ପ୍ରମୂଖ ଖବର
  • ସୋମବାରଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା, ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବଦେବୀ
  • ||
  • ଏଫ୍‌ଏମ୍‌ ଛାତ୍ରୀ ଆତ୍ମାହୁତି ମାମଲାରେ ଆକ୍ସନ୍, ଦୁଇ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇଲା କ୍ରାଇମ୍‌ବ୍ରାଞ୍ଚ୍
  • ||
  • ୟେମେନରେ ମଝି ଦରିଆରେ ବୁଡ଼ିଗଲା ଡଙ୍ଗା, ୬୮ ମୃତ , ୭୪ଜଣଙ୍କର ମିଳୁନି ପତ୍ତା
  • ||
  • ବଳଙ୍ଗା ପୀଡ଼ିତାଙ୍କୁ ଦୁଃଖଭରା ବିଦାୟ, ଆଜି ପୈତୃକ ଗାଁ ବାୟାବରରେ ହେବ ଶେଷକୃତ୍ୟ
  • ||
  • ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ମାମଲା,କଲେଜର ଦୁଇ ଛାତ୍ର ଗିରଫ, ଆତ୍ମାହୁତି ପାଇଁ ଉସ୍‌କାଇଥିବା ଅଭିଯୋଗ
  • ||
  • ଆସନ୍ତା ୭ରେ ହୋଇପାରେ ଘୂର୍ଣ୍ଣିବଳୟ, ୯ ଯାଏ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ
  • ||

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ପରେ ସରକାରଙ୍କୁ ଘେରିଲା ବିଜେଡି; ଦୋଷୀ ଧରାନପଡ଼ିଲେ ବ୍ଲକ୍ ସ୍ତରରୁ ଆନ୍ଦୋଳନ

Published By : Manash Sahoo | August 3, 2025 2:17 PM

ଭୁବନେଶ୍ବର, ୦୩/୦୮: ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଜୀବନ ହାରିଗଲେ ବଳଙ୍ଗା ପୀଡ଼ିତା । ଦିଲ୍ଲୀରେ ଏମ୍ସରେ ବ୍ୟବଚ୍ଛେଦ ପରେ ଜନ୍ମମାଟିକୁ ଆସିବ ପାର୍ଥିବ ଶରୀର । ତେବେ ପୀଡ଼ିତାଙ୍କ ମୃତ୍ୟୁ ନେଇ ଶୋକବ୍ୟକ୍ତ କରିଛି ବିଜେଡି । ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖ ଦାୟକ ବୋଲି କହିଛନ୍ତି ବିଜେଡି ବରିଷ୍ଠ ନେତା । ସାମ୍ବାଦିକ ସମ୍ମିଳନୀ କରି ପୁଲିସ ପ୍ରଶାସନ ଏବଂ ସରକାରଙ୍କୁ ଟାର୍ଟେଟ୍ କରିଛନ୍ତି । 

ପୁରୀ ବଳଙ୍ଗା ନାବାଳିକା ପୋଡ଼ି ମାମଲାରେ ପୁଲିସ ଏଯାଏଁ କାହାରି ନାଁରେ କ୍ରିମିନାଲ୍ କେସ୍ କରି ନାହିଁ । ସରକାର ଏ ଘଟଣାକୁ ବିଭିନ୍ନ ଦିଗରୁ ମୋଡ଼ିଲେ। ବିଜେଡି ପ୍ରଥମରୁ ଦାବି କରିଥିଲା ଦିଲ୍ଲୀ ଏମ୍ସକୁ ନିଆଯାଉ ବୋଲି। ଉପମୁଖ୍ୟମନ୍ତ୍ରୀ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କୁ ଭେଟ କରି ଭଲ ଚିକିତ୍ସା ଚାଲିଥିବା କହିଥିଲେ। ସ୍ୱାସ୍ଥ୍ୟ ଉନ୍ନତି ହୋଇଥିବା କହିଥିଲେ। ହେଲେ ପରେ ତାଙ୍କ ମୃତ୍ୟୁ ହେବା ସମସ୍ତଙ୍କୁ ଚକିତ କରିଛି। ଦୋଷୀଙ୍କୁ ଘଣ୍ଟ ଘୋଡାଉଛନ୍ତି ରାଜ୍ୟ ସରକାର । ସରକାରୀ ଦଳର ଲୋକମାନେ ଏଥିରେ ସଂପୃକ୍ତ ଅଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ପୀଡ଼ିତାଙ୍କ ଷ୍ଟେଟମେଣ୍ଟ ମାଜିଷ୍ଟ୍ରେଟ୍ ଏକୁଟିଆ କେମିତି ନେଲେ। ଷ୍ଟେଟମେଣ୍ଟ ନେବା ବେଳେ ପରିବାର ଲୋକଙ୍କୁ କାହିଁକି ରଖିଲେ ନାହିଁ । ପେଟ୍ରୋଲ, ଚପଲ ମିଳିଲା ହେଲେ ଦୋଷୀ କାହିଁକି ଧରାପଡ଼ିଲେ ନାହିଁ । ଓଡ଼ିଶାରେ କେହି ସୁରକ୍ଷିତ ନୁହାନ୍ତି ବୋଲି ବିଜେଡି ସାମ୍ବାଦିକ ସମ୍ମିଳନୀ କରି କହିଛି । 

