ପ୍ରମୂଖ ଖବର
  • ମେ'ରେ ଆଉ ଲକ୍ଷେ ଘର ବାଣ୍ଟିବେ ରାଜ୍ୟ ସରକାର, ପ୍ରଥମ ପର୍ଯ୍ୟାୟରେ ସାମିଲ ହୋଇଥିଲେ ୬୦ ହଜାର ହିତାଧିକାରୀ
  • ||
  • ଆନନ୍ଦପୁର : ପ୍ରସ୍ତାବିତ ସ୍ଥାନରେ ଧାନମଣ୍ଡି ନିର୍ମାଣ ପାଇଁ ଦାବି, ପୌରକାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
  • ||
  • ବିଏସଏଫ୍‌କୁ ବଡ଼ ସଫଳତା, ମାଲକାନଗିରିରୁ ମାଓ ଡମ୍ପ ଠାବ
  • ||
  • ମହାନଦୀ ଘାଟରେ ବୁଲୁଛି ଘଡ଼ିଆଳ କୁମ୍ଭୀର, ଭୟରେ ନଦୀକୂଳିଆ ଲୋକେ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ ନୀତି, ସାଧାରଣ ଦର୍ଶନ ବନ୍ଦ
  • ||
  • ନବ ଦାସ ହତ୍ୟା ମାମଲା: ଥାନାକୁ ଡକାଇ ୫ ଜଣଙ୍କ ବୟାନ ରେକର୍ଡ
  • ||
  • ବ୍ରହ୍ମପୁର : ମସଲା ଓ ଆଚାର ଗୋଦାମରେ ଅଗ୍ନିକାଣ୍ଡ, କୋଟିଏରୁ ଅଧିକ ଟଙ୍କାର ସାମଗ୍ରୀ ନଷ୍ଟ
  • ||
  • ରାଜଧାନୀର ୨ଟି ରେଳ ଷ୍ଟେସନ୍ ନିକଟ ଟ୍ରେନ ଲାଇନରୁ ଦୁଇଟି ମୃତଦେହ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ, ମିଳିନି ପରିଚୟ
  • ||
  • ପିପିଲିରେ ଚାଲିଛି ନକଲି ଟଙ୍କା କାରବାର, ୩ ଅଟକ, ଟଙ୍କା ଗଣା ମେସିନ୍ ଜବତ
  • ||
  • IPL 2025: ଆଜି ସନରାଇଜର୍ସକୁ ଭେଟିବ ସୁପରକିଙ୍ଗ୍‌ସ, ଧୋନି ବାହିନୀ ପାଇଁ 'କର ବା ମର' ସ୍ଥିତି
  • ||
  • ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା, ଭାରତର ୧୦୭ତମ ଜାତୀୟ ଉଦ୍ୟାନ ଭାବେ ପରିଗଣିତ ହେବ
  • ||
  • ଆହୁରି ଦୁଇଦିନ କଲବଲ କରିବ ତାତି: ଆଜି ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୨୭ରୁ କାଳବୈଶାଖୀ ଦେବ ଆଶ୍ୱସ୍ତି
  • ||
  • ରାଇରକେଲା : ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତଙ୍କ ଗୁଳିମାଡ଼: ପୋଲିସ ଏନକାଉଣ୍ଟରରେ ୨ ଅଭିଯୁକ୍ତ ଗୁରୁତର
  • ||

ରାଜ୍ୟରେ କମୁଛି ବଡ଼ ଓ କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା: ଖରିଫ୍‌ରେ ୬ ଲକ୍ଷ ହେକ୍ଟର, ରବିରେ ୩୪ ଲକ୍ଷ ହେକ୍ଟର ଜମି ପଡ଼ିଆ

Published By : Prameya | April 25, 2025 2:12 PM

ଭୁବନେଶ୍ୱର,୨୫/୦୪: ରାଜ୍ୟରେ କ୍ଷୁଦ୍ର, ମଧ୍ୟମ ଓ ବଡ ଚାଷୀଙ୍କ ସଂଖ୍ୟା ଉଦ୍‌ବେଗଜନକ ଭାବେ କମି ଚାଲିଛି । ଫଳରେ ବଢ଼ିଚାଲିଛି ନାମମାତ୍ର  ଚାଷୀଙ୍କ ସଂଖ୍ୟା । ଗତ ଦୁଇଟି କୃଷି  ଗଣନା ହିସାବ ମୁତାବକ, ଓଡ଼ିଶାରେ  ଚାଷୀଙ୍କ ସଂଖ୍ୟା ୪୬ଲକ୍ଷ ୬୭ହଜାରରୁ  ୪୮ଲକ୍ଷ ୬୫ ହଜାରକୁ ବୃଦ୍ଧି ପାଇଛି । ହେଲେ ବଡ଼ ଚାଷୀଙ୍କ ସଂଖ୍ୟା ୫୫୭୪ରୁ  ୩୯୭୫କୁ ହ୍ରାସ ପାଇଥିବାବେଳେ ମଧ୍ୟମ  କିସମ ଚାଷୀଙ୍କ ସଂଖ୍ୟା ୩ ଲକ୍ଷ ୭୫  ହଜାରରୁ ୩ ଲକ୍ଷ ୩୮ ହଜାରକୁ କମିଛି ।  ସେହିଭଳି କ୍ଷୁଦ୍ର ଚାଷୀଙ୍କ ସଂଖ୍ୟା ମଧ୍ୟ  ଗତ ଦୁଇ କୃଷି ଗଣନା ଭିତରେ ୯ ଲକ୍ଷ  ୧୮ ହଜାରରୁ ୮ଲକ୍ଷ ୮୭ ହଜାରକୁ  କମିଛି ।  

