ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

MSC Elsa 3 ଜାହାଜ ବୁଡିଯିବା ଘଟଣା; ଜୋରିମାନାକୁ ୧୪ ମିଲିୟନ ଡଲାରକୁ ହ୍ରାସ କରିବାକୁ ମାଲିକଙ୍କ ଆବେଦନ

Published By : Bijay Swain | August 6, 2025 10:42 PM

କୋଚି: ଗତ ମେ ୨୫ ତାରିଖରେ କେରଳର ଉପକୂଳରେ ବୁଡିଯାଇଥିବା ଜାହାଜ ଉପରେ ଲାଗିଥିବା ଜୋରିମାନାକୁ କମ କରିବାକୁ MSC Elsa 3 ଜାହାଜର ମାଲିକ କେରଳ ହାଇକୋର୍ଟରେ ଦାବି କରିଛନ୍ତି। ଏହ ଜାହାଜ ଉପରେ ଲାଗିଥିବା ୧୪ ମିଲିୟନ ଡଲାରକୁ (ପ୍ରାୟ ୧୨୦୦ କୋଟି ଟଙ୍କା) ଆହୁରି କମ କରିବାକୁ କେରଳ ହାଇକୋର୍ଟରେ ଏକ ଆଡମିରାଲ୍ଟି ମାମଲା ଦାୟର ହୋଇଛି। ଏହି ଜାହାଜ, ଲାଇବେରିଆରେ ପଞ୍ଜିକୃତ ଏକ କଣ୍ଟେନର ଜାହାଜ। ୬୪୩ଟି କଣ୍ଟେନର ନେଇ ବିଜିଞ୍ଜାମରୁ କୋଚି ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଜାହାଜଟି ଉପକୁଳରେ ଡୁବିଯାଇଥିଲା। ଯେଉଁଥିରେ ଡିଜେଲ, ବଙ୍କର ଅଏଲ, କ୍ୟାଲସିୟମ କାର୍ବାଇଡ ଓ ପ୍ଲାଷ୍ଟିକ ନାର୍ଡଲ ଭଳି ବିପଜ୍ଜନକ ସାମଗ୍ରୀ ସମୁଦ୍ର ଜଳରେ ମିଶି ଜଳ ପ୍ରଦୁଷଣ କରିଥିଲା। ଏହି ଘଟଣା କେରଳ ଉପକୂଳରେ ବ୍ୟାପକ ସାମୁଦ୍ରିକ ପ୍ରଦୂଷଣ, ତୈଳ ଫିଲ୍ମ ଓ ପରିବେଶ କ୍ଷତି ସୃଷ୍ଟି କରିଛି। ଯାହା ମତ୍ସ୍ୟଜୀବୀ ଓ ସ୍ଥାନୀୟ ଅର୍ଥନୀତିକୁ ପ୍ରଭାବିତ କରିଛି।

କେରଳ ସରକାର ଏହି କ୍ଷତି ପାଇଁ ୯,୫୩୧ କୋଟି ଟଙ୍କାର କ୍ଷତିପୂରଣ ଦାବି କରି ଏକ ଆଡମିରାଲ୍ଟି ମାମଲା ଦାୟର କରିଛନ୍ତି। ଯେଉଁଥିରେ ପରିବେଶ ପ୍ରଦୂଷଣ ପାଇଁ ୮,୬୨୬.୧୨ କୋଟି, ପରିବେଶ ପୁନରୁଦ୍ଧାର ପାଇଁ ୩୭୮.୪୮ କୋଟି ଏବଂ ମତ୍ସ୍ୟଜୀବୀଙ୍କ ଅର୍ଥନୈତିକ କ୍ଷତି ପାଇଁ ୫୨୬.୫୧ କୋଟି ଟଙ୍କା ଅନ୍ତର୍ଭୁକ୍ତ ରହିଛି। ଏହା ବ୍ୟତୀତ, ଅନ୍ୟ ସାତଟି ଘରୋଇ ସଂସ୍ଥା ମଧ୍ୟ କାର୍ଗୋ କ୍ଷତି ପାଇଁ ଦାବି ଉଠାଇଛନ୍ତି, ଯାହା ଫଳରେ MSC ର ଅନ୍ୟ ତିନୋଟି ଜାହାଜ—MSC ପୋଲୋ II, MSC ମାନସା ଏଫ ଓ MSC ଆକିଟେଟା II—କୁ ହାଇକୋର୍ଟର ନିର୍ଦ୍ଦେଶରେ ଅଟକ ରଖାଯାଇଛି।

