ଦିଗପହଣ୍ଡି,୩୦।୫ : ଗଞ୍ଜାମ ଜିଲ୍ଲା କେ. ନୂଆଁଗାଁ ଗଡ଼ ଗୋବିନ୍ଦପୁରରେ ବଜ୍ରଘାତରେ ଜଣେ ଯୁବକଙ୍କ ଜୀବନ ଯାଇଛି। ଯୁବକ ଜଣକ ହେଲେ ଗଡ଼ ଗୋବିନ୍ଦପୁର ଗାଁର ସଞ୍ଜୟ ସେଠୀ।
ଗଡ଼ ଗୋବିନ୍ଦପୁର ଗାଁ ର ସଞ୍ଜୟ ସେଠୀଙ୍କ ଦେହ ଅସୁସ୍ଥ ଥିଲା । ସେ ଆଜି ଅପରାହ୍ନ ସମୟ ରେ ନୂଆପଡା କୁ ଯାଇ ମେଡ଼ିସିନ ଧରି ନିଜ ଘରକୁ ଫେରୁଥିଲେ। ଫେରିବା ସମୟରେ ବର୍ଷା ଓ ଘଡ ଘଡି ହୋଇଥିଲା ସେହି ସମୟ ରେ ବାଇକ ରଖି ସଞ୍ଜୟ ଗଛ ତଳେ ରହି ଯାଇଥିଲେ। ଅଉ ମାତ୍ର ଘର ଥିଲା କିଛି ଦୂର ରେ । ଗାଁ ମୁଣ୍ଡ ରେ ଥିବା ଗୁଡ଼ିଆବନ୍ଧ ବଟ ଗଛ ତଳେ ଆଶ୍ରୟ ନେଇ ଥିଲେ। ହଠାତ ବଜ୍ରପାତ ହେବାରୁ ବାଇକ ଉପରେ ହିଁ ଟଳି ପଡିଲେ ସଞ୍ଜୟ । ସ୍ଥାନୀୟ ଲୋକ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିଟି ମେଡିକାଲ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।
ଆହୁରି ପଢନ୍ତୁ : ଭଦ୍ରକରେ ୧୪୪ ଜାରି, ଜୁନ ୨ ପର୍ଯ୍ୟନ୍ତ କଟକଣା