ପ୍ରମୂଖ ଖବର
  • ଜଗତସିଂହପୁର ରଘୁନାଥପୁର ଥାନା ଅଞ୍ଚଳରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ, ପ୍ରତିରୋଧ କରିବାରୁ ଲହୁ ଲୁହାଣ କଲେ ଦୁର୍ବୃତ୍ତ
  • ||
  • ଆସନ୍ତା ୮ରେ ବାଂଲାଦେଶ ଉପରେ ଘୂର୍ଣ୍ଣିବଳୟ, ଉପକୂଳ, ଆଭ୍ୟନ୍ତରୀଣ ଓଡ଼ିଶାରେ କାଁ ଭାଁ ବର୍ଷା ସମ୍ଭାବନା
  • ||
  • ନୟାଗଡ଼: ପୂର୍ବତନ ମନ୍ତ୍ରୀ ବିଭୂତି ଭୂଷଣ ସିଂହ ମର୍ଦ୍ଦରାଜଙ୍କ ପରଲୋକ, ଚିକିତ୍ସାଧିନ ଅବସ୍ଥାରେ ୭୦ ବର୍ଷ ବୟସରେ କଲେ ଶେଷ ନିଶ୍ବାସ ତ୍ୟାଗ
  • ||

ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସହଯୋଗ କରିବ ଏଆଇ ଡିଭାଇସ୍‌, ଭାଷାକୁ ଲେଖାରେ କରୁଛି ରୂପାନ୍ତର

Published By : Krishna Priya | August 6, 2025 8:39 AM

ନୂଆଦିଲ୍ଲୀ ୦୬/୦୮: କେରଳର ଜଣେ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ୍ସ ସ୍ନାତକ ବିଦ୍ୟାର୍ଥୀ ଏକ ଏଆଇ ଉପକରଣ ପ୍ରସ୍ତୁତ କରିଛନ୍ତି, ଯାହା ଭାଷାକୁ ହାତଲେଖା ନୋଟ୍‌ରେ ରୂପାନ୍ତରିତ କରିବ । ଏଣ୍ଟେ କେରଳମ୍‌ ଏକ୍ସପୋ୨୦୨୫ରେ ସେ ଏହି ଉପକରଣର ଉନ୍ମୋଚନ କରିଛନ୍ତି । ଅଜୟ ଏଚ୍‌ ଲିଙ୍କଡ୍‌ଇନ୍‌ରେ ଏକ ପୋଷ୍ଟ୍‌ରେ ଲେଖିଛନ୍ତି, ଅଲପ୍ପୁଝାରେ ଆୟୋଜିତ ରାଜ୍ୟ ସରକାରଙ୍କର ପ୍ରମୁଖ କାର୍ଯ୍ୟକ୍ରମରେ ନିଜ ଟିମ୍‌ର ପ୍ରୋଜେକ୍ଟ ‘ଟକ୍‌ ଟୁ ରାଇଟ୍‌’କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଲେ । 

ଟକ୍‌ ଟୁ ରାଇଟ୍‌ ଏକ ଏଆଇ-ପରିଚାଳିତ ଶବ୍ଦରୁ-ଲିଖନ ପ୍ରଣାଳୀ, ଯାହା ଏକ ସିଏନ୍‌ସି ପେନ୍‌ ପ୍ଲଟର୍‌ ପ୍ରୟୋଗ କରି ଭାଷାକୁ ହାତଲେଖା ନୋଟ୍‌ରେ ରୂପାନ୍ତର କରେ । ରାସ୍‌ପବେରି ପାଇ, ଆର୍‌ଦୁଇନୋ (ଜିଆର୍‌ବିଏଲ୍‌) ଓ ପାଇଥନ୍‌ର ଉପଯୋଗ ମାଧ୍ୟମରେ ବିକଶିତ ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ- ଡିଜିଟାଲ୍‌ ଲେଖକ ଭଳି କାମ କରି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସହଯୋଗ କରିବା ।

ଏହି ମେସିନ୍‌ ବର୍ଣ୍ଣିତ କଥାକୁ ଏ୪ କାଗଜରେ ଧାଡ଼ି-ଧାଡ଼ି କରି ଲେଖିବ । ସରଳ ଓ ସୁବିଧା ପାଇଁ ଶବ୍ଦ ଓ ସ୍ୱୟଂଚାଳନ କିଭଳି ମିଳିତ ଭାବେ କାମ କରିପାରନ୍ତି, ମେସିନ୍‌ ତାହା ଦର୍ଶାଇଛି । ଏଆଇର ସଂଯୋଗ ଦ୍ୱାରା ସୁଲଭ ଓ ସମାବେଶୀ ଟେକ୍ନୋଲୋଜିର ନିର୍ମାଣ କିଭଳି ହୋଇପାରିବ, ତାହା ଉପସ୍ଥାପନ କରିବା ପାଇଁ ଏହି ପ୍ଲାଟ୍‌ଫର୍ମ ସୁଯୋଗ ଦେଇଥିବା ଅଜୟ କହିଛନ୍ତି । ପୋଷ୍ଟ୍‌ରେ ଶେୟାର ହୋଇଥିବା ଏକ ଭିଡିଓରେ ଅଜୟ ଏକ ମାଇକ୍‌ରେ କହୁଛନ୍ତି ‘ଡିପାର୍ଟମେଣ୍ଟ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ’ । ମେସିନ୍‌ ଏହାକୁ ସ୍ପଷ୍ଟ ଭାବେ ଏକ କାଗଜରେ ଲେଖୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.