ପ୍ରମୂଖ ଖବର
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ନିଖୋଜ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Published By : Bijay Swain | July 15, 2025 7:44 PM

ନବରଙ୍ଗପୁର,୧୫/୭(ଆପ୍ର): ୪ ଦିନ ତଳେ ନିଖୋଜ ଯୁବତୀଙ୍କ ଝୁଲନ୍ତା ଶବକୁ ନବରଙ୍ଗପୁର ପୁଲିସ୍ ଉଦ୍ଧାର କରିଛି । ତାଙ୍କ ନାଁ ସୁମନ ହରିଜନ (୧୮) ହୋଇଥିବା ବେଳେ ତାଙ୍କ ଘର ନବରଙ୍ଗପୁର ସହରର ଜାନକିନଗରରେ ବୋଲି ଜଣାପଡିଛି। ଜାନକିନଗର ଏକ ତୋଟାର ଏକ ଗଛରେ ତାଙ୍କ ଶବ ଝୁଲିରହିଥିଲା। ୪ଦିନ ତଳ ହୋଇଥିବା ଯୋଗୁ ଶବ ପଚି ସଢିଯାଇଛି। 

ଘଟଣା ସ୍ଥଳକୁ ସାଇଣ୍ଟିଫିକ୍ ଟମ୍ ପହଞ୍ଚି ତଦନ୍ତ କରିଥିଲା। ତେବେ ଶବ ନିକଟରେ ପଡିଥିବା ଏକ ମୋବାଇଲକୁ ପୁଲିସ୍ ଜବତ କରିଛି। ହେଲେ କେଉଁ କାରଣ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ପୁଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖ ଠାରୁ ଯୁବତୀ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ନବରଙ୍ଗପୁର ଥାନାରେ ଏତଲା ଦିଆଯାଇଥିଲେ। ଆଜି ସକାଳା ଗାଁର ଏକ ତୋଟାର ଗଛରେ ଯୁବତୀଙ୍କ ଶବ ଝୁଲନ୍ତା ଅବସ୍ଥାରେ ଦେଖି କିଛି ଲୋକ ପୁଲିସ୍ କୁ ଖବର ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.