ପ୍ରମୂଖ ଖବର
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ ଅମିତ ଶାହଙ୍କ ରେକର୍ଡ, ଆଡ଼ଭାନୀ ଏବଂ ଗୋବିନ୍ଦ ବଲ୍ଲଭ ପନ୍ତଙ୍କୁ ପଛରେ ପକାଇ ପଦବୀରେ ରହିଲେ ଅଧିକ ଦିନ

Published By : Manoj | August 6, 2025 1:12 PM

ନୂଆଦିଲ୍ଲୀ,୦୬/୦୮: ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ ରେକର୍ଡ କରିଛନ୍ତି ଅମିତ ଶାହ । ସେ ସର୍ବାଧିକ ସମୟ ସ୍ୱରାଷ୍ଟ୍ର ମନ୍ତ୍ରୀ ପଦରେ ରହିବାର ଗୌରବ ଲାଭ  କରିଛନ୍ତି । ଆଜକୁ ଲଗାତାର ୨୨୫୮ ଦିନ ଏହି ପଦବୀରେ ସେ ଅଛନ୍ତି ।  

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ୨୦୧୯ ମେ ୩୦ରେ ଶାହ  ସ୍ୱରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ  ସେ ୨୦୨୪ ଜୁନ ୯ରେ ପ୍ରଥମ ପାଳି ଶେଷ କରିଥିଲେ । ୨୦୨୪ ଜୁନ  ୧୦ରୁ ପୁଣି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଦାୟିତ୍ୱ ସମ୍ଭାଳି ଥିଲେ। ସେବେଠାରୁ  ସେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ  ବ୍ୟତୀତ ଶାହ ମଧ୍ୟ ଦେଶର ପ୍ରଥମ ସମବାୟ ମନ୍ତ୍ରୀ ହୋଇଛନ୍ତି । ଏହା  ପୂର୍ବରୁ ଶାହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ ଗୁଜରାଟର ଗୃହମନ୍ତ୍ରୀ  ଭାବେ କାର୍ଯ୍ୟ କରିଛନ୍ତି । 

ସବୁଠାରୁ ବଡ଼କଥା ହେଉଛି ଶାହ ଆଜି ସ୍ୱରାଷ୍ଟ୍ରମନ୍ତ୍ରୀ ଭାବେ ସର୍ବାଧିକ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ଦେଶର ପ୍ରଥମ ବ୍ୟକ୍ତି  ହୋଇଛନ୍ତି । ୨୦୧୯ ଅଗଷ୍ଟ ଆଜିର ଦିନରେ ସଂସଦରେ ସେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଘୋଷଣା କରିଥିଲେ । ଏହା ଫଳରେ ଜମ୍ମୁ-କାଶ୍ମୀରକୁ ମିଳିଥିବା ବିଶେଷ ରାଜ୍ୟ ମାନ୍ୟତାର ଅନ୍ତ  ଘଟିଥିଲା । ସ୍ୱରାଷ୍ଟ୍ର ମନ୍ତ୍ରୀ ପଦରେ ରହି ଶାହ ବିଜେପିର ବର୍ଷୀୟାନ ନେତା ଲାଲକୃଷ୍ଣ ଆଡଭାନୀଙ୍କ ରେକର୍ଡ ଭାଙ୍ଗିଛନ୍ତି ।  

ଆଡଭାନୀ ୧୯୯୮ ମାର୍ଚ୍ଚ ୧୯ରୁ ୨୦୦୪ ମେ ୨୨ ପର୍ଯ୍ୟନ୍ତ  ଅର୍ଥାତ ମୋଟ ୨୨୫୬ ଦିନ ଧରି ଦେଶର ସ୍ୱରାଷ୍ଟ୍ର ମନ୍ତ୍ରୀ ରହିଥିଲେ । ଆଡଭାନୀଙ୍କ ପରେ କଂଗ୍ରେସ ନେତା ଗୋବିନ୍ଦ ବଲ୍ଲଭ ପନ୍ତ ସର୍ବାଧିକ  ସମୟ ପର୍ଯ୍ୟନ୍ତ ସ୍ୱରାଷ୍ଟ୍ରମନ୍ତ୍ରୀ ରହିବାରେ ତୃତୀୟ ବ୍ୟକ୍ତି ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.