ମାଲିକମାନେ ମର୍ଚାଣ୍ଟ ସିପିଂ ଆକ୍ଟ, ୧୯୫୮ ଓ ସାମୁଦ୍ରିକ ଦାବି ପାଇଁ ଦାୟିତ୍ୱ ସୀମିତ କରିବା ସମ୍ବନ୍ଧୀୟ ନିୟମ, ୨୦୧୫ ଅନୁଯାୟୀ ଦାୟିତ୍ୱ ସୀମିତ କରିବାକୁ ଏବଂ ଏକ ସୀମିତ ଦାୟିତ୍ୱ ପାଣ୍ଠି ଗଠନ କରିବାକୁ ଅନୁମତି ମାଗିଛନ୍ତି। ଏହି ପାଣ୍ଠିର ପରିମାଣ ଜାହାଜର ଟନେଜ ଆଧାରରେ ନିର୍ଦ୍ଧାରିତ ହୋଇଛି। ଯାହା ବର୍ତ୍ତମାନର ଡଲାର ବିନିମୟ ହାର ଅନୁଯାୟୀ ପ୍ରାୟ ୧୪.୨ ମିଲିୟନ ଡଲାର ରହିଛି। କିନ୍ତୁ ଯଦି ଏହି ପାଣ୍ଠି ସମସ୍ତ ଦାବି ପୂରଣ ପାଇଁ ପର୍ଯ୍ୟାପ୍ତ ନହୁଏ, ତେବେ ଏହା ପ୍ରୋ ରାଟା ଅନୁଯାୟୀ ବଣ୍ଟନ କରାଯିବ ବୋଲି ଆଇନଜୀବୀ କହିଛନ୍ତି।

ଏହି ଘଟଣା କାରଣରୁ ଜାହାଜ କମ୍ପାନୀର ଅନ୍ୟ ଜାହାଜଗୁଡ଼ିକର ଅଟକ ଓ ବୀମା ଓ ଭଡ଼ା ସମସ୍ୟା ଯୋଗୁଁ ସାମଗ୍ରୀର ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି। କେରଳ ସରକାର ପୂର୍ବରୁ ଏକ ବୀମା ଦାବି ମାଧ୍ୟମରେ କ୍ଷତିପୂରଣ ପାଇବାକୁ ପସନ୍ଦ କରିଥିଲେ, କାରଣ MSC ବିଜିଞ୍ଜାମ ବନ୍ଦରରେ ଏକ ପ୍ରମୁଖ ଅଂଶୀଦାର। ତେବେ, ସାମୁଦ୍ରିକ ପ୍ରଦୂଷଣ ଓ ଅର୍ଥନୈତିକ କ୍ଷତି ପାଇଁ ଦାୟୀ କମ୍ପାନୀକୁ ଦାୟବଦ୍ଧ କରାଯିବା ଦିଗରେ ପରିବେଶବିତ ଓ ସ୍ଥାନୀୟ ଜନତା ଦାବି ଜାରି ରଖିଛନ୍ତି।

ଏହି ମାମଲା କେରଳରେ ଏକ ଉଦାହରଣ ସୃଷ୍ଟି କରିପାରେ। କାରଣ ଏହା ସାମୁଦ୍ରିକ ଦୁର୍ଘଟଣା ଓ ପରିବେଶ କ୍ଷତି ପାଇଁ ଦାୟିତ୍ୱ ନିର୍ଦ୍ଧାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ହାଇକୋର୍ଟରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏହି ଦିଗରେ ନିଷ୍ପତ୍ତିମୂଳକ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.