ପ୍ରମୂଖ ଖବର
  • ICCର ଗ୍ରୀନ୍ ସିଗନାଲ: ୩୪ ଓଭର ପରେ ଗୋଟିଏ ବଲ୍, ୫ ବ୍ୟାକଅପ୍ ପ୍ଲେୟାର, କ୍ରିକେଟରେ ବଦଳିବ ନିୟମ
  • ||
  • 'ଆତଙ୍କୀ ନାରୀ ଶକ୍ତିକୁ ଚ୍ୟାଲେଞ୍ଜ କରିଥିଲେ, ସେମାନଙ୍କ ବିନାଶ ହେଲା': ପ୍ରଧାନମନ୍ତ୍ରୀ
  • ||
  • ଗ୍ରାମାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ଫ୍ରି ପବ୍ଲିକ ଟ୍ରାନ୍ସପୋର୍ଟ ସେବା ଦେବାକୁ କଂଗ୍ରେସର ଦାବି, ଜୁନ୍ ୧୦ ସୁଦ୍ଧା କାର୍ଯ୍ୟକାରୀ ନହେଲେ ଆନ୍ଦୋଳନ
  • ||
  • ଉତ୍ତରପୂର୍ବ ରାଜ୍ୟରେ ପ୍ରକୃତି କୋପ; ଘରେ ପଶିଲା ପାଣି- ବୁଡ଼ିଲା ଗାଡ଼ି, ୩ ମୃତ
  • ||
  • କରୋନା ଆତଙ୍କ; ରାଜଧାନୀରେ ପ୍ରଥମ ମୁଣ୍ଡ ନେଲା ନୂଆ ଭାରିଏଣ୍ଟ, ୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଶିଆଳି ନିକଟରେ କୂଳ ଲଙ୍ଘିଲା ସମୂଦ୍ର, ବଜାର ଏବଂ ଜନ ବନତିରେ ମାଡ଼ିଗଲା ପାଣି
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ ଟି ସ୍ଥାନରେ ଚଢାଉ
  • ||
  • ମୟୂରଭଞ୍ଜ : ବାଙ୍ଗିରିପୋଷିରୁ ଚୋରି ଗାଡି ଝାଡଖଣ୍ଡରୁ ଉଦ୍ଧାର, ଜଣେ ଗିରଫ
  • ||
  • 'ଆମେ କଥା ହେଲୁ ଯୁଦ୍ଧ ରୋକିଲା'; ଭାରତ-ପାକିସ୍ତାନ ସିଜଫାୟାରକୁ ନେଇ ଟ୍ରମ୍ପଙ୍କ ବଡ଼ ବୟାନ
  • ||
  • ଗଞ୍ଜାମ : ଗୁହାଳରେ ଅଗ୍ନିକାଣ୍ଡ, ୧୫ ରୁ ଉର୍ଦ୍ଧ୍ୱ ଛେଳି ଏବଂ ମେଣ୍ଢା ଜୀବନ୍ତ ଦଗ୍ଧ
  • ||
  • ଟ୍ରମ୍ପଙ୍କ ବଡ଼ ଘୋଷଣା; ଚୀନ୍‌ ଷ୍ଟିଲ ଉପରେ ଡବଲ୍ ଟାରିଫ୍‌, ଜୁନ୍‌ ୪ରୁ ଲାଗୁ
  • ||
  • ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସହ ମା' ପାର୍ବତୀଙ୍କ ବିବାହ ସମ୍ପନ୍ନ, ଆଜି ରାତି ୧୦ଟାରେ ଶୀତଳ ଷଷ୍ଠୀ ଶୋଭାଯାତ୍ର
  • ||
  • କେନ୍ଦୁଝର: ପାରିବାରିକ କଳହର କରୁଣ ପରିଣତି, ବେକରେ ଫାଶୀ ଲଗାଇ ଝୁଲିପଡ଼ିଲେ ଦମ୍ପତି
  • ||
  • ଦୁର୍ବଳ ହେଉଛି ଅବପାତ: ଆଜି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ସପ୍ତାହେ ଯାଏ ବିଶେଷ ବର୍ଷା ନାହିଁ
  • ||

