ପ୍ରମୂଖ ଖବର
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଟ୍ରମ୍ପଙ୍କ ଟାରିଫ୍‌ ଚାପକୁ ଭାରତର ବ୍ରହ୍ମ ଚାପୁଡ଼ା, ମସ୍କୋରେ ଡୋଭାଲ୍, ତୈଳ-ଟାରିଫ୍ ଏବଂ S-400 ନେଇ ହେବ ଡିଲ୍ !

Published By : Rasmita Pradhan | August 6, 2025 9:35 AM

ନୂଆଦିଲ୍ଲୀ, ୦୬/୦୮ : ଟ୍ରମ୍ପଙ୍କ ଟାରିଫ୍‌ ଚାପକୁ ଭାରତର ବ୍ରହ୍ମ ଚାପୁଡ଼ା। ମସ୍କୋରେ ପହଞ୍ଚିଲେ ଏନଏସ୍‌ଏ ଅଜିତ ଡୋଭାଲ୍। ଋଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଭେଟି ତୈଳ-ଟାରିଫ୍ ଏବଂ S-400 ନେଇ କରିବେ ଗୁରୁତ୍ଵପୂର୍ଣ୍ଣ ଆଲୋଚନା। ଦୁଇ ଦେଶର ସୃଦୃଢ ସମ୍ପର୍କ ନେଇ ହେବ ଚର୍ଚ୍ଚା। ଅଜିତ ଡୋଭାଲ ଋଷ ସମକକ୍ଷଙ୍କ ସହ ଡିଫେନ୍ସ ଡିଲ୍ ନେଇ ଆଲୋଚନା କରିବେ। S-400 ମିସାଇଲ୍ ଡିଫେନ୍ସ ସିଷ୍ଟମର କିଣାବିକା, ଏହାର ମେଣ୍ଟେନାନ୍ସ ବାବଦରେ ଆଲୋଚନା ହେବ। ଭାରତ ଏବଂ ଋଷ ମଧ୍ୟରେ ଏହା ସବୁଠୁ ବଡ଼ ପ୍ରତିରକ୍ଷା ଡିଲ୍ ହେବ ବୋଲି କୁହାଯାଉଛି।

ସୂଚନା ଥାଉକି, ଏବେ ଭୂ-ରାଜନୈତିକ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଏହି ମଧ୍ୟରେ ଏନଏସ୍‌ଏ ଅଜିତ ଡୋଭାଲ ମସ୍କୋ ଗସ୍ତରେ ଯାଇଛନ୍ତି। ତେବେ ଡୋଭାଲ୍‌ଙ୍କ ଏହି ଗସ୍ତ ପୂର୍ବ ନିର୍ଦ୍ଧାରିତ ହୋଇଥିଲେ ବି ବର୍ତ୍ତମାନର ସ୍ଥିତି ଯୋଗୁଁ ଏହା ଆହୁରି ଗୁରୁତ୍ଵପୂର୍ଣ୍ଣ ବୋଲି କୁହାଯାଉଛି। ସେହିପରି ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଚଳିତ ମାସ ଶେଷ ସୁଦ୍ଧା ଋଷ ଗସ୍ତରେ ଯିବେ। 

ଋଷଠୁ ତେଲ କିଣିବା ନେଇ ଭାରତ ଉପରେ ହେଭି ଟାରିଫ୍ ଲଦିଛି ଆମେରିକା। ଭାରତ ଉପରେ ୨୫% ଟାରିଫ୍ ଲଗାଇଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ କହିଛନ୍ତି ଯେ, ଭାରତ ମସ୍କୋରୁ ତେଲ କିଣି ଋଷ-ୟୁକ୍ରେନ ଯୁଦ୍ଧକୁ ପାଣ୍ଠି ଯୋଗାଇ ଦେଉଛି। ୟୁକ୍ରେନ୍‌ର ଲୋକ ମରୁଛନ୍ତି।ତେଣୁ, ଭାରତ ଋଷରୁ ଅଶୋଧିତ ତୈଳ କିଣିବା ବନ୍ଦ କରିବା ଉଚିତ। ନଚେତ୍, ଆମେରିକା ଭାରତ ଉପରେ ଭାରୀ ଶୁଳ୍କ ଲଗାଇବ। ସେହିପରି ୟୁକ୍ରେନ୍ ସହ ଯୁଦ୍ଧବିରାମ ଘୋଷଣା ନକଲେ ଆମେରିକା କଡ଼ା ପ୍ରତିବନ୍ଧକ ଲଗାଇବ ବୋଲି ଋଷକୁ ବି ଚେତାବନୀ ଦେଇଛନ୍ତି ଟ୍ରମ୍ପ। 

ଏହି ଖବରଟିକୁ ପଢନ୍ତୁ- ଋଷଠୁ କଣ କିଣୁଛି ଆମେରିକା ଭାରତ ଦେଖାଇଲା ଆଇନା; ହଡ଼ବଡ଼େଇ ଗଲେ ଟ୍ରମ୍ପ କହିଲେ ମୁଁ କିଛି ଜାଣିନି...

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.