ପ୍ରମୂଖ ଖବର
  • କଟକ : ମନ୍ଦିରରୁ ସୁନା ରୂପା ଅଳଙ୍କାର ଲୁଟ ଘଟଣା, ୩ ସନ୍ଦିଗ୍ଧ ଅଟକ
  • ||
  • ସମ୍ୱଲପୁର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍‌, ଜଣେ ମୃତ
  • ||
  • ବରଗଡ଼ : ଧନୁଯାତ୍ରା ପାଇଁ ଶିକ୍ଷାନୁଷ୍ଠାନ ସମୟରେ ପରିବର୍ତ୍ତନ, ସକାଳ ୮ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ ପାଠପଢା
  • ||
  • ଜାଡ଼ରେ ଥରୁଛି ପୂର୍ବ ଭାରତ: ୟୁପି-ବିହାରରେ ଆଖିବୁଜିଲେ ୧୦ ଜଣ
  • ||
  • ଇସ୍ତଫା ଦେବେ କନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ !
  • ||
  • ରାୟଗଡ଼ା ରେଳ ଡିଭିଜନ୍‌ ପ୍ରକଳ୍ପ, ଆଜି ଆଭାସିରେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
  • ||
  • କାମାକ୍ଷାନଗର : ରାମିଆଳ ନଦୀ ବ୍ରିଜ୍‌ ତଳକୁ ଖସିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଘନ କୁହୁଡ଼ିର ଚାଦର ତଳେ କଟକ, ଜନଜୀବନ ପ୍ରଭାବିତ
  • ||
  • ରାଜ୍ୟରେ ସାମାନ୍ୟ କମିପାରେ ଜାଡ଼ ,୨ରୁ ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଆଜିଠୁ ସାତକୋଶିଆରେ କୁମ୍ଭୀର ଗଣନା, ୧୭ ତାରିଖରେ ହେବ ପକ୍ଷୀ ଗଣନା
  • ||

ମଝି ନଦୀରେ ଅଚଳ ହେଲା ବୋଟ, ଫସିଲେ ପର୍ଯ୍ୟଟକ

Published By : Prameya | December 22, 2024 8:57 PM

ପଟ୍ଟାମୁଣ୍ଡାଇ, ୨୨।୧୦ :  ରାଜନଗର ବିଶ୍ଵ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା ବୁଲିବାକୁ ଆସି ପର୍ଯ୍ୟଟକ ହେଲେ ହଟହଟା । ପର୍ଯ୍ୟଟନର ଋତୁରେ  ଦେଶ ବିଦେଶରୁ ଦୈନିକ ଭିତରକନିକା ଜାତୀୟ ଉଦ୍ୟାନ ବୁଲିବାକୁ ଆସିଥାନ୍ତି ପର୍ଯ୍ୟଟକ। କିନ୍ତୁ ରବିବାର କଟକ ଅଞ୍ଚଳରୁ ୧୮ ଜଣ ପୁରୁଷ ଓ ଯାଜପୁର ଅଞ୍ଚଳର ପାଞ୍ଚଜଣ ମହିଳା ଓ ପାଞ୍ଚଜଣ ପୂରୁଷ ଦୁଇଟି ଘରୋଇ ବୋଟ ମା’ମଙ୍ଗଳା ଓ ମା’ ଗୁପ୍ତ ଚଣ୍ଡୀ ବୋଟରେ ବୁଲି ଯାଉଥିବା ବେଳେ କୁମ୍ଭୀରିଆ ନଦୀ ମଝିରେ ଦୁଇଟି ବୋଟର ଯାନ୍ତ୍ରୀକ ତୃଟି କାରଣରୁ କୁମ୍ଭୀରିଆ ନଦୀରେ ଫସିରହିଥିଲେ। 

ପ୍ରାୟ ଦୁଇ ଘଣ୍ଟା ପରେ ଅନ୍ୟ ଏକ ବୋଟ ପହଞ୍ଚି ଯାନ୍ତ୍ରିକ ତୃଟି ଭୋଟକୁ ଟାଣି ଟାଣି ଆଣିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ଫଳରେ ଗୁପ୍ତି ରେଞ୍ଜର ରେଞ୍ଜର ବିଭୁପ୍ରସାଦ ତରାଇଙ୍କ ନେତୃତ୍ବରେ ବନବିଭାଗର ବୋଟ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ବୋଟ ସହିତ ବୋଟରେ ଥିବା ପ୍ରାୟ ତିରିଶ ଜଣଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.