କୃଷି ବିଶେଷଜ୍ଞଙ୍କ ସୂଚନା  ଅନୁସାରେ, ବିଭିନ୍ନ କାରଣରୁ ବହୁ  ପାରମ୍ପରିକ ଚାଷୀ ଚାଷରୁ ମୁହଁ ଫେରାଇ  ନେଉଛନ୍ତି । ସେଥିପାଇଁ ବହୁ ଚାଷ ଜମି  ପଡ଼ିଆ ପଡୁଛି । ଏ କ୍ଷେତ୍ରରେ ବଡ଼,  ମଧ୍ୟମ, କ୍ଷୁଦ୍ର ଚାଷୀମାନଙ୍କଠାରୁ ନାମମାତ୍ର  ଚାଷୀମାନେ କିଛି ଜମି ନେଇ ଚାଷ  କରୁଛନ୍ତି । ସରକାରୀ ତଥ୍ୟ ମୁତାବକ,  ଓଡ଼ିଶାରେ ଏବେ ଖରିଫ ଋତୁରେ ପ୍ରାୟ  ୫ଲକ୍ଷ ୮୮ହଜାର ହେକ୍ଟର ଓ ରବି  ଋତୁରେ ପାଖପାଖି ୩୪ଲକ୍ଷ ହେକ୍ଟର  ଜମି ପଡ଼ିଆ ରହୁଛି । ଚାଷ ହେଉଥିବା  ଜମିର ପରିମାଣ କିଛି ପରିମାଣରେ  ବୃଦ୍ଧି ପାଉଛି । ତେବେ ରାଜ୍ୟରେ  ଯେତେ ଜମିରେ ଚାଷ ହେଉଛି, ସେଥିରୁ  ଅଧିକାଂଶରେ ଧାନ ଚାଷ କରାଯାଉଛି ।  ଡାଲି, ତୈଳବୀଜ, କପା, ପନିପରିବା  ଓ ଆଖୁ ଭଳି ଅର୍ଥକାରୀ ଫସଲ ଚାଷ  କମ୍‌ ହେଉଥିବାରୁ ରାଜ୍ୟର ଚାହିଦା  ମେଣ୍ଟି ପାରୁନି । ଚାହିଦା ମେଣ୍ଟାଇବା ପାଇଁ  ଓଡ଼ିଶାକୁ ଅନ୍ୟ ରାଜ୍ୟ ପାଖରେ ହାତ  ପତାଇବାକୁ ପଡ଼ୁଛି । ଯେତିକି ଜମିରେ  ଅର୍ଥକାରୀ ଫସଲ କରାଯାଉଛି, ତାହାର  ପ୍ରକ୍ରିୟାକରଣ ଓ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ  ବ୍ୟବସ୍ଥା ନ ଥିବାରୁ ଅନ୍ୟ ରାଜ୍ୟର  ବ୍ୟବସାୟୀମାନେ ଓଡ଼ିଶା ଚାଷୀଙ୍କ  ଉତ୍ପାଦିତ ସାମଗ୍ରୀକୁ ନାମ ମାତ୍ର ମୂଲ୍ୟରେ  କିଣି ନେଉଛନ୍ତି । 

ରାଜ୍ୟର ଚାଷୀମାନେ  ବ୍ୟାପକ କ୍ଷତିଗ୍ରସ୍ତ ହେଉଥିବାରୁ  ଅନେକ ପାରମ୍ପରିକ ଚାଷୀ ଚାଷକୁ  ଆଉ ଲାଭକାରୀ ପନ୍ଥା ଭାବେ ଗ୍ରହଣ  କରିପାରୁ ନାହାନ୍ତି । ଜାତୀୟ ନମୁନା ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ୨୦୧୯ରେ ୭୭  ତମ ସର୍ଭେ କରାଯାଇଥିଲା । ଏଥିରେ  କୃଷକ ପରିବାରର ହାରାହାରି ଆୟ  ଯାହା ଦର୍ଶାଯାଉଥିଲା ଜାତୀୟ ଅଭିବୃଦ୍ଧି  ତୁଳନାରେ ଓଡ଼ିଶାରେ ତାହା ଅତି ନଗଣ୍ୟ  ଥିଲା । ସର୍ବଭାରତୀୟ ସ୍ତରରେ କୃଷକ  ପରିବାରର ମାସିକ ହାରାହାରି ଆୟ  ୧୦ ହଜାର ୨୧୮ ଟଙ୍କା ଥିବାବେଳେ  ଓଡ଼ିଶାରେ ତାହା ୫୧୧୨ ଟଙ୍କା ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.