ପ୍ରମୂଖ ଖବର
  • ବଳଙ୍ଗା ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ପୁରୀ ବନ୍ଦ ଡାକରା, ସକାଳ ୬ଟାରୁ ଦିନ ୧୨ଟା ଯାଏ ଚାଲିବ
  • ||
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଆତଙ୍କୀସ୍ତାନ ଉପରେ ପ୍ରକୃତିର କୋପ; ଶୁଖିଗଲାଣି ସନ୍ଧୁ, ମାଡ଼ି ଆସୁଛି ସମୁଦ୍ର, ବୁଡ଼ିଯିବ ୪୦ ଗାଁ

Published By : Rasmita Pradhan | August 6, 2025 2:40 PM

ନୂଆଦିଲ୍ଲୀ, ୦୬/୦୮ : ପାକିସ୍ତାନ ଉପରେ ପ୍ରକୃତିର ବଡ଼ ପ୍ରହାର। ପିଇବା ପାଣି ପାଇଁ ଚାରିଆଡ଼େ ହାହାକାର। ଜଳାଭାବରେ ଡହଳ ବିକଳ ଲୋକେ । ଶୋଷରେ ଶୁଖିଗଲାଣି ଆତଙ୍କୀସ୍ତାନର ଗଳା । ସମୁଦ୍ର ପଟୁ ମାଡ଼ି ଆସିଲାଣି ଲୁଣି ପାଣି। ସାଗର ଆଁରେ ସମାଧି ନେବେ ୪୦ ଗାଁ । ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରଖିବା ପରେ ୮୦ ଭାଗ ଶୁଖିଗଲାଣି ସିନ୍ଧୁ ନଦୀ। ଆଉ ବାକି ଅଛି ମାତ୍ର ୨୦% ଜଳ । ଚାଷବାସ ତ ଦୂରର କଥା ଏବେ ପିଇବାକୁ ମିଳୁନି ମୁନ୍ଦେ ପାଣି। ମାଟି ଉପରେ ଚଢିଗଲାଣି ଲୁଣି ପରସ୍ତ। ଗାଁ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ଲୋକେ। ପଳାୟନ କଲେଣି ୧୨ ଲକ୍ଷ ଲୋକ। ଥିଙ୍କ ଟ୍ୟାଙ୍କ୍ ଜିନ୍ନା ଇନଷ୍ଟିଚ୍ୟୁଟ୍ ଦ୍ଵାରା ପ୍ରକାଶିତ ରିପୋର୍ଟରେ ବଡ଼ ଖୁଲାସା ହୋଇଛି ।

ପାକିସ୍ତାନର ସିନ୍ଧୁ ଡେଲ୍ଟାରେ ଗଢି ଉଠିଥିବା ସଭ୍ୟତା ଏବେ ଉଜୁଡ଼ିବାକୁ ବସିଛି। ସ୍ଥଳ ଭାଗ ଆଡ଼କୁ ସମୁଦ୍ର ମାଡ଼ି ଆସିଛି । ପାକିସ୍ତାନର ୪୦ ଗାଁ ଏବେ ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଛି। ଜଳବାୟୁ ପରିବର୍ତ୍ତନର ଗଭୀର ପ୍ରଭାବ, ଜଳବିଦ୍ୟୁତ୍ ବନ୍ଧ, ଏବଂ ହିମ ନଦୀ ଗୁଡ଼ିକରେ ବରଫ ତରଳିବା ଯୋଗୁଁ ସମୁଦ୍ର ବିନାଶକାରୀ ରୂପ ଧାରଣ କରିଛି। ସେପଟେ ୧୯୫୦ରୁ ସିନ୍ଧୁ ଡେଲ୍ଟାର ଜଳସ୍ରୋତ କ୍ରମାଗତ ଭାବେ ହ୍ରାସ ପାଇ ୮୦ ପ୍ରତିଶତ ଶୁଖିଯାଇଛି। ଗତ ଦୁଇ ଦଶନ୍ଧି ମଧ୍ୟରେ ସିନ୍ଧୁ ଡେଲ୍ଟାରୁ ପ୍ରାୟ ୧୨ ଲକ୍ଷ ଲୋକ ଜନ୍ମମାଟି ଛାଡ଼ି ପଳାୟନ କଲେଣି। ଏହି ବିସ୍ଥାପିତମାନେ ବାଧ୍ୟ ହୋଇ କରାଚିରେ ଶରଣ ନେଇଛନ୍ତି।  

ସିନ୍ଧୁ ନଦୀ ତ୍ରିକୋଣ ଭୂମିରେ ବସବାସ କରୁଥିବା ଏହି ୪୦ ଗାଁର ଲୋକେ ମୁଖ୍ୟତଃ ଚାଷବାସ ଓ ମାଛ ଧରି ଜୀବିକା ନିର୍ବାହ କରନ୍ତି। ଚାଷ ଜମିରେ ଏବେ ଲୁଣି ପାଣି ମାଡ଼ି ଯିବାରୁ ଚାଷବାସ ପ୍ରଭାବିତ ହୋଇଛି। ମଧୁର ଜଳରେ ରହୁଥିବା ମାଛ ଓ କଙ୍କଡ଼ା ମଧ୍ୟ ମରିଯାଉଛନ୍ତି। ତେଣୁ ଖାଦ୍ୟ ସଙ୍କଟ ସୃଷ୍ଟି ହୋଇଛି। ଲୋକମାନେ ଭୋକ ଶୋଷରେ ଆଉଟୁ ପାଉଟୁ ହେଉଛନ୍ତି।

ସିନ୍ଧୁ ନଦୀ ତିବ୍ବତରୁ ବାହାରି ଲଦାଖ ଦେଇ ପାକିସ୍ତାନରେ ବହୁଛି । ପହଲଗାମ୍ ଆତଙ୍କୀ ହମଲା ପରେ ଭାରତ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିଛି। ଏହି କାରଣରୁ ସିନ୍ଧୁ ନଦୀକୁ ଭାରତ ନିଜ ଭାଗ ପାଣି ଛାଡ଼ୁନାହିଁ । ଯେଉଁଥି ପାଇଁ ପାକିସ୍ତାନରେ ନଦୀ ଜଳସ୍ରୋତ ଶୁଖିଗଲାଣି। ତା ଉପରେ ଏବେ ସମୁଦ୍ର ଦାଉ ସାଧିବାରୁ ସିନ୍ଧୁ ଡେଲ୍ଟାର ଜଳ ଆଉ ବ୍ୟବହାର ଉପଯୋଗୀ ହେଉନାହିଁ। ତେଣୁ ଲୋକମାନେ ବାଧ୍ୟ ହୋଇ ଗାଁ ଛାଡ଼ୁଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.