିଲ୍ଲାରାଜମିସ୍ତ୍ରୀ ସଂଘ ସଭାପତି ବିପିନ ନାଗ ପ୍ରମୁଖ ଯୋଗଦେଇ ସରକାରଙ୍କ ନୀତି ବିରୁଦ୍ଧରେ ୯ ଜୁଲାଇରେ ୧୨ ଘଣ୍ଡିଆ ହରତାଳ ଡାକରା ଦିଆଯାଇଛି । 

ଏହି ବନ୍ଦ ଡାକରାରେ ଦୋକାନ ବଜାର, ଚକ, ଅଖ, ସରକାରୀ ଦପ୍ତର ସବୁ ପ୍ରତିଷ୍ଠାନ ବନ୍ଦ ରହିବ। ସେମାନେ ଅଭିଯୋଗ କରିଛନ୍ତି ଯେ, ସରକାର ଗରୀବ ଖଟିଖୁଆ ଶ୍ରମିକ, ଚାଷୀଙ୍କୁ ଗୁରୁତ୍ୱ ନ ଦେଇ ଶିଳ୍ପପତି ଓ ପୁଞ୍ଜିପତିଙ୍କ ହାତରେ ଅମୂଲ୍ୟ ସଂପଦକୁ ଟେକିଦେଇଛନ୍ତି। ନ୍ୟୁନତମ ମାସିକ ମଜୁରୀ ୨୬ ହଜାର ଟଙ୍କା, ମନରେଗାରେ ଶ୍ରମିକଙ୍କୁ ୨୦୦ ଦିନିଆ କାମ, ଶ୍ରମିକ ଓ ଚାଷୀଙ୍କ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ମୁକ୍ତ କରାଯାଉ। ଦେଶରେ ଘରୋଇକରଣ ବନ୍ଦ କରାଯାଉ । ଚାଷୀର ସମସ୍ତ ଉତ୍ପାଦିତ ଫସଲ କ୍ରୟ ପାଇଁ ଆଇନଗତ ଗ୍ୟାରେଣ୍ଟି ଓ ଚାଷୀଙ୍କୁ ଋଣ ଛାଡ କରାଯାଉ । ସରକାରୀ କର୍ମଚାରୀଙ୍କ ପାଇଁ ପୁରୁଣା ପେନସନ ଲାଗୁ, ରାଜ୍ୟରେ ଆଦିବାସୀ, ଦଳିତ ଓ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବନ୍ଦ କରାଯାଉ। ଏହି ସବୁ ପ୍ରମୁଖ ଦାବିକୁ ନେଇ ଟ୍ରେଡୟୁନିୟନ ଓ ସଂଗଠନ ଗୁଡିକ ପକ୍ଷରୁ ନବରଙ୍ଗପୁର ଜିଲ୍ଲାରେ ହରତାଳ ଡାକରା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.