ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ଆଡିଲେଡରେ ଦ୍ୱିତୀୟ ଟେଷ୍ଟ: କମିନ୍ସ-ରୋହିତ ବାହିନୀ ମଧ୍ୟରେ ହେବ ଟକ୍କର, ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

Published By : Prameya | December 6, 2024 8:47 AM

ଆଡିଲେଡ,୦୬/୧୨: ୧୦ଦିନର ବ୍ୟବଧାନ  ପରେ ଭାରତ ଓ ଅଷ୍ଟ୍ରେଲିଆ ଦଳ ପୁଣିଥରେ  ମଇଦାନକୁ ଲଢ଼େଇ ପାଇଁ ଓହ୍ଲାଇବେ । ଏଥର ପରିସ୍ଥିତି ଭିନ୍ନ । ଫ୍ଲଡ୍‌ ଲାଇଟ୍‌ ତଳେ ଖେଳାଯିବ ମ୍ୟାଚ୍‌ । ଶକ୍ତ ତଥା ଚିକଣିଆ ଗୋଲାପି ବଲ୍‌ରେ ଅଗ୍ନି ବର୍ଷା କରିବାକୁ  ଉଭୟ ଦଳର ପେସ୍‌ ବାହିନୀ ପ୍ରସ୍ତୁତ । ପିଚ୍‌ରେ ମଧ୍ୟ  ସବୁଜ ଘାସର ପରସ୍ତ । ଯେଉଁଠି ବଲ୍‌ ପଡ଼ିବା ମାତ୍ରେ ତୀବ୍ର ବେଗରେ ଦିଗ ବଦଳାଇବ । ବ୍ୟାଟ ଲଗାଇବାକୁ  ଭୟ କରିବେ ବ୍ୟାଟର । ଭାରତୀୟ ସମୟରେ ଶୁକ୍ରବାର ସକାଳ ସାଢ଼େ ୯ଟାରେ ବର୍ଡର-ଗାଭାସ୍କର ଟ୍ରଫିର ଦ୍ବିତୀୟ ମ୍ୟାଚ୍ ଖେଳାଯିବ ୫୦,୦୦୦ରୁ ଊଦ୍ଧ୍ୱର୍ ଦର୍ଶକଙ୍କ  କୋଳାହଳରେ ଷ୍ଟାଡ଼ିୟମ୍‌ କମ୍ପିବ । ଆଗାମୀ ୫ଦିନର ସଂଘର୍ଷ କ୍ରିକେଟ୍‌ ପ୍ରେମୀଙ୍କ ନିଦ ହଜାଇଦେବ । 

ନଜରରେ ରୋହିତ 

ଅଷ୍ଟ୍ରେଲିଆରେ ରୋହିତ ପ୍ରଥମ କରି ପିଙ୍କ୍‌ ବଲ୍‌ ଟେଷ୍ଟ ଖେଳିବାକୁ ଯାଉଛନ୍ତି । ଗତ ୨୦୨୦ରେ ଅନୁଷ୍ଠିତ ପିଙ୍କ ବଲ୍‌ ଟେଷ୍ଟ ବେଳକୁ ସେ ଫିଟ୍‌ ହୋଇ ନଥିଲେ ।  କେବଳ ସେତିକି ନୁହେଁ, ୫ବର୍ଷ ପରେ ରୋହିତ ପୁଣି ଥରେ ମଧ୍ୟ କ୍ରମରେ ଖେଳିବାକୁ ନିଷ୍ପତ୍ତି ନେଇଛନ୍ତି । ଏପର୍ଯ୍ୟନ୍ତ ତାଙ୍କ ବ୍ୟାଟିଂ ସ୍ଥାନ ମଧ୍ୟ ନିଶ୍ଚିତ ହୋଇନାହିଁ ।  ତେଣୁ ତାଙ୍କ ପ୍ରଦର୍ଶନ ଦେଖିବାକୁ କ୍ରିକେଟ୍‌ ପ୍ରେମୀ  ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି ।  

