କେନ୍ଦ୍ରାପଡା, ୧୯।୧୨ : ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲିଥିବା ବେଳେ ମହୁମାଛି ଆକ୍ରମଣ । ଏଥିରେ ୧୨ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଆହତ ଛାତ୍ରଛାତ୍ରୀମାନେ ହେଲେ ଡେରାବିଶ ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ। ଆହତମାନେ ଛତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।
ଡେରାବିଶ ବ୍ଲକ୍ ଅନ୍ତର୍ଗତ ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଚାଲିଥିଲା। ହଠାତ ମହୁମାଛି ଆକ୍ରମଣ କରିଥିଲେ। ଏଥିରେ ୧୨ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ତୁରନ୍ତ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।