ନୂଆଦିଲ୍ଲୀ : ସାଧାରଣତଃ ଭକ୍ତମାନେ ମନ୍ଦିରରେ ନିଜର ଆସ୍ଥା ଓ ବିଶ୍ୱାସର ସହ ଦାନଦକ୍ଷିଣା କରିଥାନ୍ତି ,କିନ୍ତୁ ଅନେକ ସମୟରେ ଏମିତି ଭୁଲ୍ ବି ହୋଇଯାଏ, ଯେମିତି ଏକ ଭୁଲ୍ ତାମିଲନାଡୁର ଅରୁଲମିଗୁ କନ୍ଦସ୍ୱାମୀ ମନ୍ଦିରରେ ଜଣେ ଭକ୍ତଙ୍କ ସହ ହୋଇଛି। ଦାନ କରୁଥିବା ବେଳେ ଭୁଲ୍ରେ ତାଙ୍କର ଆଇଫୋନ୍ ମଧ୍ୟ ହୁଣ୍ଡିରେ ଅର୍ଥାତ୍ ଡୋନେସନ ବାକ୍ସରେ ଖସି ପଡ଼ିଛି। ସେ ଏହାକୁ ଫେରେଇ ନେବାକୁ ଚାହିଁଛନ୍ତି , କିନ୍ତୁ ମନ୍ଦିରର ପ୍ରଶାସନ ମୁତାବିକ , ଏବେ ଏହା ଉପରେ ତାଙ୍କର କୌଣସି ଅଧିକାର ନାହିଁ । ହଁ , ଯଦି ସେ ଚାହିଁବେ ତ ତାଙ୍କର ଡାଟା ନିଶ୍ଚୟ ଦିଆଯାଇ ପାରେ। ଏହି ଅଜବଗଜବ ମାମଲା ମଧ୍ୟରେ ଦେଶରେ ଦାନ ସହ ଜଡ଼ିତ ନୀତି ନିୟମକୁ ନେଇ ଆଲୋଚନା ହେଉଛି।
ସାରା ଦୁନିଆରେ ଧର୍ମସ୍ଥଳୀ ଗୁଡ଼ିକରେ ଡୋନେସନ ପାଇଁ ଅନେକ ଆଇନ୍ ରହିଥାଏ , ଯାହାକି ଏହାକୁ ସଠିକ୍ ଭାବେ ପରିଚାଳନା କରାଯାଇ ପାରିବ। ଆମର ଏଠାରେ ବି ଏମିତି ଅଛି। କିନ୍ତୁ ଅନେକ ଥର ଏହି ନିୟମ ମୁସ୍କିଲ ଠିଆ କରି ଦିଏ। ଯେମିତି ନିକଟରେ ଘଟିଥିବା ଘଟଣାରୁ ନଜର ଆସିଛି। ଏଠାରେ ଭୁଲ୍ରେ ଦାନପାତ୍ରରେ ଖସି ଯାଇଥିବା ଜିନିଷଟି ମଧ୍ୟ ଦାନ ଭାବେ ମନେକରାଯାଏ। ଆସନ୍ତୁ ତାହାଲେ ଜାଣିବା ଦକ୍ଷିଣରୁ ନେଇ ଉତ୍ତର ଯାଏ କଣ ରହିଛି ଦାନକୁ ନେଇ ନିୟମ –
ଏହାକୁ ନେଇ ଅନେକ ଆଇନ ରହିଛି –
୧-ଭାରତୀୟ ଟ୍ରଷ୍ଟ ଅଧିନିୟମ ୧୮୮୨ ଅନୁସାରେ , ମନ୍ଦିର ଗୁଡ଼ିକୁ ଚ୍ୟାରିଟେବଲ ଓ ଧାର୍ମିକ ଟ୍ରଷ୍ଟ ଅନୁସାରେ ଦେଖା ଯାଏ , ଯାହା ଦାନ ଓ ଚାନ୍ଦାର ପରିଚାଳନା କରିଥାନ୍ତି। ଆଇନ ଟ୍ରଷ୍ଟର କାର୍ଯ୍ୟକଳାପ ,ଟ୍ରଷ୍ଟିର ଦାୟିତ୍ୱ ଓ ଦାନର କଣ ବ୍ୟବହାର ହେଲା , ଏସବୁ ଦେଖିଥାଏ।