ଏଲିମିନେଟର ନାଁ ଶୁଣିଲେ ଭୟ କରନ୍ତି ଟିମ୍‌, ଆଇପିଏଲ ଇତିହାସରେ କେବଳ ଥରେ ହୋଇଛି ଏମିତି

Published By : Tapas Panda | May 28, 2025 6:45 PM

Image Coyrtesy: outlookindia

ନୂଆଦିଲ୍ଲୀ: IPL 2025 ରେ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହୋଇଛି। ଏହି ସିଜିନରେ ଚାରୋଟି ପ୍ଲେଅଫ୍ ମ୍ୟାଚ୍ ଖେଳାଯିବ, ଯାହା ମେ’ ୨୯ରୁ ଆରମ୍ଭ ହେବ । ପଞ୍ଜାବ କିଙ୍ଗସ୍, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୫ର ପ୍ଲେଅଫରେ ପହଞ୍ଚିବାରେ ସଫଳ ହୋଇଛନ୍ତି । ଲିଗ୍ ପର୍ଯ୍ୟାୟ ପରେ, ପଞ୍ଜାବ ଏବଂ ବେଙ୍ଗାଲୁରୁ ଶୀର୍ଷ-୨ ରେ ସ୍ଥାନ ସୁରକ୍ଷିତ କରିଥିବା ବେଳେ ଗୁଜରାଟ ଏବଂ ମୁମ୍ବାଇ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି । ଏହାର ଅର୍ଥ ହେଉଛି କ୍ୱାଲିଫାୟର ୧  ମ୍ୟାଚ୍ ପଞ୍ଜାବ ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ। 

ଏହା ପରେ, ମୁମ୍ବାଇ ଏବଂ ଗୁଜରାଟ ଏଲିମିନେଟରରେ ମୁହାଁମୁହିଁ ହେବେ । ଏହାକୁ ନେଇ ଦୁଇ ଟିମ୍‌ର ଅଧିନାୟକ ଚିନ୍ତାରେ ପଡ଼ିଛନ୍ତି । IPL ଇତିହାସରେ ଏଲିମିନେଟର ଖେଳିଥିବା ଦଳ କେବଳ ଥରେ ଟାଇଟଲ ଜିତିଛି । ଏହା ପୂର୍ବରୁ ଏବଂ ପରେ କୌଣସି ଦଳ ଏଲିମିନେଟର ଖେଳି ଟାଇଟଲ ଜିତି ନାହାଁନ୍ତି । ସନରାଇଜର୍ସ ହାଇଦ୍ରାବାଦ ୨୦୧୬ରେ ଇତିହାସ ସୃଷ୍ଟି କରିଥିଲା । 

ଗୁଜରାଟ ଲାୟନ୍ସ, RCB, ସନରାଇଜର୍ସ ହାଇଦ୍ରାବାଦ ଏବଂ କୋଲକାତା ନାଇଟ୍ ରାଇଡର୍ସ ସେହି ସିଜନରେ ପ୍ଲେଅଫରେ ପହଞ୍ଚିଥିଲେ। ଏଲିମିନେଟରରେ ହାଇଦ୍ରାବାଦ କୋଲକାତାକୁ ପରାସ୍ତ କରିଥିଲା। ଏହା ପରେ କ୍ୱାଲିଫାୟର-୨ରେ ଗୁଜରାଟ ଲାୟନ୍ସ ଏବଂ ହାଇଦ୍ରାବାଦ ମୁହାଁମୁହିଁ ହୋଇଥିଲେ । SRH ମ୍ୟାଚ୍ ଜିତିବାରେ ସଫଳ ହୋଇଥିଲା ଏବଂ ଫାଇନାଲରେ ପହଞ୍ଚିଥିଲା। ଫାଇନାଲରେ ଡେଭିଡ୍ ୱାର୍ଣ୍ଣରଙ୍କ ଅଧିନାୟକତ୍ୱରେ ଆରସିବିକୁ ୮ ରନରେ ହରାଇ ଚାମ୍ପିଅନ ହୋଇଥିଲା ହାଇଦ୍ରାବାଦ । 

IPLର ନିୟମ ଅନୁଯାୟୀ, ଲିଗ୍ ପର୍ଯ୍ୟାୟ ଶେଷ ହେବା ପରେ, ଶୀର୍ଷ-୨ ଦଳଗୁଡ଼ିକ କ୍ୱାଲିଫାୟର୍-୧ ଖେଳିବାର ସୁଯୋଗ ପାଆନ୍ତି। ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଥିବା ଦଳଗୁଡ଼ିକ ଏଲିମିନେଟର୍ ଖେଳନ୍ତି। କ୍ୱାଲିଫାୟର୍-୧ ଜିତିଥିବା ଦଳ ସିଧାସଳଖ ଫାଇନାଲରେ ପ୍ରବେଶ କରେ । ପରାଜିତ ଦଳ ଫାଇନାଲରେ ପହଞ୍ଚିବାର ଆଉ ଏକ ସୁଯୋଗ ପାଏ। କ୍ୱାଲିଫାୟର୍-୨ ମ୍ୟାଚ୍ ପ୍ରଥମ କ୍ୱାଲିଫାୟରର ପରାଜିତ ଦଳ ଏବଂ ଏଲିମିନେଟରର ବିଜେତା ଦଳ ମଧ୍ୟରେ ଖେଳାଯାଏ। ଏହି ମ୍ୟାଚ୍ ଜିତିଥିବା ଦଳ ଫାଇନାଲରେ ପହଞ୍ଚିବାରେ ସୁଯୋଗ ପାଏ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.