ପ୍ରମୂଖ ଖବର
  • ଗଞ୍ଜାମ : ଅଦିନିଆ ବର୍ଷାରେ ଉଜୁଡ଼ିଗଲା ଚାଷ, ଚିନ୍ତାରେ ପଡ଼ି ଜୀବନ ହାରିଲେ ଚାଷୀ
  • ||
  • ଆସନ୍ତା ଶିକ୍ଷାବର୍ଷରୁ କଲେଜରେ ଛାତ୍ର ସଂସଦ ନିର୍ବାଚନ,ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ନୟାଗଡ଼ : ରାସ୍ତା ତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||
  • କେନ୍ଦୁଝର : ଅର୍ଥାଭାବରୁ ଆତ୍ମହତ୍ୟା କଲେ ବିଧବା ମହିଳା, ବେସାହାରା ହେଲେ ସନ୍ତାନ
  • ||
  • ବଲାଙ୍ଗୀର : ଦୁର୍ଗାପାଲି ଗାଁରେ ଅଘଟଣ, ଜଳିଗଲା ୪ ଏକର ଜମିର ଧାନ ଗଦା
  • ||
  • ବୌଦ୍ଧ : ଟ୍ରକ୍‌ରୁ ଖସିଲା ଲୁହା ଇଲେକ୍ଟ୍ରି ପୋଲ୍‌, ଅଳ୍ପକେ ବର୍ତ୍ତିଲେ ଲୋକେ
  • ||
  • ଗଞ୍ଜାମ : ଝୁଲନ୍ତା ଅବସ୍ଥାରେ ବିବାହିତ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଏଆର୍‌ଆଇଙ୍କ ଘରେ ପଶିଲା ଭିଜିଲାନ୍ସ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ନୀଳଗିରି : ଅଦିନିଆ ବର୍ଷା ପାଇଁ ଚିନ୍ତାରେ ଚାଷୀ, ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ
  • ||
  • ପାକିସ୍ତାନର ଏୟାରଷ୍ଟ୍ରାଇକ୍‌ରେ ମୃତ୍ୟୁସଂଖ୍ୟା ୪୬କୁ ବୃଦ୍ଧି, ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଓ ମହିଳା
  • ||
  • ବର୍ଡର-ଗାଭାସ୍କର ଟ୍ରଫି, ମେଲବର୍ଣ୍ଣରେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ, ଓ୍ବିକେଟ୍ ସନ୍ଧାନରେ ଭାରତ
  • ||
  • ଆଠମଲ୍ଲିକ : ଅଦିନିଆ ବର୍ଷା ଦେଇଗଲା ଦୁଃଖ, ଧାନ ବିଲରେ ଜମି ରହିଛି ପାଣି
  • ||
  • ଆଜିଠୁ ବର୍ଷା କମିବ, ୨୭ରୁ ପୁଣି ବଢ଼ିବ: ପଶ୍ଚିମା ବାୟୁ ପାଇଁ ଉତ୍ତର-ପଶ୍ଚିମ ଓଡ଼ିଶାରେ ବର୍ଷା ଆଶଙ୍କା
  • ||
  • ମେଘୁଆ ପାଗ ପରେ ସୁବର୍ଣ୍ଣପୁରରେ ଶୀତ ଲହରୀ ଆରମ୍ଭ
  • ||

ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଜାମିନ୍‌ ପ୍ରଦାନ କଲେ ତେଲେଙ୍ଗାନା ହାଇକୋର୍ଟ; ସେପଟେ ମାମଲା ପ୍ରତ୍ୟାହାର କରିବାକୁ ପ୍ରସ୍ତୁତ ମୃତ ମହିଳାଙ୍କ ସ୍ବାମୀ

