ପ୍ରମୂଖ ଖବର
  • ରାୟଗଡା ଜିଲ୍ଲା ଶ୍ରମ ବିଭାଗ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ, ଶ୍ରମ ବିଭାଗର ଗୁରୁତ୍ୱପୂର୍ଣ୍ଣ ଫାଇଲକୁ ଜବତ୍
  • ||
  • ଇକାଭାରୀ ଜଙ୍ଗଲରେ ମାଓବାଦୀଙ୍କ ଏକ ବଡ଼ ଡମ୍ପ ଠାବ: ବିପୁଳ ପରିମାଣ ରାସନ ସାମଗ୍ରୀ ଜବତ, ୬ ନକ୍ସଲ ଗିରଫ
  • ||
  • ମୋ ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
  • ||
  • ଦିଲ୍ଲୀ: ପ୍ରବଳ ବର୍ଷାରେ ଭୁଶୁଡିଲା ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ-୧ର ଛାତ, ଜଣେ ମୃତ
  • ||
  • ଜୁଲାଇ ୪ରେ ବ୍ରିଟେନ୍‌ ସାଧାରଣ ନିର୍ବାଚନ, ଶେଷ ବିତର୍କରେ ଷ୍ଟାର୍ମରଙ୍କ ଉପରେ ସୁନକ୍‌ ଭାରୀ
  • ||
  • ଦାରୁବ୍ରହ୍ମଙ୍କ ଶ୍ରୀଅଙ୍ଗରେ ଫୁଲୁରି ତେଲ ଲେପନ ପରେ ଉପଶମ, ଆଜି ମହାପ୍ରଭୁଙ୍କ ଓଷ ଲାଗି ନୀତି
  • ||
  • ଆଗକୁ ଆଉ ଦୁଇଟି ଘୂର୍ଣ୍ଣିବଳୟ ସମ୍ଭାବନା: ଆଜି ୧୪ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା, ୩୦ ଯାଏଁ ବର୍ଷିବ
  • ||

ତାନ୍ତ୍ରିକ କଥାରେ ମୃତ ଶିଶୁକୁ ନେଇ ହସ୍ପିଟାଲରେ ପହଞ୍ଚିଲେ ପିତାମାତା, ଆଉ ତାପରେ ...

ଭାଗଲପୁର – ଆସ୍ଥା ଓ ଅନ୍ଧବିଶ୍ୱାସ ମଧ୍ୟରେ ହାଲକା ଧରଣର ଲାଇନ୍‌ ହୋଇ ଥାଏ। ଅନେକ ସମୟରେ ଲୋକେ ଅନ୍ଧ ବିଶ୍ୱାସରେ ପଡ଼ି ଅଜବ ଗଜବ ହରକତ ସବୁ କରିଥାନ୍ତି। ଏଥିରେ ଏକ ଆଶ୍ଚର୍ଯ୍ୟକର କାର୍ଯ୍ୟ ବିହାରର ଭାଗଲପୁରରୁ ସାମନାକୁ ଆସିଛି। ଭାଗଲପୁରର ନବଗଛିଆରେ ଜଣେ ବ୍ୟକ୍ତି, ତାନ୍ତ୍ରିକର ଝଡ଼ା ଫୁଙ୍କା ଯୋଗୁଁ ନିଜର ମରିଯାଇ ଥିବା ଶିଶୁର ମୃତଦେହକୁ ମାଟିତଳୁ ବାହାର କରି ହସ୍ପିଟାଲରେ ପହଞ୍ଚି ଥିଲେ। 

