ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ସମ୍‌ରେ ‘ଆଇନ୍ ଏବଂ ମାନସିକ ରୋଗ’ ଶୀର୍ଷକ ସିଏମ୍‌ଇ ଆୟୋଜିତ

Published By : Gurupada Nath | October 1, 2024 6:17 PM

ଭୁବନେଶ୍ୱର, ୧/୧୦ : ‘ଆଇନ୍ ଏବଂ ମାନସିକ ରୋଗ’ ଶୀର୍ଷକ ଏକ କଂଟିନ୍ୟୁଇଙ୍ଗ ମେଡିକାଲ୍ ଏଜୁକେସନ୍ (ସିଏମ୍‌ଇ) କାର୍ଯ୍ୟକ୍ରମ ଏଠାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍ ଆଣ୍ଡ ସମ ହସ୍ପିଟାଲ୍‌ର ମନସ୍ତତ୍ୱ ବିଭାଗ ପକ୍ଷରୁ ଶନିବାର ଆୟୋଜିତ ହୋଇଯାଇଥିବା ବେଳେ ଏଥିରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୧୬୦ ଜଣ ମାନସିକ ରୋଗ ବିଶେଷଜ୍ଞ ଯୋଗ ଦେଇଥିଲେ ।  ଏହି ସିଏମ୍‌ଇରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିବାବେଳେ ଡାକ୍ତରମାନେ କୋର୍ଟ ରୁମ୍‌ରେ ନ୍ୟାୟିକ ପ୍ରକ୍ରିୟାରେ ଭାଗ ନେବା ବେଳେ କିଭଳି ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । 

ଇଣ୍ଡିଆନ୍ ସାଇକିଆଟ୍ରି ସୋସାଇଟି (ଆଇପିଏସ୍‌) ରାଜ୍ୟ ଶାଖାର ମିଳିତ ସହଯୋଗରେ ହସ୍ପିଟାଲ୍ ପକ୍ଷରୁ ଏହି ସିଏମ୍‌ଇର ଆୟୋଜନ କରାଯାଇଥିଲା । ଦେଶର ୫ ଜଣ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଏହି ସିଏମ୍‌ଇର ବିଭିନ୍ନ ଅଧିବେଶନରେ ଯୋଗ ଦେଇ ଆଲୋଚନା କରିଥିଲେ ।  ଚେନ୍ନାଇର ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର (ଡାକ୍ତର) ଏସ୍‌. ନାମ୍ବି ‘ମ୍ୟାରେଜ୍‌, ମେଂଟାଲ୍ ଇଲ୍‌ନେସ୍ ଏବଂ ଇଣ୍ଡିଆନ୍ ଲ’ ସମ୍ପର୍କରେ ଆଲୋଚନା କରିଥିବା ବେଳେ ପ୍ରଫେସର (ଡାକ୍ତର) ନବୀନ କୁମାର ‘ସାଇକିଆଟ୍ରିଷ୍ଟସ ଇନ୍ ଦ କୋର୍ଟ ରୁମ୍‌’ ସମ୍ପର୍କରେ ମତ ରଖିଥିଲେ । ସେହିପରି ଗୟାର ପ୍ରଫେସର (ଡାକ୍ତର) ଲକ୍ଷ୍ମୀ ନାରାୟଣ ‘ସର୍ଟିଫିକେସନ୍ ଇନ୍ ସାଇକିଆଟ୍ରି’ ସମ୍ପର୍କରେ ଆଲୋଚନା କରିଥିଲେ । 

ବି.ଜେ ଗଭର୍ଣ୍ଣମେଂଟ ମେଡିକାଲ୍ କଲେଜ ଆଣ୍ଡ ସାସୋନ୍ ହସ୍ପିଟାଲ୍‌ର ମନସ୍ତତ୍ୱ ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଆଇଭାନ୍ ଏସ୍‌. ନେଟୋ ଏବଂ ପ୍ରଫେସର (ଡାକ୍ତର) ଶ୍ରୀନିବାସ ସିଙ୍ଗିସେଟ୍ଟୀ ଆଲୋଚନାରେ ଭାଗ ନେଇଥିଲେ ।  କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ଆଇପିଏସ୍ ଓଡ଼ିଶା ଶାଖାର ସଭାପତି ପ୍ରଫେସର (ଡାକ୍ତର) ରଜନୀ କାନ୍ତ ଶୁକ୍ଲା ଅଧ୍ୟକ୍ଷତା କରିବା ସହ ଡାକ୍ତରମାନେ ଯାହା ଲେଖନ୍ତି ତାହାର ଉଭୟ ଡାକ୍ତରୀ ଏବଂ ଆଇନଗତ ଗୁରୁତ୍ୱ ରହିଥାଏ ବୋଲି କହିଥିଲେ । ସେହିପରି ସୋଆ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲ’ର ସିନିୟର ପ୍ରଫେସର ପ୍ରବୀର କୁମାର ପଟ୍ଟନାୟକ ‘ଇନ୍‌ଟରଲିଙ୍କ ବିଟୁଇନ୍ ଲ ଆଣ୍ଡ ସାଇକିଆଟ୍ରି’ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । 

ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡାକ୍ତରୀ ପେସାରେ ଥିବା ବ୍ୟକ୍ତିମାନେ ଆଇନ୍‌ଗତ ଦିଗରେ ଦୁର୍ବଳ ବୋଲି କହିଥିବାବେଳେ ଏହି ସିଏମ୍‌ଇ ସେମାନଙ୍କ ନିମନ୍ତେ ସହାୟକ ହେବ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ସୁରଜିତ ସାହୁ, ଆଇପିଏସ୍ ଓଡ଼ିଶା ଶାଖାର ଉପସଭାପତି ପ୍ରଫେସର (ଡାକ୍ତର) ଶୁଭେନ୍ଦୁ ନାରାୟଣ ମିଶ୍ର, ସାଧାରଣ ସମ୍ପାଦକ ଡାକ୍ତର ଦେବଦତା ମହାପାତ୍ର, ସିଏମ୍‌ଇ କମିଟିର ଅଧ୍ୟକ୍ଷ ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ର ଏବଂ କାର୍ଯ୍ୟକାରୀ ସମ୍ପାଦକ ଡାକ୍ତର ଜିତେନ୍ଦ୍ରୀୟ ବିଶ୍ୱାଳ ବକ୍ତବ୍ୟ ରଖିଥିଲେ । 

କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲ୍‌ର ମାନସିକ ରୋଗ ବିଭାଗର ଡାକ୍ତର ଆଶିଷ ଚୌଧୁରୀ, ଡାକ୍ତର ସ୍ନେହାଶିଷ ଦେ, ଡାକ୍ତର ଲଗ୍ନଜିତ ଦାଶ, ଡାକ୍ତର ହିରଣ୍ମୟ ମହାପାତ୍ର, ଡାକ୍ତର ଅମୀୟ କୃଷ୍ଣ ସାହୁ, ଡାକ୍ତର ରାକେଶ ମହାନ୍ତି, ଡାକ୍ତର ପ୍ରୀତି ଅନୁରାଗ ଓ ଡାକ୍ତର ରୁପେଶ ସେନାପତି ସହଯୋଗ କରିଥିଲେ । ସିଏମ୍‌ଇକୁ ଡାକ୍ତର ନିର୍ଲିପ୍ତ ଦାଶ ପରିଚାଳନା କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.