ପ୍ରମୂଖ ଖବର
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

Published By : Bijay Swain | July 16, 2025 9:23 PM

ନଵରଙ୍ଗପୁର, ୧୬/୭ (ଆପ୍ର): ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ୍ ସୁବ୍ରତ ମହାନ୍ତି ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆସାମୀ ଜଣକ ହେଉଛନ୍ତି, ପାପଡାହାଣ୍ଡି ଥାନା ପ୍ରଧାନୀଗୁଡା ଗାଁର ଜଗା ଗୌଡ଼ । ୨୦ ଜଣ ସାକ୍ଷ୍ୟ ଓ ୨୫ଟି ଦସ୍ତାବିଜକୁ ଆଧାର କରି ଜଗାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେଇଭଳି ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନାଦେୟ ହେଲେ ଆହୁରୀ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଶୁଣାଣୀ କରିଛନ୍ତି। ଏହାସହ ମୃତକ ପରିବାରକୁ ଆବଶ୍ୟକତା ଅନୁଯାୟୀ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ସୁପାରିଶ କରିଛନ୍ତି। 

ଏହି ମାମଲାକୁ ପରିଚାଳନା କରୁଥିବା ସରକାରୀ ଓକିଲ ମନୋଜ କୁମାର ଏକ୍କାଙ୍କ ସୂଚନା ଅନୁଯାୟୀ, ଗତ ୨୦୨୩ ନଭେମ୍ବର ୩୦ ତାରିଖରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ପ୍ରଧାନୀ ଗୁଡା ପେଟ୍ରୋଲ ପମ୍ପ ନିକଟ ବାଲିଗୁଡା ରାସ୍ତାର ଦେଇ ଏକ ବାଇକରେ ଲକ୍ଷ୍ମଣ ଗୈ।ଡ଼ ଚାଷ ଜମିକୁ ଯାଉଥିବା ବେଳେ ଗାଁର ଜଗା ଗୈଡ ଏକ ଟାଙ୍ଗିଆରେ ଲକ୍ଷ୍ମଣଙ୍କ ମୁଣ୍ଡକୁ ବାରମ୍ବାର ଚୋଟ ପରେ ଚୋଟ ମାରିଥିଲା। ଫଳରେ  ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ହିଁ ଲକ୍ଷ୍ମଣ ଟଳି ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପାପଡାହାଣ୍ଡି ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡ଼ାକ୍ତର ଲକ୍ଷ୍ମଣଙ୍କୁ ମୃତ ଘୋଷଣା କରିଥିଲେ। 

ଏନେଇ ମୃତ ଲକ୍ଷ୍ମଣଙ୍କ ସାନ ଭାଇ ତୁଳାରାମ ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ପୁଲିସ ଅଭିଯୁକ୍ତ ଜଗାଗୈଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏ‌ହି ମାମଲାର ବିଚାର କରି ଜିଲ୍ଲା ଓ ଦୈରାଜଜ ସୁବ୍ରତ ମହାନ୍ତି ଅଭିଯୁକ୍ତ ଜଗାଙ୍କୁ ହତ୍ୟା ଅଭିଯୋଗରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.