ପ୍ରମୂଖ ଖବର
  • ବୃକ୍ଷରୋପଣରେ ମହାଦୁର୍ନୀତି କରି ଲରମ୍ଭା ସେକ୍ସନ ଫରେଷ୍ଟର ପ୍ରିୟବ୍ରତ ନାଏକ ନିଲମ୍ବିତ
  • ||
  • ଫୁଲବାଣୀ : ବିବାହିତା ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା ଅଭିଯୋଗ
  • ||
  • ଫୁଲବାଣୀ : ବେକରେ ଗାମୁଛା ଦେଇ ୮୩ ବର୍ଷୀୟ ବୃଦ୍ଧଙ୍କ ଆତ୍ମହତ୍ୟା
  • ||
  • ସମ୍ବଲପୁର ରେଜିଷ୍ଟ୍ରି ଅଫିସ୍‌ରେ ଅଚାନକ ପହଞ୍ଚିଲେ ରାଜସ୍ବ ମନ୍ତ୍ରୀ, ଅଧିକାରୀଙ୍କୁ କଲେ ତାଗିଦ୍
  • ||
  • ଭଦ୍ରକ : ଓଲଗରେ ପାଞ୍ଚଶହ ବର୍ଷର ପୁରାତନ ପରମ୍ପରା ଲାଖବିନ୍ଧା ଅନୁଷ୍ଠିତ, ଶହଶହ ଲୋକଙ୍କ ଭିଡ଼
  • ||
  • ଭୋଗରାଇ : ୬ ଦଫା ଦାବି ନେଇ ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ଆନ୍ଦୋଳନ, ବସ୍ ଚଳାଚଳ ଠପ
  • ||
  • ଉଦଳା : ସିସିଟିଭିରେ ଶାଢ଼ୀ ଢାଙ୍କି ଲୁଟ୍‌, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
  • ||
  • ବିଣିକା : ବାଇକ୍‌କୁ ପଛପଟୁ ଧକ୍କା ଦେଲା ବାଇକ୍‌, ୨ ମୃତ
  • ||
  • ଭୁବନେଶ୍ୱରରେ ଭସାଣି ପାଇଁ ଟ୍ରାଫିକ କଟକଣା, ବାଣୀବିହାରରୁ ରାଜମହଲ ପର୍ଯ୍ୟନ୍ତ ରାସ୍ତା ସିଲ୍‌
  • ||
  • ଚୌଦ୍ୱାର : ସିରିଜ୍ ଚୋରି ଘଟଣାର ପର୍ଦ୍ଦାଫାସ, ୩ ଗିରଫ
  • ||
  • ସାଲେପୁର : କେନାଲରେ ବୁଡି ବୃଦ୍ଧ ମୃତ, ପୋଲିସର ତଦନ୍ତ ଜାରି
  • ||
  • ସରିଲା ଦୁର୍ଗାପୂଜା; ଆଜି ମା' ନେବେ ମାଲାଣି, ଭସାଣି ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି
  • ||
  • କଟକରେ ଭସାଣି ଉପଲକ୍ଷେ ଟ୍ରାଫିକ କଟକଣା ଲାଗୁ, ପ୍ରେସ୍ ରିଲିଜ ଜରିଆରେ ସୂଚନା
  • ||
  • କାମାକ୍ଷାନଗର : ଡିଭାଇଡରରେ ପିଟିହୋଇ ଓଲଟିଲା ଗାଡି; ଜଣେ ଗୁରୁତର, ୩ଆହତ
  • ||

