ପ୍ରମୂଖ ଖବର
  • ଗୋଲାମୁଣ୍ଡାରେ ଦୁଇଟି ଏ.ଟି.ଏମ ଅଚଳ, ଗ୍ରାହକ ହନ୍ତସନ୍ତ
  • ||
  • ରବିବାର NEET-UG ପରୀକ୍ଷା, ୨୨.୭ ଲକ୍ଷ ପିଲା ଦେବେ ପରୀକ୍ଷା
  • ||
  • ଅନୁଗୁଳ : ଗଛ ପଡି ଚାଲିଗଲା ମହିଳାଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲା ତିନି ବର୍ଷର ଛୁଆ
  • ||
  • ପାରାଦୀପ : ହାଇୱା ଦୁର୍ଘଟଣାରେ ୨ ମୃତ, ବନ୍ଦର ଗେଟରେ ତାଲା ପକାଇ ଆନ୍ଦୋଳନ
  • ||

୩୦ ଫୁଟ ତଳକୁ ଖସିଲା ବକ୍ସାଇଟ ବୋଝେଇ ଟ୍ୟାଙ୍କର, ଡ୍ରାଇଭର ଆହତ

Published By : Prameya | May 4, 2025 6:24 PM

ରାୟଗଡା,୪।୫ :   ରାୟଗଡ଼ା ସହରର ଓଭର୍ ବ୍ରିଜ ଉପରେ ଦୁର୍ଘଟଣା । ବକ୍ସାଇଟ ବୋଝେଇ ଟ୍ୟାଙ୍କର  ଭାରସାମ୍ୟ ହରାଇ ଓଭର ବ୍ରିଜ ଉପରୁ ତଳକୁ ଖସି ପଡ଼ିଛି। ୩୦ ଫୁଟ ଉପରୁ ତଳକୁ ଖସି ପଡିଛି।  ଏହି ଦୁର୍ଘଟଣାରେ କାହାରି ମୃତ୍ୟୁ ଘଟି ନ ଥିବା ବେଳେ  ଗାଡ଼ିର ଡ଼୍ରାଇଭର ଆହାତ ହୋଇଛନ୍ତି। 

କୋରାପୁଟରୁ   ଝାରୁସୁଗୁଡା ଯାଉଥଲା।  ରାୟଗଡ଼ା ସହରର ଓଭର ବ୍ରିଜ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ୍ ସ୍କୁଟରକୁ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ଉଦ୍ୟମ କରି ବ୍ରିଜ ତଳକୁ ଟ୍ୟାଙ୍କର ଖସି ପଡ଼ିଛି। ବିଜ୍ର ତଳେ ମାଛ ବିକ୍ରି କରୁ ଥିବା ୨ ଜଣ ବ୍ୟବସାୟୀ ସାମାନ୍ୟ ଆହତ ହୋଇଛନ୍ତି। ଘଟଣା ସ୍ଥଳରେ ରାୟଗଡ଼ା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.