Published By : Prameya | December 13, 2024 5:56 PM

ହାଇଦ୍ରାବାଦ,୧୩/୧୨: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଗିରଫ କରିବାର କିଛି ଘଣ୍ଟା ଭିତରେ ଜାମିନ୍‌ ମିଳିଛି। ଡିସେମ୍ବର ୪ତାରିଖରେ ସଂଧ୍ୟା ଥିଏଟରରେ ପୁଷ୍ପା-୨ର ସ୍କ୍ରିନିଂ ସମୟରେ ହୋଇଥିବା ଦଳାଚକଟାରେ ଜଣେ ୩୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିଲା। ତେଣୁ ତାଙ୍କ ସ୍ବାମୀ ଏନେଇ ଏକ ଏତଲା ଦେଇଥିଲେ। ଏହି ପରିପ୍ରେକ୍ଷିରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଶୁକ୍ରବାର ପୋଲିସ୍‌ ନାମପାଲ୍ଲୀ କୋର୍ଟରେ ହାଜର କରିଥିଲା। କୋର୍ଟ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଥିଲେ । ତେବେ ଅଦାଲତଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅଲ୍ଲୁ ତେଲେଙ୍ଗାନା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ପରେ ତେଲେଙ୍ଗାନା ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି। ପୂର୍ବରୁ ଏହି ଦଳଚକଟା ମାମଲାରେ ଅଲ୍ଲୁ ଅର୍ଜୁନ, ତାଙ୍କର ସୁରକ୍ଷା କର୍ମୀ ଏବଂ ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୫ ଏବଂ ୧୧୮ (୧) ଅଧୀନରେ ମାମଲା ରୁଜୁ କରିଥିଲା ହାଇଦ୍ରାବାଦ ପୋଲିସ ।  ଅଭିନେତାଙ୍କ ପୂର୍ବରୁ ଥିଏଟରର ମାଲିକ ଏବଂ ଦୁଇ କର୍ମଚାରୀ ଗିରଫ ହୋଇସାରିଛନ୍ତି।

ସୂଚନାଯୋଗ୍ୟ, ଡିସେମ୍ବର ୪ରେ ସନ୍ଧ୍ୟା ଥିଏଟରରେ ପୁଷ୍ପା-୨ ଚଳଚ୍ଚିତ୍ରର ପ୍ରିମିୟର ଥିଲା । ଏହା ଦେଖିବାକୁ ଲୋକଙ୍କର ପ୍ରବଳ ଗହଳି ଲାଗିଥିଲା । କିନ୍ତୁ ହଠାତ ଅଲ୍ଲୁ ଅର୍ଜୁନ ଥିଏଟରରେ ପ୍ରବେଶ କରିବାରୁ ଭିଡ଼ ଅନିୟନ୍ତ୍ରିତ ହୋଇପଡ଼ିଥିଲା । ଏହି ସମୟରେ ଜଣେ ୩୯ ବର୍ଷୀୟା ମହିଳା ରେବତୀ  ଏବଂ ତାଙ୍କର ପୁଅ ଅଣନିଶ୍ବାସୀ ହୋଇପଡ଼ିଥିଲେ । ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ରେବତୀଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ପୁଅ ଏବେ ଚିକିତ୍ସାଧୀନ ଅଛନ୍ତି ।  

ପୋଲିସର କହିବା ଅନୁଯାୟୀ, ଥିଏଟରରେ ଯିବା ଆସିବା ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇନଥିଲା । ଏପରିକି ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌ ପ୍ରିମିୟରରେ ଯୋଗ ଦେବେ ବୋଲି ଆଗୁଆ ସୂଚନା ଦିଆଯାଇ ନଥିଲା । ମୃତ ମହିଳାଙ୍କ ସ୍ବାମୀ ମାଗୁଡମପାଲ୍ଲି ଭାଷ୍କରଙ୍କ ଅଭିଯୋଗ ପରେ ପୋଲିସ ମାମଲା ରୁଜୁ କରିଥିଲା। କିନ୍ତୁ ଅଲ୍ଲୁଙ୍କୁ ଶୁକ୍ରବାର ଗିରଫ କରାଯିବା ପରେ ମୃତ ମହିଳାଙ୍କ ସ୍ବାମୀ ଏମ୍.ଭାଷ୍କର ତାଙ୍କ ମାମଲା ପ୍ରତ୍ୟାହାର କରିବାକୁ ରାଜି ହୋଇଛନ୍ତି।

ତେଲେଙ୍ଗାନା ହାଇକୋର୍ଟର ଜଷ୍ଟିସ୍ ଜୁଭବଦି ଶ୍ରୀଦେବୀ କହିଛନ୍ତି ଯେ 'ଅଭିନେତା ଏହି ଘଟଣାରେ ଦାୟୀ ହୋଇପାରିବେ ନାହିଁ କାରଣ ସେ କେବଳ ତାଙ୍କ ଚଳଚ୍ଚିତ୍ରର ପ୍ରିମିୟର ପାଇଁ ଥିଏଟର ଯାଇଥିଲେ। ସେ କହିଛନ୍ତି ଯେ ସେ ଜଣେ ଅଭିନେତା, ସେ ତାଙ୍କ ଅଧିକାରରୁ ବଞ୍ଚିତ ହୋଇପାରିବେ ନାହିଁ। ଏହି ଦେଶର ନାଗରିକ ଭାବରେ ତାଙ୍କର ମଧ୍ୟ ଜୀବନ ଏବଂ ସ୍ୱାଧୀନତାର ଅଧିକାର ରହିଛି।' 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.