କେନ୍ଦ୍ରାପଡ଼ା,୨୬/୧୨: ସନ୍ଥପୁରା ଗାଁରେ ହୃଦଘାତରେ ଚାଷୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଲଗାଣବର୍ଷା ଯୋଗୁଁ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡିଯିବାରୁ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି । ମୃତକ ଡେରାବିଶ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଗାଁର ଚାଷୀ ଭାବଗ୍ରାହୀ ମଲ୍ଲିକ ବୋଲି ଜଣାପଡ଼ିଛି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଅନ୍ତର୍ଗତ ସନ୍ଥପୁରା ଗାଁରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି ।
ସୂଚନା ମୁତାବକ, ବିଗତ ଦିନରେ ଲାଗି ରହିଥିବା ବର୍ଷା କାରଣରୁ ବ୍ୟାପକ ଫସଲ ନଷ୍ଟ ହୋଇଛି । ବୁଧବାର ସକାଳେ ଚାଷ ଜମି ଦେଖିବାକୁ ଯାଇଥିଲେ ଭାବଗ୍ରାହୀ ଭାବଗ୍ରାହୀ । ସେଠାରେ ଚାଷ ଜମିରେ ପାଣି ଜମି ରହିଥିବା ଦେଖି ଚିନ୍ତାରେ ପଡ଼ିଥିଲେ । କିଛି ସମୟ ପରେ ସେଠାରୁ ଘରକୁ ଫେରିଥିଲେ । ଜମିରୁ ଫେରିବା ପରେ ତାଙ୍କର ହୃଦଘାତ ହୋଇଥିଲା । ଏହା ଦେଖି ଭାବଗ୍ରାହୀଙ୍କୁ ତାଙ୍କ ପରିବାର ଲୋକେ ତୁରନ୍ତ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।