୨- ହିନ୍ଦୁ ଧାର୍ମିକ ଓ ଚ୍ୟାରିଟେବଲ ଟ୍ରଷ୍ଟ ଅଧିନିୟମ କିଛି ବିଶେଷ ରାଜ୍ୟ ପାଇଁ , ଯାହାକୁ ଦକ୍ଷିଣରେ ଆନ୍ଧ୍ର ପ୍ରଦେଶ , କର୍ଣ୍ଣାଟକ ଓ ତାମିଲନାଡୁରେ। ଏଠାରେ ମନ୍ଦିର ଗୁଡ଼ିକରେ ଦାନର ସଠିକ୍ ବ୍ୟବହାର ହୋଇ ପାରିବ, ଏଥିପାଇଁ ରାଜ୍ୟର ବୋର୍ଡ ଗଠନ କରିଥାଏ।
୩- ଧାର୍ମିକ ଓ ଚ୍ୟାରିଟେବଲ ଟ୍ରଷ୍ଟ ଅଧିନିୟମ ଅନୁସାରେ , ଟେମ୍ପଲ୍ସକୁ ମିଳୁଥିବା ଡୋନେସନ ପାଇଁ ସ୍ପଷ୍ଟ କରାଯାଇ ଥାଏ କି, ସେ ଚ୍ୟାରିଟିରେ ହିଁ ବ୍ୟବହାର ହେବ।
୪-ଅନେକ ରାଜ୍ୟରେ ମନ୍ଦିର ଓ ଧାର୍ମିକ ଟ୍ରଷ୍ଟ ଗୁଡ଼ିକର ମାମଲା ପାଇଁ ବିଶେଷ ଆୟୋଗ ଗଠନ ହୋଇଥାଏ , ଯେମିତି ମହାରାଷ୍ଟ୍ର ରାଜ୍ୟ ମନ୍ଦିର ସମିତି, ଏହା ଦାନ ଓ ଅନ୍ୟ ଧାର୍ମିକ କାର୍ଯ୍ୟକଳାପର ପ୍ରବନ୍ଧନ ଓ ନିରୀକ୍ଷଣ ପାଇଁ ଦାୟୀ।
୫- ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ମଧ୍ୟ ଅଛି , ଯେଉଁଥିରେ ମନ୍ଦିର ଗୁଡ଼ିକୁ ଯଦି ବିଦେଶରୁ ଦାନ ମିଳେ ତ ଏହାର ରେଜିଷ୍ଟ୍ରେସନ ନିଶ୍ଚୟ ହୁଏ।
ଦାନ ସାଧାରଣତଃ ନିଜର ଇଚ୍ଛାରେ ଦିଆ ଯାଇ ଥାଏ। ହିନ୍ଦୁ ଧାର୍ମିକ ଓ ଚ୍ୟାରିଟେବଲ ଟ୍ରଷ୍ଟ ଅଧିନିୟମ ଅନୁସାରେ ଏହାକୁ ଫେରାଇବା ସମ୍ଭବ ନୁହେଁ । କୁହାଯାଏ କି ଦାନ ଇଶ୍ୱରଙ୍କୁ ଦିଆ ଯାଇ ସାରିଛି ଓ ଯେଉଁ ଜିନିଷ ଥରେ ତାଙ୍କର ହୋଇ ସାରିଛି , ଏହାକୁ ଧାର୍ମିକ ନଜରରେ ଫେରେଇ ନେବା ଉଚିତ ନୁହେଁ । ଧନ ହେଉ ବା ଆଉ କୌଣସି ଜିନିଷ , ତାହା ମନ୍ଦିରର ପ୍ରପର୍ଟି ହୋଇଯାଏ , ଯାହାର ବ୍ୟବହାର ଚ୍ୟାରିଟିରେ ହୋଇଯାଏ ବା ହେବାର ଯୋଜନା ଗଠନ କରାଯାଇଥାଏ।