ଟପ୍‌-୧୦୦ ଧନୀଙ୍କ ସମ୍ପତ୍ତି ୯୦ ଲକ୍ଷ କୋଟି ପାର୍‌

ନୂଆଦିଲ୍ଲୀ,୧୨/୧୦ : ଦେଶର ଶ୍ରେଷ୍ଠ-୧୦୦ ଧନୀଙ୍କ ମୋଟ ସମ୍ପତ୍ତି ଏ ବର୍ଷ ପ୍ରଥମ ଥର ପାଇଁ ୯୦ ଲକ୍ଷ କୋଟି ଟଙ୍କା ପାର୍‌ କରିଛି । ବର୍ଷକରେ ଏମାନଙ୍କ ସମ୍ପତ୍ତି ୪୦%ରୁ ଅଧିକ ବଢ଼ି ୯୩.୬୪ ଲକ୍ଷ କୋଟି ଟଙ୍କା ହୋଇଛି । ୨୦୨୦ ତୁଳନାରେ ଏମାନଙ୍କ ସମ୍ପତ୍ତି ଦୁଇ ଗୁଣାରୁ ଅଧିକ ବଢ଼ିଛି । ୨୦୨୩ ତୁଳନାରେ ଏମାନଙ୍କ ମୋଟ ସମ୍ପତ୍ତିରେ ୨୬.୫୦ ଲକ୍ଷ କୋଟି ଟଙ୍କା ବୃଦ୍ଧି ଘଟିଥିବା ଜଣାପଡ଼ିଛି । ତେବେ ସେୟାର ମୂଲ୍ୟରେ ବୃଦ୍ଧି ଯୋଗୁ ଏହି ଧନକୁବେରମାନଙ୍କ ସମ୍ପତ୍ତିରେ ବୃହତ୍‌ ବୃଦ୍ଧି ଦେଖାଦେଇଛି । ବର୍ଷକରେ ସେନ୍‌ସେକ୍ସରେ ପ୍ରାୟ ୩୦% ବୃଦ୍ଧି ଘଟିଛି । 

ଫୋର୍ବସ ରିପୋର୍ଟ ‘ଭାରତର ୧୦୦ ଧନୀ-୨୦୨୪’ ଅନୁସାରେ, ଶ୍ରେଷ୍ଠ-୧୦୦ରୁ ୮୦%ରୁ ଅଧିକ ଧନୀ ଭାରତୀୟ ପୂର୍ବ ତୁଳନାରେ ଅଧିକ ଧନୀ ପାଲଟିଛନ୍ତି । ଏଥିମଧ୍ୟରେ ୫୮ ଜଣ ବ୍ୟକ୍ତିଙ୍କ ସମ୍ପତ୍ତିରେ ୧୦୦ କୋଟି ଡଲାର ଅର୍ଥାତ୍‌ ୮,୩୯୭ କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି । ଆଦାନି ଗ୍ରୁପ୍‌ ଅଧ୍ୟକ୍ଷ ଗୌତମ ଆଦାନି ଦେଶର ଦ୍ୱିତୀୟ ବୃହତ୍‌ ଧନୀ ବ୍ୟକ୍ତି ରହିଛନ୍ତି । ବର୍ଷକରେ ତାଙ୍କ ସମ୍ପତ୍ତି ୪ ଲକ୍ଷ କୋଟି ଟଙ୍କା ବଢ଼ି ୯.୭୪ ଲକ୍ଷ କୋଟି ଟଙ୍କା ହୋଇଛି । ମୁକେଶ ଅମ୍ବାନିଙ୍କ ନେଟ୍‌ ସମ୍ପତ୍ତି ୧୦.୦୩ ଲକ୍ଷ କୋଟି ଏବଂ ସେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ରହିଛନ୍ତି । ତେବେ ମୁକେଶଙ୍କ ତୁଳନାରେ ଆଦାନିଙ୍କ ସମ୍ପତ୍ତି ଅଧିକ ବଢ଼ିଛି । ଓପି ଜିନ୍ଦଲ ଗ୍ରୁପ୍‌ର ମୁଖ୍ୟ ସାବିତ୍ରୀ ଜିନ୍ଦଲ ତୃତୀୟ ସ୍ଥାନରେ ପହଞ୍ଚିଯାଇଛନ୍ତି । ବର୍ଷକରେ ତାଙ୍କ ସମ୍ପତ୍ତି ୮୨% ବଢ଼ି ୩.୬୭ ଲକ୍ଷ କୋଟି ଟଙ୍କା ହୋଇଯାଇଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ଏମ୍‌ଡି ମୁକେଶ ଅମ୍ବାନି ଏ ବର୍ଷ ବି ଦେଶର ସବୁଠାରୁ ଧନୀ ବ୍ୟକ୍ତି ରହିଛନ୍ତି । ବର୍ଷକରେ ତାଙ୍କ ସମ୍ପତ୍ତି ୨.୩ ଲକ୍ଷ କୋଟି ଟଙ୍କା ବଢ଼ି ୧୦ ଲକ୍ଷ କୋଟି ଟଙ୍କା ପାର୍‌ କରିଛି । ସେ ବିଶ୍ୱ ଧନୀ ତାଲିକାରେ ୧୩ ନମ୍ବର ସ୍ଥାନରେ ଥିବା ଜରାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.