ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାଜଧାନୀରେ କୋଟିଏ ଟଙ୍କାର ଟେଣ୍ଡର ଫିକ୍ସିଂ ମାମଲାର ଖୋଲିବ ଗୁମର: ୩ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବ ସିବିଆଇ

Published By : Prameya | December 9, 2024 8:28 AM

ଭୁବନେଶ୍ୱର,୦୯/୧୨: କେନ୍ଦ୍ରୀୟ  ସରକାରୀ ଉଦ୍ୟୋଗ (ପିଏସ୍‌ୟୁ) ବ୍ରିଜ୍‌ ଆଣ୍ଡ  ରୁଫ୍‌ କୋ (ଇଣ୍ଡିଆ) ପ୍ରାଇଭେଟ୍‌ ଲି.ରେ  କୋଟିଏ ଟଙ୍କା ମୂଲ୍ୟର ଟେଣ୍ଡର ଫିକ୍ସିଂ ମାମଲାରେ ସିବିଆଇ ରବିବାର ୩ଜଣଙ୍କୁ  ଗିରଫ କରିଛି । ସେମାନେ ହେଲେ ବ୍ରିଜ୍‌ ଆଣ୍ଡ ରୁଫ୍‌ କୋ. ସଂସ୍ଥାର ଗ୍ରୁପ୍‌ ଜେନେରାଲ  ମ୍ୟାନେଜର (ଜିଜିଏମ୍‌) ଚଞ୍ଚଳ କୁମାର ମୁଖାର୍ଜୀ, ସନ୍ତୋଷ ମହାରଣା ଓ ଦେବଦତ୍ତ  ମହାପାତ୍ର । ସନ୍ତୋଷ ହେଉଛନ୍ତି ପେଣ୍ଟା ଏ ଷ୍ଟୁଡିଓ ପ୍ରାଇଭେଟ୍‌ ଲିମିଟେଡ୍‌ର ନାମକ  ବିଲ୍ଡର ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ।  ଦେବଦତ୍ତ ଜଣେ ସୁପରକ୍ଲାସ୍‌ ଠିକାଦାର ।  ସେ ଏହି ଲାଞ୍ଚ କାରବାରରେ ଦଲାଲ୍‌  ସାଜିଥିଲେ । ସିବିଆଇ ସମସ୍ତ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଛି । ଶନିବାର ସିବିଆଇ ଏହି ୩ ଜଣଙ୍କୁ ଅଟକ ରଖିଥିଲା । 

ସିବିଆଇ ପକ୍ଷରୁ ଆଜି ପଶ୍ଚିମବଙ୍ଗ ଓ  ଓଡିଶାର ୮ଟି ଜାଗାରେ ଚଢ଼ାଉ କରାଯାଇଥିଲା । ରାମମନ୍ଦିର ନିକଟ ଓସିଏଚ୍‌ସି କମ୍ପେ୍ଲକ୍ସର ଦ୍ୱିତୀୟ ମହଲାରେ ଥିବା ବ୍ରିଜ୍‌ ଆଣ୍ଡ ରୁଫ୍‌  କୋ ସଂସ୍ଥାର ଶାଖା କାର୍ଯ୍ୟାଳୟ, କୋଲକାତାରେ  ଥିବା ଶ୍ରୀ ମୁଖାର୍ଜୀଙ୍କ ବାସଭବନ, ଭଦ୍ରକସ୍ଥିତ  ଦେବଦତ୍ତଙ୍କ ଘର, ପେଣ୍ଟା ଏ ଷ୍ଟୁଡିଓର  ଅଫିସରେ ଯାଞ୍ଚ ଚାଲିଥିଲା । ସେଠାରୁ  ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସମେତ ଲକର,  ଲାପଟପ୍‌ ଓ ହାର୍ଡଡିସ୍କ ଜବତ କରାଯାଇଛି ।  

