ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଆମେରିକାର ଅତିରିକ୍ତ ଟାରିଫ୍‌କୁ ନେଇ ମୋଦୀଙ୍କୁ ରାହୁଲ ଗାନ୍ଧୀଙ୍କ ସମାଲୋଚନା; କହିଲେ- ‘ଭାରତକୁ ଆର୍ଥିକ ବ୍ଲାକମେଲ୍ କରୁଛି ଆମେରିକା’

Published By : Soubhagya Ranjan | August 6, 2025 11:30 PM

Image source: TOI

ନୂଆଦିଲ୍ଲୀ,୦୬/୦୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି। ଭାରତ ଉପରେ ବର୍ତ୍ତମାନ ମୋଟ ୫୦% ଶୁଳ୍କ ଲାଗୁ କରିଛି ଆମେରିକା। ତେବେ ଟ୍ରମ୍ପଙ୍କ ଏହି ଘୋଷଣା ପରେ ରାଷ୍ଟ୍ର ରାଜନୀତି ମଧ୍ୟ ସରଗରମ। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ। ବୁଧବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ‘୫୦ ପ୍ରତିଶତ ଶୁଳ୍କ ଲାଗୁ କରି ଆମେରିକା ଭାରତକୁ ଆର୍ଥିକ ଭାବରେ ବ୍ଲାକମେଲ୍ କରୁଛି। ଏପରି କରି ଅନୁଚିତ ବାଣିଜ୍ୟ ଚୁକ୍ତି ପାଇଁ ଧମକାଉଛି ଆମେରିକା। ଆଉ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀରବତା ଜନସାଧାରଣଙ୍କ ଉପରେ ଚାପ ନପକାଉ।’’

ଏହା ପୂର୍ବରୁ ମଧ୍ୟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକରେ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ ନେଇ ସମାଲୋଚନା କରିଥିଲେ ରାହୁଲ। ରାହୁଲ କହିଥିଲେ "ଆଦାନୀ ଉପରେ ଆମେରିକାର ତଦନ୍ତ" ଯୋଗୁ ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର ଶୁଳ୍କ ଧମକ ଦେବା ସତ୍ତ୍ୱେ ଟ୍ରମ୍ପଙ୍କ ବିରୁଦ୍ଧରେ କହିପାରିବେ ନାହିଁ।'

X ପୋଷ୍ଟରେ କଂଗ୍ରେସ ନେତା କହିଥିଲେ, " ଦୟାକରି ବୁଝନ୍ତୁ: ଟ୍ରମ୍ପଙ୍କ ବାରମ୍ବାର ଧମକ ସତ୍ତ୍ବେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ବିରୋଧରେ କିଛି କହୁନାହାଁନ୍ତି। ଏହାର କାରଣ ଆଦାନୀ ଉପରେ ଆମେରିକାର ତଦନ୍ତ ଚାଲିଛି। "ଗୋଟିଏ ଧମକ ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରୁଷ ସହ ତେଲ ଡିଲ୍‌ ମଧ୍ୟରେ ଆର୍ଥିକ ସମ୍ପର୍କ।’’ ସେ ଆହୁରି କହିଛନ୍ତି ‘‘ମୋଦୀଙ୍କ ହାତ ବନ୍ଧା ପଡ଼ିଛି।’’ 

ଅବଶ୍ୟ ଟ୍ରମ୍ପଙ୍କ ଶୁଳ୍କ ଉପରେ ଭାରତ ପକ୍ଷରୁ କୁହାଯାଇଛି, ଭାରତ ଜାତୀୟ ସ୍ୱାର୍ଥ ଉପରେ ଆଧାରିତ ଶକ୍ତି ନୀତି ପରିଚାଳନା କରିବାର ନିଜର ସାର୍ବଭୌମ ଅଧିକାରକୁ ରକ୍ଷା କରିଛି। ସରକାର ସ୍ପଷ୍ଟ କରିଛନ୍ତି ଯେ, ବଜାର ଗତିଶୀଳତା ଏବଂ ଜାତୀୟ ସ୍ୱାର୍ଥ ଭାରତର ଶକ୍ତି କ୍ରୟକୁ ମାର୍ଗଦର୍ଶନ କରିବ। ସୂଚନାଥାଉକି,  ରୁଷ ଠାରୁ ଅଶୋଧିତ ତେଲ କିଣିବା ଜାରି ରଖିଥିବାରୁ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ % ଟାରିଫ ଲଗାଇବା ନେଇ ଘୋଷଣା କରିଛନ୍ତି। ଏହି ଶୁଳ୍କ ତିନି ସପ୍ତାହ ମଧ୍ୟରେ ଲାଗୁ ହେବ। ଆହୁରି ମଧ୍ୟ ଗୁରୁବାରଠାରୁ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲଗାଇବା ନେଇ ମଧ୍ୟ ଘୋଷଣା କରିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.