ପ୍ରମୂଖ ଖବର
  • ବିଶ୍ଵ ସ୍ତନ୍ୟପାନ ସପ୍ତାହ ଉପଲକ୍ଷେ ମହିଳାଙ୍କ ପାଇଁ ବଡ଼ ଘୋଷଣା : ସବୁଠି ଖୋଲିବ ବ୍ରେଷ୍ଟ ଫିଡିଂ ସେଣ୍ଟର୍
  • ||
  • ଭୁବନେଶ୍ଵର : ଖୁବଶୀଘ୍ର ୧୬୩୫ଟି ନୂଆ ରାଜସ୍ଵ ଗାଁର ସୀମା ପରିବର୍ତ୍ତନ, ରାଜସ୍ବ ବିଭାଗ ପକ୍ଷରୁ SOP ଜାରି
  • ||
  • ପ୍ରିନ୍ସିପାଲ ସାଇଣ୍ଟିଫିକ୍ ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୭ଟି ସ୍ଥାନରେ ଚଢାଉ
  • ||
  • ରୋପୋ ରେଟ୍ ଅପରିବର୍ତ୍ତିତ ରଖିଲା RBI, ୫.୫ ପ୍ରତିଶତରେ ସ୍ଥିର ସୁଧ ହାର
  • ||
  • ଖାଦ୍ୟ ପାର୍ସଲ ଦେବାକୁ କହି ମହିଳାଙ୍କୁ ଡାକିଲେ, ଆସିବାରୁ ହତ୍ୟା ଧମକ ଡେଲିଭରି ବୟ
  • ||
  • ଓଟିଇଟି ପ୍ରଶ୍ନ ଲିକ୍‌ କେଳେଙ୍କାରୀ: ମହିଳା ଡାଟା ଏଣ୍ଟ୍ରି ଅପରେଟର୍‌ଙ୍କୁ ମାରାଥନ୍ ଜେରା, ଏବେ କ୍ରାଇମ୍‌ବ୍ରାଞ୍ଚ୍‌ ସ୍କାନର୍‌ରେ ସଭାପତି
  • ||
  • ତେଲକୋଇ : ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ
  • ||
  • ବହୁ ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା, ଆଜି ମୁଖ୍ୟ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ, ଝାଡ଼ସୁଗୁଡ଼ା ଏଡିଜେଏ କୋର୍ଟରେ ହେବ ଶୁଣାଣି
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା; ଉପସଭାପତି ନିହାର ମହାନ୍ତି ସସ୍‌ପେଣ୍ଡ୍, ଏବେ କ୍ରାଇମ୍‌ବ୍ରାଞ୍ଚ ସ୍କାନ୍‌ରେ ସଭାପତି
  • ||
  • ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ସମ୍ଭାବନା, ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି
  • ||

‘ପ୍ରକୃତ ଭାରତୀୟ କିଏ କୌଣସି ବିଚାରପତି ସ୍ଥିର କରିପାରିବେନି’, ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ଉପରେ ପ୍ରିୟଙ୍କାଙ୍କ ପ୍ରତିକ୍ରିୟା

Published By : Harapriya Biswal | August 5, 2025 7:55 PM

ନୂଆଦିଲ୍ଲୀ,୫।୮:  ଭାରତୀୟ ସେନା ଉପରେ ମନ୍ତବ୍ୟ ଦେବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସୋମବାର ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ। ଦେଶର ସର୍ବୋଚ୍ଚ ଅଦାଲତ ରାହୁଲଙ୍କ ବୟାନକୁ ନିନ୍ଦା କରି କହିଥିଲେ,  କୌଣସି ସଚ୍ଚା ଭାରତୀୟ ଏପରି କହିବେ ନାହିଁ। କୋର୍ଟଙ୍କ ଏହି ବୟାନ ପରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ଏହାର କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ତାଙ୍କ ସପକ୍ଷରେ ବାହାରି ଆସିଛନ୍ତି। ସଂସଦ ପରିସରରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ପ୍ରିୟଙ୍କା କହିଛନ୍ତି, କିଏ ପ୍ରକୃତ ଭାରତୀୟ ଏବଂ କିଏ ନୁହେଁ ତାହା ଯେ କୋର୍ଟର ବିଚାରପତି ସ୍ଥିର କରିପାରିବେ ନାହିଁ। ଅନ୍ୟପକ୍ଷରେ, ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଏନଡିଏ ବୈଠକ ସମୟରେ ସୁପ୍ରିମକୋର୍ଟଙ୍କ ଏହି ବୟାନକୁ ଉଲ୍ଲେଖ କରି ଏହାକୁ ସବୁଠାରୁ ବଡ଼ ଭର୍ତ୍ସନା ବୋଲି କହିଥିଲେ।

ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ମାନ୍ୟବର ବିଚାରପତିମାନଙ୍କୁ ସମ୍ପୂର୍ଣ୍ଣ ସମ୍ମାନର ସହିତ, ମୁଁ କହିବାକୁ ଚାହୁଁଛି ଯେ ସେମାନେ ପ୍ରକୃତ ଭାରତୀୟ କିଏ ତାହା ନିର୍ଣ୍ଣୟ କରିବେ ନାହିଁ। ସରକାରଙ୍କୁ ପ୍ରଶ୍ନ କରିବା ବିରୋଧୀ ନେତାଙ୍କ କର୍ତ୍ତବ୍ୟ। ମୋ ଭାଇ କେବେ ସେନା ବିରୋଧରେ କହିବେ ନାହିଁ, ତାଙ୍କର ସେନା ପ୍ରତି ବହୁତ ସମ୍ମାନ ଅଛି। ଏହାକୁ ଭୁଲ ବ୍ୟାଖ୍ୟା କରାଯାଇଛି।

‘ଭାରତ ଯୋଡୋ’ ଯାତ୍ରା ସମୟରେ, ରାହୁଲ ଗାନ୍ଧୀ ଡିସେମ୍ବର ୨୦୨୨ ରେ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ ଲୋକମାନେ ‘ଭାରତ ଯୋଡୋ’ ଯାତ୍ରା ବିଷୟରେ ପଚାରିବେ, କିନ୍ତୁ ଚୀନ୍ ୨୦୦୦ ବର୍ଗ କିଲୋମିଟର ଭାରତୀୟ ଭୂମି ଦଖଲ କରିବା, ୨୦ ଜଣ  ସୈନିକଙ୍କୁ ହତ୍ୟା କରିବା ଏବଂ ଅରୁଣାଚଳରେ ଆମର ସୈନିକମାନଙ୍କୁ ମାଡ଼ ମାରୁଥିବା ବିଷୟରେ କେହି କହିବେ ନାହିଁ। ରାହୁଲଙ୍କ ଏହି ବୟାନକୁ ନେଇ ୟୁପିର ବାସିନ୍ଦା ଉଦୟ ଶଙ୍କର ଶ୍ରୀବାସ୍ତବ ତାଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ । ଏକ ନିମ୍ନ ଅଦାଲତ ରାହୁଲଙ୍କ ବିରୁଦ୍ଧରେ ସମନ ଜାରି କରିଥିଲେ। ରାହୁଲ ଏହି ସମନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ମଧ୍ୟ କରିଥିଲେ, ଯାହାର ଶୁଣାଣି ସମୟରେ କୋର୍ଟ ତାଙ୍କ ସଚ୍ଚା ଭାରତୀୟତା ଉପରେ ପ୍ରଶ୍ନ ଉଠାଇଥିଲେ।

ସୁପ୍ରିମକୋର୍ଟ ୪ ଅଗଷ୍ଟ ସୋମବାର ଦିନ କହିଥିଲେ , ଆପଣ ବିରୋଧୀ ଦଳର ନେତା, ଆପଣ ସଂସଦରେ ଏହି କଥା କାହିଁକି କହୁନାହାଁନ୍ତି? ସୋସିଆଲ ମିଡିଆର ଆବଶ୍ୟକତା କ'ଣ? ସୁପ୍ରିମକୋର୍ଟ ରାହୁଲଙ୍କୁ ପଚାରିଥିଲେ, ଆପଣ କିପରି ଜାଣିଲେ ଯେ ଚୀନ୍ ୨୦୦୦ ବର୍ଗ କିଲୋମିଟର ଅଞ୍ଚଳ ଦଖଲ କରିଛି ? ଆପଣ ସେଠାରେ ଥିଲେ କି? ଆପଣଙ୍କ ପାଖରେ ଏହାର କୌଣସି ପ୍ରମାଣ ଅଛି କି?  ଯଦି ଆପଣ ଜଣେ ପ୍ରକୃତ ଭାରତୀୟ, ତେବେ ଆପଣ ଏପରି କଥା କହିନଥାନ୍ତେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.