ସିବିଆଇ ସୂଚନା ମୁତାବକ, ବିଭିନ୍ନ  ସରକାରୀ ପ୍ରକଳ୍ପରେ ବେଆଇନ୍‌ ଭାବେ  ବିଲ୍‌ ପାସ୍‌ କରାଇବା ଓ ଟେଣ୍ଡର ଦେବାରେ  ଶ୍ରୀ ମୁଖାର୍ଜୀ ଢ଼େର୍‌ ଲାଞ୍ଚ ନେଉଥିବା ନେଇ  ଅଭିଯୋଗ ଉଠିଥିଲା । ଅଭିଯୋଗକ୍ରମେ  ସିବିଆଇର ଏକ ଟିମ୍‌ ତାଙ୍କ ଗତିବିଧି  ଉପରେ ତୀକ୍ଷ୍ଣ ନଜର ରଖିଥିଲା । ଗତକାଲି  ସେ ୩ଟି ଗାଡି଼ ବଦଳାଇ ଭୁବନେଶ୍ୱରର ଏକ  ତାରକା ହୋଟେଲରେ ପହଞ୍ଚିଥିଲେ । ପୂର୍ବରୁ  ସେଠାରେ ସନ୍ତୋଷ ଓ ଦେବଦତ୍ତଙ୍କ ସମେତ  ଅନ୍ୟଜଣେ ବ୍ୟକ୍ତି ଉପସ୍ଥିତ ଥିଲେ । ସମସ୍ତେ  ହୋଟେଲ ଭିତରକୁ ଗଲେ । ହୋଟେଲରେ  ଡିଲ୍‌ ହେବା ପରେ ଦେବଦତ୍ତଙ୍କ ମର୍ସିଡିଜ୍‌  କାର (ଓଡି୦୫ବିଭି ୯୯୯୯) ନିକଟକୁ  ଗଲେ । ଶ୍ରୀ ମୁଖାର୍ଜୀ ଏହି ଦାମୀ କାରରୁ  ୧୦ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ନେଉଥିବା  ବେଳେ ସିବିଆଇ ଟିମ୍‌ ମାଡି଼ ବସିଥିଲା ।  ସିବିଆଇ ଏହି କାରକୁ ଜବତ କରିଥିଲା ।  

ଆଜି ୩ ଅଭିଯୁକ୍ତଙ୍କୁ ଭୁବନେଶ୍ୱରର  ସିବିଆଇ ସ୍ୱତନ୍ତ୍ର ଅଦାଲତରେ ହାଜର  କରାଯାଇଥିଲା । ୩ଜଣଙ୍କୁ ସପ୍ତାହେ ପାଇଁ  ରିମାଣ୍ଡରେ ନେବାକୁ ସିବିଆଇ ପକ୍ଷରୁ  ଆବେଦନ କରାଯାଇଥିଲା । କିନ୍ତୁ ଅଦାଲତ  ୩ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ ।  ଏହାପରେ ସେମାନଙ୍କୁ ୟୁନିଟ୍‌-୮ସ୍ଥିତ ସିବିଆଇ  ଶାଖା କାର୍ଯ୍ୟାଳୟକୁ ନେଇ ଜେରା କରାଯାଉଛି । 

ପେଣ୍ଟା ଏ ଷ୍ଟୁଡିଓ ସଂସ୍ଥାର ଅନ୍ୟ ଜଣେ  ଉଚ୍ଚପଦସ୍ଥ ଅଧିକାରୀ ମନମୋହନ ମହାରଣାଙ୍କ  ସମେତ ବ୍ରିଜ୍‌ ଆଣ୍ଡ ରୁଫ୍‌ କୋ. ସଂସ୍ଥାର କିଛି  ଅଧିକାରୀଙ୍କ ଏହି ମାମଲାରେ ସମ୍ପୃକ୍ତି ରହିଛି ।  ସେମାନଙ୍କୁ ଖୋଜା ଚାଲିଛି । ଲାଞ୍ଚ ଦିଆନିଆ  କାରବାରରେ ସମ୍ପୃକ୍ତ ମୁଖ୍ୟ ଦଲାଲକୁ ସିବିଆଇ  ଗତକାଲିଠୁ ଅଟକ ରଖିଥିଲା । ତାଙ୍କୁ ଗିରଫ  ନ କରି ଛାଡି଼ ଦେଇଥିବା ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.