ଅପରିବର୍ତ୍ତିତ ରହିବ ବୋଲିଂ ବିଭାଗ

ବ୍ୟାଟିଂ ବିଭାଗରେ ପରିବର୍ତ୍ତନ ନିଶ୍ଚିତ ରହିଛି । ହେଲେ  ବୋଲିଂ ବିଭାଗ ଅପରିବର୍ତ୍ତିତ ରହିବ । ଆଡିଲେଡ୍‌ରେ  ରବି ଚନ୍ଦ୍ରନ ଅଶ୍ୱିନଙ୍କ ପ୍ରଦର୍ଶନ ଉନ୍ନତ ରହିଛି । ତଥାପି  ୱାସିଂଟନ ସୁନ୍ଦର ତାଙ୍କ ସ୍ଥାନରେ ଖେଳିବେ । ଉଭୟ  ରବିନ୍ଦ୍ର ଜାଡେଜା ଓ ଅଶ୍ୱିନଙ୍କ ତୁଳନାରେ ସୁନ୍ଦରଙ୍କ ବ୍ୟାଟିଂ ଟେକନିକ୍‌ ଉନ୍ନତ । ପର୍ଥରେ ପଦାର୍ପଣ କରିଥିବା  ନୀତିଶ କୁମାର ରେଡ୍ଡୀ ମଧ୍ୟ ଏକାଦଶରେ ସ୍ଥାନ ବଜାୟ  ରଖିବେ । ସେ ପ୍ରଥମ ଟେଷ୍ଟ ସହ ୨ଦିନିଆ ଅଭ୍ୟାସ  ମ୍ୟାଚ୍‌ରେ ମଧ୍ୟ ଉନ୍ନତ ପ୍ରଦର୍ଶନ କରିଥିଲେ । 

ଅଷ୍ଟ୍ରେଲିଆର ବୁମରା ଚିନ୍ତା 

ଆଡିଲେଡ୍‌ରେ ଅନୁଷ୍ଠିତ ସମସ୍ତ ୭ଟି ଯାକ ଦିବା ରାତ୍ର  ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟୀ ହୋଇଛି । ପୂର୍ବ ରେକର୍ଡ  ଦଳର ମନୋବଳ ଦୃଢ କରିପାରି ନାହିଁ । କାରଣ  ଅଷ୍ଟ୍ରେଲିଆ ଶିବିରରେ ଆତଙ୍କ ଖେଳାଇଛନ୍ତି ବୁମରା ।  ପର୍ଥରେ ବୁମରାଙ୍କ ଘାତକ ବୋଲିଂର ମୁକାବିଲା  କରିବାରେ ଅଷ୍ଟ୍ରେଲିଆ ଦଳ ବିଫଳ ହୋଇଥିଲା ।  ପିଙ୍କ ବଲ୍‌ରେ ତାଙ୍କ ସୁଇଂକୁ ପରଖିବା ସହଜ ହେବ  ନାହିଁ ବୋଲି ଅଷ୍ଟ୍ରେଲିଆ ଅନୁଭବ କରିସାରିଛି । 

ନିଶ୍ଚିତ କଲେ ରୋହିତ,  ରାହୁଲ ଓପନ

କରିବେ ପର୍ଥ ଭଳି ଆଡିଲେଡ୍‌ରେ ମଧ୍ୟ କେଏଲ ରାହୁଲ  ଓପନ କରିବେ ବୋଲି ଆଜି ଅଧିନାୟକ ରୋହିତ  ଶର୍ମା ନିଶ୍ଚିତ କରିଦେଇଛନ୍ତି । ସେ କହିଛନ୍ତି, ପ୍ରଥମ  ଟେଷ୍ଟ ସମୟରେ ମୁଁ ଘରେ ମୋ ନବଜାତ ପୁତ୍ରକୁ  ଧରି ଖେଳ ଦେଖୁଥିଲି । ରାହୁଲଙ୍କ ବ୍ୟାଟିଂ ମୋତେ  ବେଶ ପ୍ରଭାବିତ କରିଥିଲା । ସେ ଲୟ ଫେରିପାଇଛନ୍ତି ।  ତେଣୁ ଏହି ଓପନିଂ ଯୋଡି ପରିବର୍ତ୍ତନ କରିବାର  ଆବଶ୍ୟକତା ନାହିଁ ।  ରାହୁଲ ଓପନ କରିବାର ଅର୍ଥ ରୋହିତ ମଧ୍ୟ  କ୍ରମରେ ବ୍ୟାଟିଂ କରିବେ । ସେ ହୁଏତ ୫ କିମ୍ବା  ୬ନଂ ସ୍ଥାନରେ ବ୍ୟାଟିଂ କରିପାରନ୍ତି । ଭାରତୀୟ ଦଳ  ବ୍ୟାଟିଂ କରିବା ବେଳେ ଯାଇ ସ୍ପଷ୍ଟ ଚିତ୍ର ମିଳି ପାରିବ ।  