ଆହୁରି ମଧ୍ୟ କହିଛନ୍ତି, ଏହାଠାରୁ ଚାଞ୍ଚଲ୍ୟକର ଥିଲା ଗୋପାଳପୁର ବେଳାଭୂମି ଗଣଦୁଷ୍କର୍ମ ମାମଲା । ଏହାକୁ ନେଇ ଆମେରିକା ବି ବୟାନ ଦେଲା। ଓଡ଼ିଶା ପାଇଁ ଲଜ୍ଜାକର ଘଟଣା ଥିଲା । ଏଥିପାଇଁ ଓଡ଼ିଶା ଆନ୍ତର୍ଜାତିକ ସ୍ତରରେ ନିନ୍ଦିତ ହୋଇଛି। ଡବଲ ଇଞ୍ଜିନ ସରକାର ଆଗକୁ ଯାଉନାହିଁ। ଦୁଇଟି ଇଞ୍ଜିନ ବିପରୀତ ଦିଗରେ ଗତି କରୁଛି। ବିଜେପି କର୍ମୀ ଉତ୍ପାତ ହେଉଛନ୍ତି। ମହିଳାମାନେ ଶୋଷଣର ଶିକାର ହେଉଛନ୍ତି । ବିଜେଡି ଯେଉଁ ଅଭିଯୋଗ ଆଣୁଛି ରାଜ୍ୟ ସରକାର ତା’ର କର୍ଣ୍ଣପାତ କରୁନାହିଁ । ବଳଙ୍ଗା ନାବାଳିକା ପୋଡି ମାମଲାରେ ଯଦି ଦୋଷୀଙ୍କୁ ଗିରଫ କରାନଯାଏ ତେବେ ବିଜେଡି ଆନ୍ଦୋଳନ କରିବ । ଏଥର ଲଢେଇ ବ୍ଲକ୍ ସ୍ତରରୁ ଆରମ୍ଭ ହେବ । ପୀଡ଼ିତାଙ୍କ ମୃତ୍ୟୁର ୧୦ ମିନିଟ୍ ପରେ ପୁଲିସ୍ ଏକ୍ସ୍ ରେ ପୋଷ୍ଟ କରି କହିଲା ଏହାକୁ ନେଇ କେହି ସମ୍ବେଦନଶୀଳ ମନ୍ତବ୍ୟ ଦିଅନ୍ତୁ ନାହିଁ । ପୁଲିସ୍ ଏପରି କାହିଁକି କହିଲା। ପୁଲିସ୍ ଲୋକଙ୍କୁ ଡରାଇବା ସହ ଧମକାଉଛି। ବିଜେଡି ଅନ୍ୟାୟ ଏବଂ ଅନୀତି ବିରୁଦ୍ଧରେ ଲଢେଇ ଜାରି ରଖିବ ବୋଲି କହିଛନ୍ତି ବିରୋଧି ଦଳର ମୁଖ୍ୟସଚେତକ ପ୍ରମିଳା ମଲ୍ଲିକ୍, ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସଂହାର ଏବଂ ବରିଷ୍ଠ ନେତା ଟୁକୁନି ସାହୁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.