ପ୍ରମୂଖ ଖବର
  • ଆମେରିକାର ପୂର୍ବତନ ଏନଏସ୍ଏଙ୍କ ଘରେ ଚଢ଼ାଉ କଲା ଏଫବିଆଇ
  • ||
  • ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ରାନିଲ ବିକ୍ରମାସିଂଘେ ଗିରଫ
  • ||
  • କଟକ : ବଡ଼ମ୍ବା ପୁଲିସର ସଫଳତା, ଦୁର୍ଦ୍ଦାନ୍ତ ଅପରାଧୀ ପପୁ ଚୌଧୁରୀ ଗିରଫ
  • ||
  • ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା : ଏଣିକି ସରକାରୀ ବସ୍‌ରେ ଫ୍ରିରେ ଯାତାୟାତ କରିବେ ପ୍ରଥମରୁ ପ୍ଲସ୍ ଟୁ
  • ||
  • ବୁଲା କୁକୁର ପ୍ରସଙ୍ଗ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ସେଲ୍ଟର ହୋମ୍‌ ନୁହେଁ ବନ୍ଧ୍ୟାକରଣ ହିଁ ସମାଧାନ
  • ||
  • କଟକ : ଚନ୍ଦକାରୁ ଆଠଗଡ଼ ରେଞ୍ଜ; ଭରା ମହାନଦୀ ପାର୍ ହେଲେ ୨୨ଟିକିଆ ହାତୀପଲ
  • ||
  • ଦିଗପହଣ୍ଡି : ଝରଣାରେ ଗାଧୋଇବା ବେଳେ ପାହାଡ଼ ଉପରୁ ଖସି ଆସିଲା ପଥର, ଚାପି ହୋଇ ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଚୌଦ୍ୱାର: କଟକ CDMOର ସିନିୟର୍ ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳନୀନ ୫ଟି ସ୍ଥାନରେ ଚାଲିଛି ରେଡ୍
  • ||
  • ମହିଳା ଏସିଆ କପ୍‌ ହକି: ଭାରତୀୟ ଦଳ ଘୋଷଣା, ସଲିମା ଟେଟେ ନେବେ ନେତୃତ୍ୱ, ଓଡ଼ିଶାରୁ ସୁନେଲିତା
  • ||
  • ଆମେରିକାରେ ଭୂକମ୍ପର ଜୋରଦାର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୮.୦ ରେକର୍ଡ
  • ||
  • ବୁଲା କୁକୁର ଉପରେ ଆଜି ସୁପ୍ରିମ୍‌ ଶୁଣାଣି, ସ୍ଥଗିତାଦେଶ ଆବେଦନ ଉପରେ ଶୁଣାଣି କରିବେ ଖଣ୍ଡପୀଠ
  • ||
  • ଆସନ୍ତାରେ ୩୧ ହେବାକୁ ଥିବା ସ୍ପେସାଲ୍‌ ଓଟିଇଟି ପୁଣି ସ୍ଥଗିତ, ଆଶଙ୍କାରେ ୭୫ ହଜାର ଇନ୍‌ସର୍ଭିସ୍‌ ଶିକ୍ଷକ
  • ||
  • ହିନ୍ଦୋଳ : ମଦ୍ୟପ ଯୁବକଙ୍କ ଉନ୍ମତ୍ତ କାଣ୍ଡ, ବୃଦ୍ଧ ବଡ଼ବାପାକୁ ଗାଁ ଦାଣ୍ଡରେ ଘୋଷାଡ଼ି ବାଡ଼େଇଲା ପୁତୁରା
  • ||
  • ଅନୁଗୁଳ କାରାଗାରର ବିଚାରାଧୀନ କଏଦୀଙ୍କ ମୃତ୍ୟୁ
  • ||
  • ଆସୁଛି ଆଉ ଦୁଇଟି ଲଘୁଚାପ: ଆସନ୍ତା ୨୬ ଯାଏ ବିସ୍ତୃତ ଅଞ୍ଚଳରେ ବର୍ଷା ସମ୍ଭାବନା, ଆଜି ୫ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ
  • ||

ନଷ୍ଟ ହେଉଛି ଜୈବ ବିବିଧତା; ଚନ୍ଦ୍ରଭାଗା ମୁହାଣରେ କୁଢ଼ କୁଢ଼ ବିରଳ ବ୍ଲୁ ବଟମ୍ ଜେଲି ଫିସ୍ ମଡ଼କ

