ନୂଆଦିଲ୍ଲୀ : ୱାଟ୍ସଆପ୍ ସାରା ବିଶ୍ୱରେ କୋଟି କୋଟି ୟୁଜରଙ୍କର ସବୁଠୁ ଅଧିକ ଚାଟିଂ ଆପ୍ ହୋଇ ପାରିଛି। କମ୍ପାନୀ ମଧ୍ୟ ୟୁଜରଙ୍କ ଚାଟିଂ ଏକ୍ସପେରିଏନ୍ସକୁ ଭଲ କରିବା ପାଇଁ ନୂଆ ନୂଆ ଫିଚର ସବୁ ଆଣୁଛି। ଗତ କିଛି ଦିନରୁ ହ୍ୱାଟ୍ସଆପ୍ର ନୂଆ ଫିଚର ବିଷୟରେ ଲଗାତାର ଖବର ଆସୁଛି। ଏଥିରେ କିଛି ଫିଚର ଷ୍ଟେବଲ ଭର୍ସନରେ ଆସି ଥିବା ବେଳେ ଆଉ କିଛିର ଏବେ ବିଟା ଟେଷ୍ଟିଂ ଚାଲିଛି। ଯଦି ଆପଣ ମଧ୍ୟ ହ୍ୱାଟ୍ସଆପ୍ ୟୁଜର, ତ ଏହି ନୂଆ ଫିଚର ଆପଣଙ୍କୁ ଖୁବ୍ ପସନ୍ଦ ଆସିବ। ଏଠାରେ ଆପଣଙ୍କୁ ହ୍ୱାଟ୍ସଆପ୍ର ୩ଟି ନୂଆ ଫିଚର ବିଷୟରେ କହୁଛୁ , ଯାହା ଆପଣଙ୍କର ଚାଟିଂ ଏକ୍ସପେରିୟନ୍ସକୁ ଆହୁରି ମଜାଦାର କରିବ। ଏହି ଫିଚରର ତାଲିକାରେ ଭଏସ୍-ନୋଟ୍ ଟ୍ରାନ୍ସକ୍ରିପ୍ସନ , ଡ୍ରାଫ୍ଟ ମେସେଜ୍ ଓ ଟାଇପିଂ ଇଣ୍ଡିକେଟର ସାମିଲ ଅଛି। ଆସନ୍ତୁ ଜାଣିବା ଏହି ଫିଚର ବିଷୟରେ -
୧- ୱାଟ୍ସଆପର ନୂଆ ଭଏସ୍-ନୋଟ୍ ଟ୍ରାନ୍ସକ୍ରିପ୍ସନ –
ହ୍ୱାଟ୍ସଆପ୍ର ଏହି ନୂଆ ଫିଚର ୟୁଜରଙ୍କ ପାଇଁ ବଡ଼ କାମର ହୋଇଥାଏ। ଏହି ଫିଚରର ସାହାଯ୍ୟରେ ୟୁଜର ରିସିଭ୍ ହୋଇଥିବା ଭଏସ ମେସେଜ୍କୁ ଶୁଣିବା ବଦଳରେ ପଢି ପାରିବେ। ଏହି ଫିଚର ଏହି ସମୟରେ ବହୁତ କାମରେ ଆସିବ, ଯେବେ ଭଏସ୍ ମେସେଜ୍କୁ ଶୁଣିବା ସମ୍ଭବପର ହେବ ନାହିଁ। ଅନେକ ଥର ଆମେ ଲୋକଙ୍କ ମଧ୍ୟରେ ଥିବା ବେଳେ ଭଏସ୍ ମେସେଜକୁ ପ୍ଲେ କରିବା କିଛି ମାତ୍ରାରେ ମୁସ୍କିଲ ହୋଇଥାଏ। ଏଥିରେ ୟୁଜର ଭଏସ୍-ନୋଟ୍ ଟ୍ରାନ୍ସକ୍ରିପ୍ସନର ସାହାଯ୍ୟରେ ଭଏସ୍ ମେସେଜ୍ର କଣ୍ଟେଣ୍ଟକୁ ଟେକ୍ସଟରେ ଦେଖି ପାରିବେ। ଟ୍ରାନ୍ସକ୍ରିପ୍ସନ ଫିଚର ଏବେ ଇଂରାଜୀ , ପର୍ତ୍ତୃଗିଜ୍ , ସ୍ପାନିଶ୍ ଓ ରଷିଆନ୍ ଲାଙ୍ଗୁଏଜ୍ରେ ଅଫର କରାଯାଉଛି। କମ୍ପାନୀ ଆଗାମୀ ସମୟରେ ଏହାକୁ ଅନ୍ୟ ଭାଷା ପାଇଁ ମଧ୍ୟ ରୋଲ୍ ଆଉଟ୍ କରିବ। ହ୍ୱାଟ୍ସଆପ୍ ଭଏସ୍ ମେସେଜ୍ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପ୍ସନରେ ପ୍ରୋଟେକ୍ଟେଡ୍ ହୋଇଥାଏ, ଯେଉଁଥିରେ ୟୁଜରଙ୍କର ପ୍ରାଇଭେସି ଜାରି ରହିଥାଏ। କମ୍ପାନୀ ଏହି ଫିଚରର ଆଗାମୀ କିଛି ଦିନରେ ସବୁ ୟୁଜରଙ୍କୁ ପାଇଁ ରୋଲଆଉଟ୍ କରିପାରେ।
୨- ଡ୍ରାଫ୍ଟ ମେସେଜ୍ –
ଏହି ଫିଚର ୟୁଜରଙ୍କୁ ମେସେଜ୍ ଟାଇପ୍ କରିବା ସମୟରେ କାମରେ ଆସିବ। ଏହି ଫିଚରର ସାହାଯ୍ୟରେ ୟୁଜର ମେସେଜ୍କୁ ଟାଇପ୍ ନକରି ପଠାଯାଇ ଥିବା ଡ୍ରାଫ୍ଟ ଲେବଲ ସହ ସେଭ୍ କରିପାରିବେ। ଅନେକ ଥର ମେସେଜ୍ ଟାଇପ୍ କରିବା ସମୟରେ କ୍ଲ୍ ଆସି ଯାଏ ବା ଆପଣ କୌଣସି କାମରେ ବ୍ୟସ୍ତ ରହିଯାନ୍ତି। ଏଥିରେ ଅଧା ଟାଇପ୍ ହୋଇଥିବା ମେସେଜ୍ ମିସ୍ ହୋଇପାରେ। ନୂଆ ଫିଚର ଏହି ସମସ୍ୟାକୁ ଦୂର କରିବ ଏବଂ ଟାଇପ୍ କରାଯାଇ ଥିବା ମେସେଜ୍କୁ ସେଭ୍ ରଖି ପାରିବ, ଯେଉଁଥିରେ ଆପଣ ସେହି ସ୍ଥାନରୁ ମେସେଜ୍କୁ ଆଗକୁ ଟାଇପ୍ କରିବା ଆରମ୍ଭ କରି ପାରିବେ , ଯେଉଁଠି ଆପଣ ଏହାକୁ ଛାଡ଼ି ଥିଲେ।
୩- ଟାଇପିଂ ଇଣ୍ଡିକେଟର –
ନୂଆ ଟାଇପିଂ ଇଣ୍ଡିକେଟର ପୁରୁଣ ଟାଇପିଂ ନୋଟିଫିକେସନକୁ ରିପ୍ଲେସ୍ କରିଥାଏ। ଏବେ ଏହା ଭିଜୁଆଲି ଭଲ ଲାଗିବ। ଏବେ ଯଦି କେହି ଟାଇପ୍ କରୁଥିବେ , ତ ଆପଣଙ୍କୁ ସେହି ୟୁଜରର ପ୍ରୋଫାଇଲ ଫଟୋର ସହ ‘...’ ସିମ୍ୱଲ ଦେଖାଯିବ। ଏହା ଫିଚର ଗ୍ରୁପ୍ ଚ୍ୟାଟ୍ ପାଇଁ ଖୁବ୍ ଭଲ। ଏହା ସାହାଯ୍ୟରେ ୟୁଜରଙ୍କୁ ଏହା ଜାଣିବାରେ ସହଜ ହେବ କି ଗ୍ରୁପ୍ର କେଉଁ ସଦସ୍ୟ ଟାଇପିଂ କରୁଛନ୍ତି । ହ୍ୱାଟ୍ସଆପ୍ ଏହି ଫିଚରକୁ ଧିରେ ଧିରେ ରୋଲଆଉଟ୍ କରୁଛି। ଏହାକୁ କମ୍ପାନୀ ଆଇଓଏସ୍ ସହ ଆଣ୍ଡ୍ରଏଡ୍ ଡିଭାଇସେସ୍ ପାଇଁ ମଧ୍ୟ ରିଲିଜ୍ କରିବ।