ଯଦି କେହି ଅଧିକ ଡୋନେସନ ଦେଇ ସାରି ଥିବେ ଏବଂ ସେ ଏହି କଥାକୁ ପ୍ରମାଣିତ କରି ପାରିବେ କି ତାଙ୍କର ଉଦ୍ଦେଶ୍ୟ ଅଧିକ ଡୋନେସନ ପାଇଁ ନଥିଲା , ତ ସେ ମନ୍ଦିର ଆଡମିନିଷ୍ଟ୍ରେସନକୁ ଅନୁରୋଧ କରି ପାରିବେ କି ସେ ଅତିରିକ୍ତ ଧନ ଫେରେଇ ଦିଅନ୍ତୁ। କିନ୍ତୁ ଜରୁରୀ ନୁହେଁ କି ମନ୍ଦିର ଟ୍ରଷ୍ଟ ଏହି କଥାକୁ ମାନିବେ , ଏହା ସଂପୂର୍ଣ୍ଣ ରୂପେ ତାଙ୍କର ଇଚ୍ଛା।
ଯେପର୍ଯ୍ୟନ୍ତ ମାମଲା ଆଇଫୋନ ବା ଏହି ପରି ଜିନିଷର , ଯାହା ସାଧାରଣତଃ ମନ୍ଦିରରେ ଦାନ କରାଯାଇ ନଥାଏ , ତ ଏହି ମାମଲାକୁ କୋର୍ଟ ଯାଏ ନିଆ ଯାଇ ପାରେ। ଏହା ବି ଏହା ସାବ୍ୟସ୍ତ କରିବାକୁ ହେବ ଯେ , ଦାନର କୌଣସି ଉଦ୍ଦେଶ୍ୟ ନଥିଲା ବରଂ ଅବସାବଧାନତା ଯୋଗୁଁ ଏମିତି ହୋଇଛି । ମନ୍ଦିର ମଧ୍ୟ ନିଜର ତର୍କ ଦେବ , ଏହା ପରେ ନିଷ୍ପତ୍ତି ହେବ। କିନ୍ତୁ ଏଠାରେ ଆମେ ଦୋହରାଉଛି ଯେ ନିଷ୍ପତ୍ତି ଦାତା ସପକ୍ଷରେ ରହିବା ଜରୁରୀ ନୁହେଁ ।
ଯଦି କେହି ଇନକମ୍ ଟ୍ୟାକ୍ସ ଆକ୍ଟ ୧୯୬୧ ଅନୁସାରେ ଡୋନେସନ କରେ ତ କଣ ଏହାର ଫେରସ୍ତ ଦାବି କରି ପାରେ ।
ଦାନକୁ ଫେରାଇବା ସାଧରଣତଃ ସମ୍ଭବ ନୁହେଁ। ଦାନ ସ୍ୱେଚ୍ଛିକ ଅର୍ଥାତ୍ ନିଜ ଇଚ୍ଛାରେ କରାଯିବା ଉଚିତ୍। ଆୟକର ଅଧିନିୟମ ୧୯୬୧ ଅନୁସାରେ କେବଳ ଏଥିରେ କେବଳ ଟ୍ୟାକ୍ସରେ ରିହାତି ମିଳିଥାଏ । ଏହାର ଫେରସ୍ତରେ କୌଣସି ସ୍ପଷ୍ଟକଥା ନାହିଁ।
ଇନକମ୍ ଟ୍ୟାକ୍ସ ଅନୁସାରେ ହୋଇଥିବା ଦାନକୁ ରିକ୍ଲେମ୍ କରିବାକୁ ଚାହିଁଲେ କିଛି ନିୟମ ନିଶ୍ଚୟ ରହିଛି –