Published By : Rasmita Pradhan | August 19, 2025 10:09 AM

କୋଣାର୍କ, ୧୯/୦୮: ଜଳବାୟୁ ପରିବର୍ତ୍ତନର ଭୟଙ୍କର ପରିଣାମ। ସମୁଦ୍ରରେ ନଷ୍ଟ ହେଉଛି ଜୈବ ବିବିଧତା। ବିଗୁଡୁଛି ପରିବେଶ ସନ୍ତୁଳନ। କୋଣାର୍କ ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ମୁହାଣ ମୁହଁ ନିକଟସ୍ଥ ଇକୋ ରିଟ୍ରିଟ୍ ସମୁଦ୍ର କୂଳରେ ମରିପଡ଼ିଲେ ଲକ୍ଷାଧିକ ସଂଖ୍ୟାର ବିରଳ ବ୍ଲୁ ବଟମ୍ ଜେଲିଫିସ୍। ଯାହାକୁ ନେଇ ଚିନ୍ତାରେ ପରିବେଶବିତ୍ । 

ସାମୁଦ୍ରିକ ପରିସଂସ୍ଥା ଉପରେ ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ପଡ଼ୁଛି। ପରିସଂସ୍ଥା ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଏଥିପାଇଁ ଜେଲି ଫିସ୍ ଗୁଡ଼ିକ ମରି ଯାଉଛନ୍ତି । କୋଣାର୍କ ଚନ୍ଦ୍ରଭାଗା ଠାରୁ ରାମଚଣ୍ଡୀ ମୁହାଁଣ ମୁହଁ ନିକଟସ୍ଥ ଇକୋ ରିଟ୍ରିଟ୍ ସମୁଦ୍ର କୂଳରେ ଲକ୍ଷାଧିକ ସଂଖ୍ୟାର ବିରଳ ବ୍ଲୁ ବଟମ୍ ଜେଲିଫିସ୍ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଅଲିଭ୍‌ ରିଡ୍‌ଲେ ଓ ତିମି ଭଳି ଜଳ ଜୀବଙ୍କର ଏହି ଜେଲି ଫିସ୍ ଗୁଡିକ ମୁଖ୍ୟ ଆହାର ହୋଇଥାଏ। ଅଲିଭ୍ ରିଡ୍‌ଲେ ସଂଖ୍ୟା କମିଲେ ତଥା ସମୁଦ୍ରରେ ଖାଦ୍ୟ ଶୃଙ୍ଖଳ ବିଗିଡ଼ିଲେ ଏମାନେ ଲହଡ଼ିରେ ଭାସି ଆସିଥାନ୍ତି। ଏହି ଜେଲି ଫିସ୍ ଗୁଡିକ ମଣିଷଙ୍କ ସଂସ୍ପର୍ଶରେ ଆସିଲେ ଚର୍ମ ରୋଗ ହୋଇଥାଏ। ସଂକ୍ରମଣ ହୋଇଥାଏ ବୋଲି ଡାକ୍ତର କୁହନ୍ତି। ଅନେକ ମାନବକୃତ କାରଣ ପାଇଁ ସାମୁଦ୍ରିକ ପରିବେଶ ପ୍ରଦୂଷିତ ହେବା ସହିତ ପ୍ରବଳ ଗରମ ହେବା ଫଳରେ ସମୁଦ୍ର ଜଳ ଉତ୍ତପ୍ତ ହେବାକୁ ଲାଗିଛି। ଯାହାଫଳରେ ଏହି ବିରଳ ଜେଲି ଫିସ୍‌ ଗୁଡ଼ିକ ମରି ଯାଉଛନ୍ତି। 

ଅସ୍ତରଙ୍ଗ ଅଞ୍ଚଳର ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଜାତିସଂଘ ପୁରସ୍କାର ପ୍ରାପ୍ତ ବରିଷ୍ଠ ପରିବେଶବିତି ସୌମ୍ୟରଂଜନ ବିଶ୍ୱାଳ ଏନେଇ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ପୂର୍ବରୁ ଅନେକ ଥର ଚନ୍ଦ୍ରଭାଗା ସମୁଦ୍ର କୂଳରେ ଏଭଳି ଅଘଟଣ ଘଟିଥିଲା ବେଳେ ପୁଣି ଥରେ ଉକ୍ତ ଘଟଣାର ପୁନରାବୃତ୍ତି ହୋଇଛି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.