ହସ୍ପିଟାଲ ଯାଇ ଡାକ୍ତରଙ୍କୁ କହିଥିଲେ , ମୋ ଶିଶୁ ବଞ୍ଚିଛି , ତାକୁ ଅକ୍ସିଜେନ ଲଗାଅ। ହସ୍ପିଟାଲରେ ତା ସହ ଜଣେ ମହିଳା ତାନ୍ତ୍ରିକ ମଧ୍ୟ ଆସି ଥିଲେ। ସେ ସେଠାରେ ଝଡ଼ା ଫୁଙ୍କା କରିବା ଆରମ୍ଭ କରିଦେଲେ। ସେ ଦାବି କରୁଥିଲା କି, ସେ ଶିଶୁକୁ ବଞ୍ଚାଇ ଦେବ। ଏହି ହରକତରେ ହସ୍ପିଟାଲର ଡାକ୍ତର ଓ କର୍ମଚାରୀ ଆଶ୍ଚର୍ଯ୍ୟ ହୋଇ ଗଲେ। ଡାକ୍ତରମାନେ ଏହାର ବିରୋଧ କଲେ, କାରଣ ଏହି ହସ୍ପିଟାଲରେ ଗତ ୨୪ ଘଣ୍ଟା ପୂର୍ବରୁ ଶିଶୁର ମୃତ୍ୟୁ ହୋଇ ସାରିଥିଲା। ବିରୋଧ ସତ୍ତ୍ୱେ ଘରଲୋକେ ହସ୍ପିଟାଲର କୌଣସି କଥା ଶୁଣି ନଥିଲେ। ଏହା ସତ୍ତ୍ୱେ ସେ ସେଠାରେ ହୋ ହାଲ୍ଲା ଆରମ୍ଭ କରି ଦେଲେ। 

ନୋନିଆ ପଟ୍ଟି ନିବାସୀ ମହତୋଙ୍କୁ ୧୦ ମାସର ଶିଶୁର ଚିକିତ୍ସା ଗତ ୨ଦିନରୁ ନବଗଛିଆର ଏକ ଘରୋଇ ହସ୍ପିଟାଲରେ ଚାଲୁ ଥିଲା। ଏଠାରେ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ସେ ଭାଗଲପୁରର ହସ୍ପିଟାଲ ନେଇଗଲେ। ସେଠାରେ ଶିଶୁକୁ ମୃତ ଘୋଷିତ କରି ଦିଆ ଗଲା। ଏହାପରେ ଘରଲୋକେ ଶିଶୁର ମୃତଦେହକୁ ନେଇ ପୋତି ଦେଇ ଥିଲେ।

ଏହି ମଧ୍ୟରେ ଗାଁରେ ଝଡ଼ା ଫୁଙ୍କା କରୁଥିବା ମହିଳା ସୋନି ଦେବୀ ଦାବି କରି ବସିଲେ କି ତାଙ୍କ ଶିଶୁ ବଞ୍ଚିଛି। ପିଲାକୁ ହସ୍ପିଟାଲ ନେଇ ଚାଲ ମୁଁ ତାକୁ ବଞ୍ଚାଇ ଦେବି। ଏଠାରୁ ଆରମ୍ଭ ହେଲା ଅନ୍ଧବିଶ୍ୱାସର ଖେଳ। ଘରଲୋକ ପୋତି ଥିବା ଶିଶୁକୁ ଖୋଳି ନେଇଗଲେ ଏବଂ ବହୁ ସଂଖ୍ୟାରେ ଗାଁ ଲୋକଙ୍କୁ ନେଇ ହସ୍ପିଟାଲରେ ପହଞ୍ଚିଲେ। ସେଠାରେ ଆରମ୍ଭ ହୋଇଗଲା ଝଡ଼ା ଫୁଙ୍କାର ଖେଳ। 

ଡାକ୍ତରଙ୍କ ଦ୍ୱାରା ପ୍ରତିବାଦ କରାଯିବା ପରେ ଗାଁ ଲୋକେ ହସ୍ପିଟାଲରେ ଆତଙ୍କ ଖେଳାଇଲେ। ମାମଲା ଗୁରୁତର ହେବାର ଦେଖି ହସ୍ପିଟାଲର ମ୍ୟାନେଜମେଣ୍ଟ ତୁରନ୍ତ ପୁଲିସରେ ମାମଲା ରୁଜୁ କରାଇଲେ। ଏହାପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ଶାନ୍ତ କରାଇଲା।  ଝଡ଼ା ଫୁଙ୍କା କାଣ୍ଡ ରଚିଥିବା ସୋନି ଦେବୀ ନାମ୍ନୀ ମହିଳାଙ୍କୁ ପୁଲିସ ଧରି ଥାନାକୁ ନେଇଗଲା। ଏହାପରେ ଶିଶୁକୁ ବିଧି ଅନୁସାରେ ପୋତି ଦିଆଗଲା। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.