- ଯଦି ଦାନକର୍ତ୍ତା ଏହା ସାବ୍ୟସ୍ତ କରି ପାରିବେ ଯେ, ତାଙ୍କୁ ଠକି ଦାନ ନିଆ ଯାଇଛି ତ ସେ ସିଭିଲ କୋର୍ଟରେ ଏଥି ପାଇଁ କେସ୍ କରି ପାରିବେ।
- ଯଦି ଦାନ କରିବା ବେଳେ କିଛି କଣ୍ଡିସନ୍ସ ସ୍ଥିର କରାଯାଇ ଥିବ , ଯାହା ଦାନ ପରେ ପୂରା ହେବାର ଦେଖା ନଯାଏ ତ ଫେରସ୍ତର ରାସ୍ତା ହୋଇପାରେ। ଯେମିତି କିଛି ସ୍କୁଲ ବା ହସ୍ପିଟାଲ ପାଇଁ ଦାନ କଲେ ଏବଂ ତାହା ନହେଲେ ଦାନ ଫେରସ୍ତ ମାଗି ପାରିବେ।
- ଦାନ ଦେବା ପରେ ସଂସ୍ଥା ବା ଟ୍ରଷ୍ଟ ଯଦି ପୂର୍ବରୁ ସ୍ଥିରୀକୃତ ସର୍ତ୍ତକୁ ମାନିବାରେ ମନା କରନ୍ତି ତ ଆଇନଗତ ଭାବେ ଏହାକୁ ଫେରସ୍ତ ନେବାର ଚେଷ୍ଟା ହୋଇପାରେ।
କଥା ଯଦି ଏହା କି ଦାନକର୍ତ୍ତା ଇନକମ୍ ଟ୍ୟାକ୍ସରୁ ଛାଡ଼ ପାଇଁ ଦାନ କରି ଥିବେ ଏବଂ ପରେ ଏହାକୁ ଫେରେଇ ନେବାକୁ ଚାହାଁନ୍ତି ତ ରିହାତି ଆପଣାଛାଏଁ ବନ୍ଦ ହୋଇ ଯିବ।
ଆଇଫୋନ ମାମଲା ବର୍ତ୍ତମାନ ଚର୍ଚ୍ଚାରେ ଅଛି। କିନ୍ତୁ ହୁଣ୍ଡିରେ ଭୁଲ୍ରେ ଜିନିଷ ଖସିବା ଓ ଏହାରୁ ପୁଣି ମାଗିବା ନୂଆ ନୁହେଁ । ଗତ ବର୍ଷ ମେ' ମାସରେ ଏମିତି ଏକ ମାମଲା ଆସିଥିଲା। ଯେଉଁଥିରେ ଜଣେ ମହିଳା ଭକ୍ତଙ୍କର ସୁନା ଚେନ୍ ଦକ୍ଷିଣର ଏକ ମନ୍ଦିରରେ ଖସି ପଡ଼ିଥିଲା। ମହିଳା ଏହାର ଫେରସ୍ତ ଚାହିଁ ଥିଲେ। ମନ୍ଦିର ପ୍ରଶାସନ ଏହାର ଯାଞ୍ଚ କଲେ ଏବଂ ସିସିଟିଭି ଫୁଟେଜରେ ସ୍ପଷ୍ଟ ହୋଇଥିଲା କି, ଚେନ୍ଟି ବାସ୍ତିବିକ୍ ଭୁଲ୍ରେ ଖସି ପଡ଼ିଥିଲା। ଟ୍ରଷ୍ଟି ନିଜ ଖର୍ଚ୍ଚର ସେହି ଓଜନ ଓ ଦାମର ନୂଆ ସୁନା ଚେନ୍ ସେହି ମହିଳାଙ୍କୁ ପଠାଇ ଥିଲେ।