ରେକର୍ଡ: ବୁମରା ଏହି ଟେଷ୍ଟରେ ଆଉ ମାତ୍ର  ଗୋଟିଏ ୱିକେଟ୍‌ ନେଲେ ପ୍ରଥମ ବୋଲର ଭାବେ  ୨୦୨୪ ବର୍ଷରେ ୫୦ୱିକେଟ୍‌ ପୂରଣ କରିବେ । ବିରାଟ କୋହଲି ଏହି ଗ୍ରାଉଣ୍ଡ୍‌ରେ ୩ଟି ଟେଷ୍ଟ  ଶତକ ଅର୍ଜନ କରିଛନ୍ତି । ଏହି ଟେଷ୍ଟ ଜରିଆରେ  ସେ ଆଡିଲେଡ୍‌ରେ ସର୍ବାଧିକ ଶତକ ହାସଲକାରୀ  ବ୍ୟାଟର ହୋଇପାରିବେ ।  

ବିଜୟ ସୂତ୍ର: ପ୍ରଥମେ ବ୍ୟାଟିଂ ପିଙ୍କ୍‌ ବଲ୍‌ ଟେଷ୍ଟ ପାଇଁ କ୍ୟୁରେଟର ଡାମିଏନ ହଗ୍‌  ଏକ ପେସ୍‌ ବୋଲରଙ୍କୁ ସୁହାଇବା ଭଳି ପିଚ୍‌ ପ୍ରସ୍ତୁତ କରିଛନ୍ତି । ବ୍ୟାଟରମାନେ ମଧ୍ୟ ଏହି ପିଚ୍‌ର ଫାଇଦା  ଉଠାଇ ପାରିବେ । ଏଥିପାଇଁ ଧୈର୍ଯ୍ୟର ସହ କ୍ରିଜ୍‌ରେ  ଜମିବାକୁ ହେବ । ପିଚ୍‌ ଉପରେ ୬ମିଲି ମିଟର ଘାସ  ରହିଥିଲେ ହେଁ ନିମ୍ନ ଭାଗ ବେଶ ଶକ୍ତ । ତେଣୁ  ସ୍ପିନରମାନେ ଅତିରିକ୍ତ ବାଉନ୍ସ ପାଇବେ ।

ସମ୍ଭାବ୍ୟ ଦଳ

ଅଷ୍ଟ୍ରେଲିଆ: ଉସମାନ ଖୱାଜା, ନାଥାନ  ମ୍ୟାକସ୍ୱିନି, ମାର୍ନସ ଲାବୁସାନ, ଷ୍ଟିଭେନ ସ୍ମିଥ୍‌,  ଟ୍ରେଭିସ୍‌ ହେଡ୍‌, ମିଚେଲ ମାର୍ଶ, ଆଲେକ୍ସ  କ୍ୟାରୀ, ପ୍ୟାଟ୍‌ କମିନ୍ସ (ଅଧିନାୟକ), ମିଚେଲ  ଷ୍ଟାର୍କ, ନାଥାନ ଲାୟନ, ସ୍କଟ୍‌ ବୋଲାଣ୍ଡ । 

ଭାରତ: ଯଶସ୍ୱୀ ଜୈସ୍ୱାଲ୍‌, କେଏଲ ରାହୁଲ,  ଶୁଭମନ ଗିଲ୍‌, ବିରାଟ କୋହଲି, ରୋହିତ  ଶର୍ମା (ଅଧିନାୟକ), ରିଷଭ ପନ୍ତ, ୱାସିଂଟନ ସୁନ୍ଦର, ନୀତିଶ କୁମାର ରେଡ୍ଡୀ, ହର୍ଷିତ ରାଣା,  ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

  • PrameyaOdia
  • prameya
  • BCCI
  • Border-Gavaskar Trophy
  • Prameya Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.